ଆତଙ୍କବାଦୀ- ସୁରକ୍ଷାକର୍ମୀ ଗୁଳି ବିନିମୟ: ରାଇଫଲ ଓ ବିସ୍ଫୋରକ ଜବତ, ସର୍ଚ୍ଚ ଅପରେସନ ଜାରି

Published By : Prameya-News7 Bureau | April 11, 2020 IST

ଶ୍ରୀନଗର, ୧୧|୦୪:  ଜମ୍ମୁ-କାଶ୍ମୀରର କୁଲଗାମରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସେନା ଓ ପୋଲିସ ମିଳିତ ଅପରେସନ ଆରମ୍ଭ କରିଛନ୍ତି । ଆତଙ୍କବାଦୀ ଲୁଚିଥିବା ଅଞ୍ଚଳକୁ ଯବାନମାନେ ଘେରି ରହିଛନ୍ତି । ନିଜକୁ ବିପଦରେ ଦେଖି ଆତଙ୍କବାଦୀମାନେ ମଧ୍ୟ ଗୁଳି ଚଳାଉଥିବା ସୂଚନା ମିଳିଛି ।

ଭାରତୀୟ ସେନାକୁ କୁଲଗାମ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ପୋଲିସ, ଏସଓଜି, ସେନା ପକ୍ଷରୁ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ଆତଙ୍କୀ ଲୁଚିଥିବା ସ୍ଥାନକୁ ଯବାନମାନେ ଘେରିଥିଲେ । ତେବେ ଖସିଯିବାକୁ ପ୍ରୟାସ କରି ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିମାଡ କରିଛନ୍ତି । ସୁରକ୍ଷାକର୍ମୀ ମଧ୍ୟ ଏହାର ପାଲଟା ଜବାବ ଦେଇଛନ୍ତି । ଅଳ୍ପ ସମୟ ପରେ ଗୁଳି ବିନିମୟ ବନ୍ଦ ହୋଇଥିଲା ।

ତେବେ ଘଟଣାସ୍ଥଳରୁ ପୀକା ଏଲଏମଜି ରାଇଫଲ, ଆଇଡି ପ୍ରସ୍ତୁତ ସାମଗ୍ରୀ ଜବତ ହୋଇଛି । ଆତଙ୍କବାଦୀମାନେ ଖସି ପଳାଇଥିବା ଅନୁମାନ କରାଯାଉଛି । ସେମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ, ଗତ ସପ୍ତାହରେ କେରନ ସେକ୍ଟରରେ ୫ ଜଣ ଆତଙ୍କବାଦୀକୁ ସେନା ନିପାତ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.