Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ତାଜୋଲା ଜେଲକୁ ସ୍ଥାନାନ୍ତର ହେଲେ ଅର୍ଣ୍ଣବ ଗୋସ୍ବାମୀ : ସାମାଜିକ ଗଣମାଧ୍ୟମରେ ବୟାନ ଦେବା ପରେ ପୋଲିସର କାର୍ଯ୍ୟାନୁଷ୍ଠାନ

9/11/2020 at 12:30 PM

ମୁମ୍ବାଇ ୦୯/୧୧ : ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ୨୦୧୮ର ଏକ ଆତ୍ମହତ୍ୟା ମାମଲାରେ ଜେଲରେ ଅଛନ୍ତି । କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ତେବେ ତାଙ୍କୁ ବର୍ତ୍ତମାନ ଆଲିବାଗ ଜେଲରୁ ତାଜୋଲା ଜେଲକୁ ସ୍ଥାନାନ୍ତର କରିଛି ମୁମ୍ବାଇ ପୋଲିସ । ଜେଲ ମଧ୍ୟରେ ଥାଇ ମଧ୍ୟ ଅର୍ଣ୍ଣବ ନିଜର ଚିରାଚରିତ ହାବଭାବ ଜାରି ରଖିଛନ୍ତି । ଏହା ପୂର୍ବରୁ ଅର୍ଣ୍ଣବଙ୍କୁ, ଘଟଣାର ଶୁଣାଣି କରୁଥିବା ମାଜିଷ୍ଟ୍ରେଟ୍ ଜଣେ ଅଭିଯୁକ୍ତ ଭଳି ବ୍ୟବହାର କରିବା ଏବଂ କୋର୍ଟ କାର୍ଯ୍ୟରେ ଅଜଥା ହସ୍ତକ୍ଷେପ ନକରିବାକୁ  ଚେତାବନୀ ଦେଇଥିଲେ ।

ତେବେ ବିଚାର ବିଭାଗୀୟ ହାଜତରେ ଥାଇ ମଧ୍ୟ ଅର୍ଣ୍ଣବ ଗୋସ୍ବାମୀ ମୋବାଇଲ ମାଧ୍ୟମରେ ସାମାଜିକ ଗଣମାଧ୍ୟମ ଫେସବୁକରେ ପ୍ରାୟ ୨ ଘଣ୍ଟା ଲାଇଭ ଭିଡିଓ କରିଥିଲେ । ଗିରଫ କରିବା ସମୟରେ ଅର୍ଣ୍ଣବଙ୍କ ବ୍ୟକ୍ତିଗତ ମୋବାଇଲ ସିଜ୍ କରିଥିଲା ପୋଲିସ । ତେବେ ସେ ଜେଲରେ ଥାଇକି ବି ମୋବାଇଲ କେଉଁଠୁ ପାଇଲେ ତାହା ସବୁଠାରୁ ବଡ ପ୍ରଶ୍ନବାଚୀ । ସେପଟେ ପୋଲିସର ଅଭିଯୋଗକୁ ଖଣ୍ଡନ କରିଛି ରିପବ୍ଲିକ ଟିଭି । ଟିଭି ପକ୍ଷରୁ କୁହାଯାଇଛି ଯେ ଅର୍ଣ୍ଣବଙ୍କର କୌଣସି ସୋସିଆଲ ମିଡିଆ ଆକାଉଣ୍ଟ ନାହିଁ । ତେବେ ମୋବାଇଲ ଭିତରକୁ କିପରି ଗଲା ତାର ତଦନ୍ତ ଆରମ୍ଭ ହୋଇଛି ।  ଘଟଣାର ତଦନ୍ତ କରୁଥିବା ଅଧିକାରୀ ଆଲିବାଗ ଜେଲର ସୁପରିନଟେଣ୍ଡଣ୍ଟଙ୍କୁ ଏ ବାବଦରେ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ କହିଛନ୍ତି ।

ତେବେ ଅର୍ଣ୍ଣବଙ୍କୁ ଆଜି ସକାଳ ୯.୩୦ରେ ଆଲିବାଗରୁ ତାଜୋଲା ଜେଲକୁ ସ୍ଥାନାନ୍ତର କରାଯାଇଛି । ତେବେ ସ୍ଥାନାନ୍ତର ସମୟରେ ଆଲିବାଗ ଜେଲର ତାଙ୍କୁ ଦୁର୍ବ୍ୟବାହାର କରିଥିବା ଅର୍ଣ୍ଣବ ଅଭିଯୋଗ କରିଛନ୍ତି ।  ଅର୍ଣ୍ଣବ କହିଛନ୍ତି, “ ମୋ ଜୀବନ ପ୍ରତି ବିପଦ ଅଛି, ମୋତେ ସୁରକ୍ଷା ଦେବାକୁ କୋର୍ଟକୁ କୁହନ୍ତୁ । ଏମିତିକି ମୋ ଓକିଲଙ୍କ ସହିତ କଥା ହେବାକୁ କହିବାରୁ ଜେଲର ମୋତେ ଦୁର୍ବ୍ୟବାହାର କରିଛନ୍ତି” ।

ସେପଟେ ଆଲିବାଗ ଜେଲର ଆବାସାହେବ ପାଟିଲ ଅର୍ଣ୍ଣବଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । ଭୋଭିଡ ପାଇଁ ଏକ ମ୍ୟୁନିସିପାଲିଟି ସ୍କୁଲକୁ କ୍ବାରେଣ୍ଟାଇନ ସେଣ୍ଟର-କମ-ଜେଲରେ ପରିଣତ କରାଯାଇଛି । ସେହିଠାରେ ହିଁ ଅର୍ଣ୍ଣବକୁ ରଖାଯାଇଥିଲା ଏବଂ ସେଠାରେ ଲାଗିଥିବା ସିସିଟିଭିରୁ ସବୁ ସ୍ପଷ୍ଟ ହେବ ବୋଲି ପାଟିଲ କହିଛନ୍ତି । ତେବେ ଅର୍ଣ୍ଣବ ଏଭଳି ହରକତ ଯେମିତି ପୁଣି ଥରେ ନକରନ୍ତି ସେଥିପାଇଁ ଜେଲର ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଚିଠି ଲେଖି ତାଙ୍କୁ ତାଜୋଲା ଜେଲକୁ  ସ୍ଥାନାନ୍ତର କରାଯାଇଛି ।

ତେବେ ଜେଲର ଜଣେ କର୍ମଚାରୀଙ୍କ କହିବା ଅନୁଯାୟୀ କୋଭିଡ ପାଇଁ ପରିବାର ଲୋକ କିମ୍ବା ବାହରଲୋକଙ୍କୁ ଅଭିଯୁକ୍ତଙ୍କୁ ଭେଟିବା ପାଇଁ ଅନୁମତି ଦିଆଯାଏ ନାହିଁ । ଜେଲ ପକ୍ଷରୁ ଅଭିଯୁକ୍ତକୁ ତାଙ୍କ ଓକିଲ କିମ୍ବା ପରିବାର ଲୋକଙ୍କ ସହ କଥା ହେବା ପାଇଁ  ମୋବାଇଲ ଫୋନ ଦିଆଯାଇଛି । ତେଣୁ ସେହି ଫୋନ ବ୍ୟବହାର କରି ଅର୍ଣ୍ଣବ ପ୍ରାୟ ୨ ଘଣ୍ଟା ଧରି ଫେସବୁକରେ ଲାଇଭ ଆସିଥାଇପାରନ୍ତି ବୋଲି କର୍ମଚାରି ଜଣଙ୍କ କହିଛନ୍ତି ।

   Related Posts