Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜବେଷ୍ଟସ୍ ଭାଙ୍ଗି ଦୋକାନରୁ ଚୋରି କରୁଥିଲେ ୨ ସିକ୍ୟୁରିଟି ଗାର୍ଡ, ଧରିଦେଲେ ଗାଁ ଲୋକେ
  • ||
  • ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ଘରୁ ଉଠାଇ ନେଇ ନାବାଳିକାଙ୍କୁ ଦୁଷ୍କର୍ମ, ୨ ଗିରଫ
  • ||
  • ଆଖିବୁଜିଲେ ଫ୍ଲାଇଂ ଶିଖ୍ ତଥା କିମ୍ୱଦନ୍ତୀ ଧାବକ ମିଲଖା ସିଂହ
  • ||
  • ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କର ପରଲୋକ
  • ||
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||

ରାତି ସାରା ଅଲିବାଗ୍ ଜେଲର କୋଭିଡ୍ କେନ୍ଦ୍ରରେ ରହିଲେ ଅର୍ଣ୍ଣବ ଗୋସ୍ୱାମୀ

5/11/2020 at 1:18 PM

ମୁମ୍ବାଇ ୦୫/୧୧ : ମହାରାଷ୍ଟ୍ର ଅଲିବାଗରେ ନଭେମ୍ବର ୪ ତାରିଖରେ ଗିରଫ ହୋଇଥିବା ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ରାତି ସାରା ଏକ ସ୍କୁଲରେ ରଖାଯାଇଥିଲା। ଏହି ସ୍କୁଲକୁ ଅଲିବାଗ ଜେଲର କୋଭିଡ କେନ୍ଦ୍ର ନିର୍ଦ୍ଧିଷ୍ଟ କରାଯାଇଛି। ଜଣେ ଈଂଟରିୟର ଡିଜାଇନରଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରାଯାଇଛି। ମହାରାଷ୍ଟ୍ର ରାୟଗଡ଼ ଜିଲ୍ଲାର ଅଲିବାଗ ଅଦାଲତରେ ଏହି ମାମଲାରେ ଅର୍ଣ୍ଣବ ଗୋସ୍ୱାମୀ ଓ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କୁ ନଭେମ୍ବର ୧୮ ତାରିଖ ଯାଏଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ପୋଲିସ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ୧୪ ଦିନିଆ ହେପାଜତକୁ ନେବା ପାଇଁ ଅନୁରୋଧ କରିଥିଲା। କିନ୍ତୁ କୋର୍ଟ କହିଥିଲେ ଯେ ହେପାଜତକୁ ନେଇ ପଚରାଉଚୁରା କରିବା ଦରକାର ନାହିଁ।

ଅଧିକାରୀ କହିଛନ୍ତି ଯେ, ମେଡିକାଲ ଯାଞ୍ଚ ପାଇଁ ଅର୍ଣ୍ଣବଙ୍କୁ ବୁଧବାର ରାତିରେ ଏକ ସରକାରୀ ହସ୍ପିଟାଲକୁ ନିଆଯାଇଥିଲା। ମେଡିକାଲ ଯାଞ୍ଚ ପାରେ ତାଙ୍କୁ ଅଲିବାଗ ନଗର ପରିଷଦ ସ୍କୁଲକୁ ନିଆଯାଇଥିଲା। ରାତିରେ ସେ ସେଠାରେ ରହିଥିଲେ। ଏହି ସ୍କୁଲକୁ ଅଲିବାଗ ଜେଲର କୋଭିଡ କେନ୍ଦ୍ର କରାଯାଇଛି।

ଆର୍କିଟେକ୍ଟ ଏବଂ ଈଂଟରିୟର ଡିଜାଇନର ଅନ୍ୱୟ ନାଇକ ଓ ତାଙ୍କ ମା’ଙ୍କୁ କଥିତ ଭାବେ ଆତ୍ମହତ୍ୟା ପାଇଁ ଉସୁକାଇବା ମାମଲାରେ ଅର୍ଣ୍ଣବ ଗୋସ୍ୱାମୀ ଓ ଅନ୍ୟ ଦୁଇଜଣଙ୍କ ବିରୋଧରେ ଧାରା ୩୦୬ ଓ ୩୪ ରେ ମାମଲା ରୁଜ୍ଜୁ କରାଯାଇଛି।

ପୋଲିସ କହିଛି ଯେ କାଁନକାର୍ଡ ଡିଜାଇନ୍ସ ପ୍ରାଇଭେଟ ଲିମିଟେଡ଼ର ମାଲିକ ଅନ୍ୱୟ ନାଇକ ସୂଇସାଇଡ ନୋଟରେ ଦାବି କରିଥିଲେ ଯେ ଅର୍ଣ୍ଣବ ଗୋସ୍ୱାମୀ, ଆଇକାଷ୍ଟଏକ୍ସ/ସ୍କିମିଡ଼ିଆର ଫିରୋଜ ମହମ୍ମଦ ଶେଖ ଓ ସ୍ମାର୍ଟ ୱାର୍କ୍ସର ନୀତିଶ ସାରଦା ତାଙ୍କର ବାକି ଟଙ୍କା ଦେଇନଥିଲେ ଯେଉଁଥିପାଇଁ ସେ ଆତ୍ମହତ୍ୟା କରୁଛନ୍ତି। ଶେଖ ଓ ସାରଦାଙ୍କୁ ବୁଧବାର ଦିନ ଅଲିବାଗ ଅଦାଲତରେ ହାଜର କରାଯାଇଥିଲା ଏବଂ ସେମାନଙ୍କୁ ମଧ୍ୟ ନଭେମ୍ବର ୧୮ ଯାଏଁ ହେପାଜତକୁ ପଠାଯାଇଛି। ଅଦାଲତଙ୍କ ଫଇସଲା ରାତି ୧୧ଟା ପରେ ଆସିଥିଲା। ନାଇକଙ୍କ ସୂଇସାଇଡ ନୋଟ ପୁନେର ଜଣେ ହସ୍ତଲେଖା ବିଶେଷଜ୍ଞଙ୍କ ପାଖକୁ ପଠାଯାଇଛି। ଏବେ ଯାଏଁ ଏହାର ରିପୋର୍ଟ ଆସିନାହିଁ। ଅଧିକାରୀ କହିଛନ୍ତି ଯେ ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନର ଶୁଣାଣି ଗୁରୁବାର ଦିନ ହେବ।

ଅର୍ଣ୍ଣବ ଗୋସ୍ୱାମୀ ଏହି ମାମଲାରେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ରଦ୍ଦ କରିବା ପାଇଁ ଅନୁରୋଧ କରି ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ଉପରେ ବିଚାରପତି ଏସ ଏସ ସିଂଦେ ଓ ବିଚାରପତି ଏସ ଏସ କର୍ଣ୍ଣିକଙ୍କ ଖଣ୍ଡପୀଠ ଗୁରୁବାର ଦିନ ଶୁଣାଣି କରିବ। ଅଧିକାରୀ କହିଛନ୍ତି ଯେ, ମୁମ୍ବାଇ ପୋଲିସ, ଡ୍ୟୁଟିରେ ଥିବା ଜଣେ ପୋଲିସ ଅଧିକାରୀଙ୍କ କାମରେ ବାଧା ଦେବା, ତାଙ୍କୁ ହମଲା କରିବା, ଅଭଦ୍ର ଭାଷାରେ ଧମକ ଦେବା ଓ ସରକାରୀ ଦସ୍ତାବିଜ ଚିରିବା ମାମଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ପତ୍ନୀ, ତାଙ୍କ ପୁଅ ଓ ଅନ୍ୟ ଦୁଇଜଣଙ୍କ ବିରୋଧରେ ପ୍ରାଥମିକ ମାମଲା ରୁଜ୍ଜୁ କରିଛି। ବୁଧବାର ଦିନ ଧାରା ୩୫୩, ୫୦୪, ୫୦୬ ଓ ସାର୍ବଜନିକ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ସମ୍ବନ୍ଧରେ ମାମଲା ରୁଜ୍ଜୁ କରାଯାଇଛି।

   Related Posts