Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ସେନା ବ୍ୟବହାର କରିବେ ସ୍ବଦେଶୀ ଅସ୍ତ୍ର: ଶତ୍ରୁ ପକ୍ଷରୁ ଉଚିତ୍ ଜବାବ ଦେବ ମେଡ୍‌ ଇନ୍‌ ଇଣ୍ଡିଆ ମିସାଇଲ୍

22/07/2020 at 10:14 PM

ନୂଆଦିଲ୍ଲୀ ୨୨/୭:  ସେନା ବ୍ୟବହାର କରିବେ ସ୍ବଦେଶୀ ଅସ୍ତ୍ର । ଭାରତ ଦ୍ବାରା ନିର୍ମିତ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ଧ୍ରୁବାସ୍ତ୍ର ଭାରତୀୟ ସେନା ବ୍ୟବହାର କରିବ । ବାଲେଶ୍ବର ଚାନ୍ଦିପୁର ସ୍ଥିତ ଆଇଟିଆରରୁ ଏହି ମିସାଇଲର ସଫଳ  ପରୀକ୍ଷଣ କରାଯାଇଛି । ବିନା ହେଲକ୍ୟାପଟରରେ ଏହାର ପରୀକ୍ଷଣ ସଫଳ  ହୋଇଛି । ସେପଟେ ଜୁଲାଇ ୨୯ ସୁଦ୍ଧା ପ୍ରଥମ ଦଫାରେ ୫ ଟି ରାଫେଲ୍‌ ଯୁଦ୍ଧ ବିମାନ ଫ୍ରାନ୍ସରୁ ଆସି ଭାରତରେ ପହଞ୍ଚିବ । ଚୀନ୍‌କୁ କିପରି କଡା ଟକ୍କର ଦେଇ ହେବ ସେନେଇ ସେନାକୁ ଶକ୍ତିଶାଳୀ  କରାଯାଉଛି । ଏନେଇ ବାୟୁସେନାର ବରିଷ୍ଠ କମାଣ୍ଡରମାନଙ୍କ ସମ୍ମିଳନୀରେ ପ୍ରତିରକ୍ଷା ମନ୍ତ୍ରୀ ସମ୍ବୋଧିତ କରି ବାୟୁସେନାର ମନୋବଳ ବୃଦ୍ଧି କରିଛନ୍ତି ।

ଶତ୍ରୁ ପକ୍ଷରୁ ଉଚିତ୍ ଜବାବ ଦେବ ମେଡ୍‌ ଇନ୍‌ ଇଣ୍ଡିଆ ମିସାଇଲ୍‌ । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ମିସାଇଲ୍‌ ଧ୍ରୁବାସ୍ତ୍ର ଭାରତୀୟ ସେନା ବ୍ୟବହାର କରିବ । ବାଲେଶ୍ଵର ଆଇଟିଆରରୁ ‘ନାଗ’ କ୍ଷେପଣାସ୍ତ୍ର- ହେଲିନାର ପରୀକ୍ଷଣ ସଫଳ ହୋଇଛି। ଏହାକୁ ‘ଧ୍ରୁବାସ୍ତ୍ର’ ଆଣ୍ଟି ଟ୍ୟାଙ୍କ୍ କ୍ଷେପଣାସ୍ତ୍ର ନାମରେ ନାମିତ କରାଯାଇଛି । ଗତ ୧୫ ଓ ୧୬ ତାରିଖରେ ଏହାର ପରୀକ୍ଷଣ କରାଯାଇଥିଲା ।ବିନା ହେଲିକପ୍ଟରରେ ଏହାର ପରୀକ୍ଷଣ ହୋଇଥିଲା। ଏହାର ଭିଡିଓ ଆଜି ଶେୟାର କରାଯାଇଛି। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତୀୟ ସେନାର ଧ୍ରୁବ ହେଲିକପ୍ଟର ସହିତ ଏହି କ୍ଷେପଣାସ୍ତ୍ର ବ୍ୟବହାର କରାଯିବ। ଏହା ୪ କି.ମି. ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଶତ୍ରୁ ପକ୍ଷର ଯେକୌଣସି ଟ୍ୟାଙ୍କ୍ କୁ ଏହି କ୍ଷେପଣାସ୍ତ୍ର ନିମିଷକ ମଧ୍ୟରେ ଧ୍ଵଂସ କରିଦେବାର କ୍ଷମତା ରଖିଛି। ମେକ୍  ଇନ୍  ଇଣ୍ଡିଆ କାର୍ଯ୍ୟକ୍ରମରେ ଏହି କ୍ଷେପଣାସ୍ତ୍ରକୁ ପ୍ରସ୍ତୁତ କରାଯାଇଛି  ।

ସେପଟେ ଜୁଲାଇ ୨୯ ରେ ଫ୍ରାନ୍ସରୁ ୫ ଟି ରାଫେଲ୍‌ ଯୁଦ୍ଧ ବିମାନ ଭାରତକୁ ମିଳିବ । ଫ୍ରାନ୍ସ ସହ ହୋଇଥିବା ୩୬ ଟି ରାଫେଲ୍ ଯୁଦ୍ଧ ବିମାନ କିଣା ଚୁକ୍ତି ଅନୁସାରେ ପ୍ରଥମ ଦଫାରେ ଏହି ବିମାନ ଭାରତ ପାଇବ । ଫଳରେ ଭାରତର ବାୟୁସେନାର ଶକ୍ତି ଅନେକ ମାତ୍ରାରେ ବୃଦ୍ଧି ପାଇବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି । ବାୟୁ ସେନାର ୩ ଦିନିଆ କମାଣ୍ଡର ସ୍ତରୀୟ ବୈଠକକୁ ଭିଡିଓ କନଫେରେନସିଂ ମାଧ୍ୟମରେ ସମ୍ବୋଧିତ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ । ସମ୍ମିଳନୀରେ ଚୀନକୁ କିଭଳି କଡ୍ଡା ଟକ୍କର ଦେଇହେବ ସେ ନେଇ ଆଲୋଚନା ହୋଇଛି । ରାଫେଲ୍‌ ବିମାନ ଆସିବା ପରେ ଏହାକୁ ଲଦାଖ ସୀମାରେ ନିୟୋଜିତ କରାଯିବାକୁ ଯୋଜନା ହେଉଛି । ପୂର୍ବରୁ ବାୟୁସେନାର ଅନ୍ୟ ଅତ୍ୟାଧୁନିକ ଲଢୁଆ ଯୁଦ୍ଧ ବିମାନ ମିରାଜ୍‌-୨୦୦୦ , ସୁଖୋଇ -୩୦, ମିଗ୍‌ -୨୯ ଲଦାଖ ଏୟାର ବେସ୍‌ରେ ନିୟୋଜିତ ଅଛନ୍ତି ।

ଚୀନ୍ ଏବଂ ନେପାଳ ପରି ପଡୋଶୀ ଦେଶ ସହ ଭାରତର ସମ୍ପର୍କ ଖରାପ ହେବା ମଧ୍ୟରେ ସେନା ନିଜର ଶକ୍ତି ବୃଦ୍ଧି କରୁଛି। ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ଦେଶର ସେନା କ୍ରମାଗତ ଭାବେ ମଜବୁତ ହେବାରେ ଲାଗିଛି।

   Related Posts