Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଗୁଳି-ଗୋଳା ଓ ବିସ୍ଫୋରକ ନେଇ ଯାଉଥିବା ଟ୍ରେନ୍‌ ଓଲଟିଲା, ଅଘଟଣ ଆଶଙ୍କାରେ ପୁରା ଇଲାକାକୁ ଘେରିଲା ସେନା

17/03/2020 at 12:28 PM

ରାଞ୍ଚି ୧୭।୦୩:  ଭାରତୀୟ ସେନାର ଏକ ମାଲବାହୀନ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି ।  ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଟ୍ରେନ୍‌ରେ ସେନା ପାଇଁ ବୋମା, ଗୁଳି, ଟ୍ୟାଙ୍କ, ସାମରିକ ଯାନ ଯାଉଥିଲା । ଯହାକି ଦୁର୍ଘଟଣାର ଶିକାର ହୋଇ ଓଲଟି ପଡିଛି । ତେବେ ଦୁର୍ଘଟଣା ହୋଇଥିବା ସ୍ଥାନରେ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି । ସମଗ୍ର ଅଞ୍ଚଳକୁ ପୋଲିସ ଓ ସେନା ଛାଉଣୀ କରିଦେଇଛି । ଝାଡଖଣ୍ଡ ରାଜ୍ୟ ଲାଟେହାର ଜିଲ୍ଲାର ଟୋରୀ ରେଳ ଷ୍ଟେସନ ନିକଟରେ ଘଟିଛି ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, ସେନାର ଏହି ଟ୍ରେନ୍‌ରେ ସାମରିକା ଯାନ, ବୋମା , ଗୁଳି, ଟ୍ୟାଙ୍କ ଇତ୍ୟାଦି ସାମଗ୍ରୀ ଲୋଡିଂଗ କରାଯାଇଥିଲା । ଟ୍ରେନ୍‌ଟି ରାଞ୍ଚିରୁ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । କିନ୍ତୁ ଲାଟେହାରୀ ଜିଲ୍ଲାର ଟୋରୀ ଷ୍ଟେସନ ନିକଟରେ ଟ୍ରେନ୍‌ଟି ଟ୍ରାକ ବଦଳାଇବା ବେଳେ ଦୁର୍ଘଟଣା ଶିକାର ହୋଇଥିଲା । ଯାହାଫଳରେ ଟ୍ରେନ୍‌ଟି ଟ୍ରାକ୍‌ରୁ ଖସିପଡିଯାଇ ଓଲଟିପଡିଥିଲା ।

ଟ୍ରେନ୍‌ଟି ଓଲଟିବା ଦେଖି ସ୍ଥାନୀୟଲୋକ ଉପସ୍ଥିତି ବଢିବାକୁ ଲାଗିଥିଲା । କିନ୍ତୁ ସେନାବାହିନୀ ତୁରନ୍ତ ସ୍ଥାନୀୟ ଅଞ୍ଚଳକୁ ଘେରି ଯାଇଥିଲା । ଏବଂ ଲୋକଙ୍କ ଯିବାଆସିବାକୁ ନେଇ କଟକଣା ଜାରି କରିଛି । କାହାରିକି ହେଲେ ବି ଟ୍ରେନ୍‌ ନିକଟକୁ ଛାଡୁନାହିଁ ସେନା ।  ତେବେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିଛି । ଏବଂ ଟ୍ରେନ୍‌ଟିକୁ ଟ୍ରାକରେ ଛିଡା କରିଛନ୍ତି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରେନ୍‌କୁ ଛିଡା କରିବା ପରେ ଟ୍ରେନ୍‌ ଚଳାଚଳ ଜାରି ରହିଛି । ଘଟଣାର ତଦନ୍ତ ଜାରି ରଖିଛି ରେଳବାଇ ।

   Related Posts