Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଜାମ୍ମୁ କାଶ୍ମୀରର ତ୍ରାଲ୍‌ରେ ସେନା-ଆତଙ୍କବାଦୀ ମୁହାଁମୁହିଁ : ଏନକାଉଣ୍ଟରରେ ୩ ଆତଙ୍କୀ ସଫା, ଏକେ-୪୭, ପିସ୍ତଲ ଓ ଗ୍ରେନେଡ୍ ଜବତ

29/01/2021 at 8:44 PM

ଜମ୍ମୁ ୨୯/୦୧ : ଜାମ୍ମୁ-କାଶ୍ମୀରର ତ୍ରାଲ୍‌ରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ମିଳିତ ଏନକାଇଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଜମ୍ମୁ-କାଶ୍ମୀର ପୋଲିସର ଆଇଜିପି ବିଜୟ କୁମାର କହିଛନ୍ତି, ମୃତକ ଆତଙ୍କବାଦୀମାନେ ସ୍ଥାନୀୟ ଅଞ୍ଚଳର ଏବଂ ସେମାନେ ସମସ୍ତେ ହିଜବୁଲ୍‌ ସଂଗଠନ ସହିତ ଜଡିତ ।

ତ୍ରାଲ୍‌ର ମନ୍ଦୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ନେଇ ଖବର ପାଇଥିଲେ ଭାରତୀୟ ଯବାନ । ଏହି ସୂଚନା ପାଇ ସେନା, ପୋଲିସ ଏବଂ ସିଆରପିଏଫ୍‌ର ମିଳିତ ଟିମ୍‌ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଦେଇଥିଲେ । ଏହାରି ମଧ୍ୟରେ ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ କରିବା ଆରମ୍ଭ କରିଦେଇଥିଲେ । ତେବେ ସେନା ପକ୍ଷରୁ ଆତ୍ମସମର୍ପଣ ପାଇଁ ସୁଯୋଗ ଦିଆଯାଇଥିଲେ ସୁଦ୍ଧା ଆତଙ୍କବାଦୀମାନେ ଗୁଳିମାଡ ଜାରି ରଖିଥିଲେ ।

ଏହା ପରେ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ୍‌ କ୍ଲିନ୍‌ । ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିମାଡରେ ଟଳିପଡିଥିଲେ ୩ ଆତଙ୍କବାଦୀ । ମୃତକ ୩ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଗତ ବର୍ଷ ଅଗଷ୍ଟ ମାସରେ ଆତଙ୍କୀ ଗ୍ରୁପ୍‌ରେ ସାମିଲ ହୋଇଥିଲା । ତେବେ ଅନ୍ୟ ଦୁଇ ଜଣ ଏହି ମାସରେ ଅର୍ଥାତ୍‌ ଜାନୁୟାରୀରେ ହିଁ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିଲେ ।

ମୃତକ ୩ ଜଣ ଆତଙ୍କବାଦୀଙ୍କ ପରିଚୟ ମଧ୍ୟ ମିଳିଛି । ମୃତକଙ୍କ ମଧ୍ୟରୁ ଜଣେ ମରହାମାର ଆରିଫ୍‌ ବଶୀର ଥିବା ବେଳେ ଅନ୍ୟ ଦୁଇ ଜଣ ଓ୍ବାରିସ୍‌ ହାସନ୍‌ ନାୟକୁ ଏବଂ ସୟଦ ହାଫିଜ୍‌ ବୋଲି ସୂଚନା ମିଳିଛି । ମୃତକଙ୍କ ନିକଟରୁ ଗୋଟିଏ ଏକେ-୪୭, ୨ଟି ପିସ୍ତଲ ଏବଂ ୪ଟି ଗ୍ରେନେଡ୍‌ ଜବତ କରାଯାଇଛି ।

   Related Posts