Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ବମ୍ବେ ହାଇକୋର୍ଟରେ ଅର୍ଣ୍ଣବଙ୍କ ଜାମିନ ଖାରଜ : କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଗଲେ ସୁପ୍ରିମକୋର୍ଟ

10/11/2020 at 2:39 PM

ନୂଆଦିଲ୍ଲୀ ୧୦/୧୧ : ବମ୍ବେ ହାଇକୋର୍ଟ ୨୦୧୮ର ଏକ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବ ଗୋସ୍ବାମୀଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି । ତେବେ ଜାମିନ ଆବେଦନ ଖାରଜ ହେବା ପରେ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଆଶ୍ରୟ ନେଇଛନ୍ତି ଅର୍ଣ୍ଣବ । ଇଣ୍ଟରିଅର ଡିଜାଇନର ଅନଭୟ ନାଏକ ଏବଂ ତାଙ୍କ ମାଙ୍କ ଆତ୍ମହତ୍ୟା ଘଟଣାରେ ସଂପୃକ୍ତି ଅଭିଯୋଗରେ ଅର୍ଣ୍ଣବ ଗୋସ୍ବାମୀଙ୍କ ସମେତ ଅନ୍ୟ ୨ଜଣ ଫିରୋଜ ସୈଖ ଏବଂ ନୀତିଶ ଶାରଦାଙ୍କୁ ଗିରଫ କରିଛି ଆଲିବାଗ ପୋଲିସ । ନଭେମ୍ବର ୪ ତାରିଖରୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଅର୍ଣ୍ଣବ ଗୋସ୍ବାମୀ ।  ତେବେ ଅର୍ଣ୍ଣବ ଶନିବାର ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ସୁଦ୍ଧା ତାହାକୁ ଖାରଜ କରିଦେଇଛନ୍ତି କୋର୍ଟ । ଜାମିନ ପାଇଁ ପୁନଶ୍ଚ ସେସନ କୋର୍ଟରେ ଆବେଦନ କରିବାକୁ ଅର୍ଣ୍ଣବଙ୍କୁ କୋର୍ଟ କହିଛନ୍ତି ।

ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗିରଫ କରାଯିବା ପରେ ଆଲିବାଗର ଏକ ସ୍କୁଲ ଯାହାକି କୋଭିଡ-୧୯ ସେଣ୍ଟର-କମ-ଜେଲରେ ପରିଣତ କରାଯାଇଥିଲା, ସେଠାରେ ତାଙ୍କୁ ନଭେମ୍ବର ୮ ଯାଏଁ ରଖାଯାଇଥାନ୍ତା । ତେବେ ବିଚାର ବିଭାଗୀୟ ହାଜତରେ ଥାଇ ମଧ୍ୟ ଅର୍ଣ୍ଣବ ଗୋସ୍ବାମୀ ମୋବାଇଲ ମାଧ୍ୟମରେ ସାମାଜିକ ଗଣମାଧ୍ୟମ ଫେସବୁକରେ ପ୍ରାୟ ୨ ଘଣ୍ଟା ଲାଇଭ ଭିଡିଓ କରିଥିଲେ । ସେଥିପାଇଁ ଅର୍ଣ୍ଣବଙ୍କୁ ସୋମବାର ସକାଳ ୯.୩୦ରେ ଆଲିବାଗରୁ ତାଜୋଲା ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ସ୍ଥାନାନ୍ତର ସମୟରେ ଆଲିବାଗ ଜେଲର ତାଙ୍କୁ ଦୁର୍ବ୍ୟବାହାର କରିଥିବା ଅର୍ଣ୍ଣବ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ ତାଙ୍କ ଜୀବନ ପ୍ରତି ବିପଦ ଅଛି, ସୁରକ୍ଷା ଦେବାକୁ କୋର୍ଟକୁ କୁହନ୍ତୁ । ଏମିତିକି ଓକିଲଙ୍କ ସହିତ କଥା ହେବାକୁ କହିବାରୁ ଜେଲର ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଥିଲେ ଅର୍ଣ୍ଣବ ଗୋସ୍ବାମୀ ।

   Related Posts