Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ପୁଲଓ୍ବାମା ଏନ୍‌କାଉଣ୍ଟର : ୪୦ ସହିଦ ଯବାନଙ୍କ ବଳିଦାନର ପ୍ରତିଶୋଧ ନେଲା ଭାରତୀୟ ସେନା

18/02/2019 at 12:49 PM

ପୁଲଓ୍ବାମା ୧୮|୨:  ଦକ୍ଷିଣ କାଶ୍ମୀର ପୁଲଓ୍ବାମାରେ ୧୪ ଫେବୃଆରୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ୧୦୦ଘଣ୍ଟା ମଧ୍ୟରେ ପ୍ରତିଶୋଧ ନେଇଛି ସେନାବାହିନୀ । ଗତକାଲିଠାରୁ ଜମ୍ମୁକାଶ୍ମୀର ପୁଲଓ୍ବାମା ଫିଙ୍ଗଲାନରେ ସୁରକ୍ଷାକର୍ମୀ ଜୋରଦାର ସର୍ଚ୍ଚ ଅପରେସନ ଚଳାଇଥିଲେ । ଏନକାଉଣ୍ଟରରେ ।ଜୈସ୍-ଏ-ମହମ୍ମଦର ଆତଙ୍କବାଦୀ ଅବଦୁଲ ରସିଦ ଘାଜି ସହ ଆଉ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିବା ଖବର ଶୁଣିବାକୁ ମିଳୁଛି । ଗତ ୧୪ତାରିଖରେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଥିଲା ଅବଦୁଲ ରସିଦ ଘାଜି । ସିଆରପିଏଫ୍ ଫୌଜ ଉପରେ ଆତ୍ମଘାତୀ ଆକ୍ରମଣରେ ସାମିଲ ଥିବା ଆଦିଲ ଅହମ୍ମଦ ଡାରକୁ ଟ୍ରେନିଂ ଦେଇଥିଲା ଘାଜି ।

ପୁଲଓ୍ବାମା ଅଓ୍ବନ୍ତିପୁରାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଆଦିଲ ଅହମ୍ମଦ ଡାର୍ ନୁହେଁ ବରଂ ଜୈସ୍-ଏ-ମହମ୍ମଦର ଆତଙ୍କବାଦୀ ଅବଦୁଲ ରସିଦ ଘାଜି ଥିଲା ମାଷ୍ଟରମାଇଣ୍ଡ । ଘାଜି ହିଁ ଆଦିଲକୁ ଆକ୍ରମଣ ପାଇଁ ଟ୍ରେନିଂ ଦେଇଥିଲା ଏବଂ ତାକୁ ଆଇଇଡିରେ ଏକ୍ସପର୍ଟ କରିଥିଲା । ସୁରକ୍ଷା ସଂସ୍ଥା ତଥ୍ୟ ଅନୁସାରେ ଘାଜି ଜଣେ ଆଇଇଡି ଏକ୍ସପର୍ଟ ଥିଲା ଏବଂ ସେ ପୁରା ଆକ୍ରମଣ ଘଟଣାକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଥିଲା । ଘାଜି ରସିଦ ଗତ ବର୍ଷ ଡିସେମ୍ବର ମାସରେ କାଶ୍ମୀରକୁ ଆସିଥିଲା । ଘାଜିକୁ ଜୈସ୍-ଏ-ମହମ୍ମଦ ମୁଖ୍ୟ ମାସୁଦ ଅଜହର ତାର ଦୁଇ ଭଣଜାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ପଠାଇଥିଲା । ମସୁଦ ଅଜହର ଭଣଜା ତଲହା ରସିଦ ଏବଂ ଉସମାନ ୨୦୧୭ ଏବଂ ୨୦୧୮ରେ ଏନକାଉଣ୍ଟରରେ ମୃତ୍ୟୁ ହୋଇଥିଲା । ଉଭୟଙ୍କୁ ପୁଲଓ୍ବାମାରେ ହିଁ ସୁରକ୍ଷାକର୍ମୀ ଗୁଳି କରି ମାରିଥିଲେ । ଏହାପରେ ଘାଜି ପୁଲଓ୍ବାମାରେ ହିଁ ଅଜହରର ଭଣଜାଙ୍କୁ ମୃତ୍ୟୁର ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଇଥିଲା ।

ଗୁଇନ୍ଦା ସୂତ୍ର ଅନୁସାରେ ଘାଜି ରସିଦ ପୁଲଓ୍ବାମାର ରାତନିପୋରାର ଏକ ଗାଁରେ ୧୨ ଫେବୃଆରୀରେ ହୋଇଥିବା ଏକ ଏନକାଉଣ୍ଟରରୁ ବର୍ତ୍ତି ଯାଇଥିଲା । ସେହି ଏନକାଉଣ୍ଟରରେ ଜୈସ୍-ଏ-ମହମ୍ମଦର ଜଣେ ସ୍ଥାନୀୟ ଆତଙ୍କବାଦୀ ନିହତ ହୋଇଥିଲା । ମାତ୍ର ତିନି ଜଣ ଆତଙ୍କବାଦୀ ଫେରାର ହେବାରେ ସକ୍ଷମ ହୋଇଥିଲେ । ସେନା ଯବାନ ଏଚ.ବି. ବଲଜିତ୍ ମଧ୍ୟ ଏହି ଏନକାଉଣ୍ଟର ବେଳେ ସହିଦ ହୋଇଥିଲେ । ମାସୁଦ ଅଜହରର ସବୁଠୁ ପ୍ରିୟ ଥିଲା ଘାଜି । ଘାଜି ଉପରେ ଅଜହରର ବହୁତ ଭରସା ଥିଲା । ୨୦୦୮ରେ ଘାଜି ଜୈସ୍-ଏ-ମହମ୍ମଦରେ ଯୋଗଦେଇଥିଲା । ୩୨ ବର୍ଷୀୟ ଘାଜିକୁ ଆଫଗାନିସ୍ତାନରେ ଟ୍ରେନିଂ ଦେଇଥିଲା ତାଲିବାନ ।

   Related Posts