ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି, ୩ ସପ୍ତାହ ପର୍ଯ୍ୟନ୍ତ ଟଳିଲା ଗିରଫ

Published By : Prameya-News7 Bureau | April 24, 2020 IST

ନୂଆଦିଲ୍ଲୀ ୨୪।୪: ରିପବ୍ଲିକ୍‌ ଟିଭି ଇଆଇସି ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଶୁକ୍ରବାର ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ଏକ କାର୍ଯ୍ୟକ୍ରମରେ ଅର୍ଣ୍ଣବ  ଏଆଇସିସି କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏନେଇ ମୋକଦ୍ଦମା ରୁଜୁ ହୋଇଥିବା ବେଳେ କୋର୍ଟ ଗୋସ୍ୱାମୀଙ୍କ ଗିରଫ ଉପରେ ୩ ସପ୍ତାହ ପର୍ଯ୍ୟନ୍ତ ରୋକ ଲଗାଇଛନ୍ତି।

{"id":259375,"width":581,"height":383,"sizeSlug":"large"}

ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୂଡ ଓ ଜଷ୍ଟିସ ଏମ.ଆର.ଶାହଙ୍କ ଖଣ୍ଡପୀଠ ଶୁକ୍ରବାର ଭିଡିଓ କନଫରେନସିଂରେ ମାମଲାର ଶୁଣାଣି କରିଥିଲେ। ଖଣ୍ଡପୀଠ ଆବେଦନକାରୀ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫଦାରୀ ଉପରେ ୩ ସପ୍ତାହର ରହିତାଦେଶ ଜାରି କରୁଥିବା ଘୋଷଣା କରିଥିବା ବେଳେ ଏହି ସମୟରେ ସେ ଅଗ୍ରୀମ ଜାମିନ ଲାଗି ହାଇକୋର୍ଟ ଅଥବା ଟ୍ରାୟଲ କୋର୍ଟରେ ନିବେଦନ କରିପାରନ୍ତି ବୋଲି ପରାମର୍ଶ ଦେଇଛନ୍ତି। ସେହିପରି ଖଣ୍ଡପୀଠ ପ୍ରସଙ୍ଗକୁ ନେଇ ନାଗପୁରରେ ରୁଜୁ ହୋଇଥିବା ଏତଲାକୁ ମୁମ୍ବାଇ ଟ୍ରାନ୍ସଫର କରିବାକୁ ନିର୍ଦ୍ଦେଶ ଦେବା ସହ ବାକି ସ୍ଥାନରେ ରୁଜୁ ମାମଲା ଉପରେ ରୋକ ଲଗାଇବାକୁ କହିଛନ୍ତି।

{"id":259376,"width":574,"height":328,"sizeSlug":"large"}

ସେହିପରି ମାମଲାର ତଦନ୍ତରେ ପୋଲିସକୁ ପୂର୍ଣ୍ଣ ସହଯୋଗ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଣ୍ଣବଙ୍କ ପକ୍ଷରୁ ଓକିଲ ମୁକୁଲ ରହତୋଗୀ ଓ ସିଦ୍ଧାର୍ଥ ଭଟ୍ଟନାଗର କୋର୍ଟରେ ଉପସ୍ଥିତ ଥିଲେ। ସେହିପରି ମହାରାଷ୍ଟ୍ର ପକ୍ଷରୁ ବରିଷ୍ଠ ଓକିଲ ତଥା କଂଗ୍ରେସ ନେତା କପିଲ ଶିବଲ କୋର୍ଟରେ ମୋକଦ୍ଦମା ପରିଚାଳନା କରିଥିଲେ। ଗତ ଏପ୍ରିଲ ୨୧ ତାରିଖ ଦିନ ରିପବ୍ଲିକ୍ ଟିଭିରେ ଏକ ଲାଇଭ କାର୍ଯ୍ୟକ୍ରମରେ ପାଲଘର ସାଧୁହତ୍ୟା ଘଟଣା ସହ ଏଆଇସିସି କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ସମ୍ପୃକ୍ତ କରିଦେଇଥିଲେ। ଯାହାକୁ ବିରୋଧ କରି ମହାରାଷ୍ଟ୍ର ସମେତ ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଜମ୍ମୁ-କାଶ୍ମୀରରେ କଂଗ୍ରେସ ପକ୍ଷରୁ ପୋଲିସରେ ଏତଲା ରୁଜୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.