Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ହଜାର ହଜାର କାଶ୍ମୀର ଯୁବକ ସେନାରେ ଯୋଗ ଦେବା ପାଇଁ ଶ୍ରୀନଗରରେ ପହଞ୍ଚିଲେ

12/10/2019 at 3:56 PM

ଶ୍ରୀନଗର- ଶ୍ରୀନଗରରେ ସେନା ପକ୍ଷରୁ ଆୟୋଜିତ ରିକ୍ୟୁଟିମେଣ୍ଟ ରାଲିରେ ହଜାର ହଜାର ସଂଖ୍ୟାରେ କାଶ୍ମୀର ଯୁବକ ଅଂଶ ଗ୍ରହଣ କରିଛନ୍ତି । ଦକ୍ଷିଣ କାଶ୍ମୀର ଅଧିକାଂଶ ଯୁବକ ଏହି ରାଲିରେ ଅଂଶଗ୍ରହଣ କରିଛନ୍ତି । ଜାମ୍ମୁ-କାଶ୍ମୀର ଲାଇଟ୍‌ ଇନ୍‌ଫା ଣ୍ଟ୍ରି କେନ୍ଦ୍ରରେ ଏହି ରାଲି ଅନୁଷ୍ଠିତ ହୋଇଥିଲା ।

ଦକ୍ଷିଣ କାଶ୍ମୀରରେ ଥିବା ଅନନ୍ତନାଗ, କୁଲଗ୍ରାମ ଓ ପୁଲୁଓ୍ୱାମା ଜିଲ୍ଲାର ଯୁବକମାନଙ୍କ ପାଇଁ ଏହି ରିକ୍ୟୁଟିମେଣ୍ଟ ରାଲି ଅନୁଷ୍ଠିତ ହୋଇଥିଲା ।
ସେନାର ୧୬୨ ଓ ୧୬୩ ପଦାତିକ ବାଟାଲିଅନ୍‌ ପାଇଁ ଖାଲିଥିବା ପଦବୀ ପୂରଣ କରିବାକୁ ଏହି ରିକ୍ୟୁଟିମେଣ୍ଟ ରାଲି ଅନୁଷ୍ଠିତ ହେଉଥିବା କମାଣ୍ଡିଙ୍ଗ ଅଫିସର୍‌ ଆର୍‌ଆର୍ ଶର୍ମା ସୂଚନା ଦେଇଛନ୍ତି । ଏଥିପାଇଁ ଆଗ୍ରହର ସହ ସ୍ଥାନୀୟ କାଶ୍ମୀର ଯୁବକ ଅଂଶଗ୍ରହଣ କରୁଥିବା ସେନା ପକ୍ଷରୁ କୁହାଯାଇଛି।

ଗତ ବର୍ଷ ଏଥିରେ ୮୦୦ ଜଣ ଯୁବକ ଅଂଶଗ୍ରହଣ କରିଥିବା ବେଳେ ଚଳିତ ବର୍ଷ ପ୍ରଥମ ଦିନରେ ୨ହଜାର ଯୁବକ ଅଂଶଗ୍ରହଣ କରିଥିଲେ । ଆହୁରି ଅନେକ ଯୁବକ କ୍ୟାମ୍ପ ବାହାରେ ଅପେକ୍ଷା କରି ରହିଛନ୍ତି । ଏଥିରେ ଯୋଗ ଦେବା ପାଇଁ ଗୋଟିଏ ସନ୍ଦେଶ ରହିଛି । ମହାନ ଭାରତୀୟ ସେନାରେ ଯୋଗ ଦିଅନ୍ତୁ ଦେଶର ଉନ୍ନତି ସୁରକ୍ଷାର ଅଂଶ ବନନ୍ତୁ ।
ଶ୍ରୀନଗରରୁ ୮୦ କିଲୋମିଟର ଦୂରରୁ ଆସିଥିବା ଦାନିଶ୍‌ ବଶୀର ଭାରତୀୟ ସେନାରେ ଯୋଗ ଦେବେ ବୋଲି ଆଶା ରଖିଛନ୍ତି । ସେ ଭାରତୀୟ ସେନାରେ ଯୋଗ ଦେବା ପାଇଁ ସବୁ ବେଳେ ଇଚ୍ଛୁକ ଥିଲେ । ଏଥି ଯୋଗୁଁ ସେ ଆର୍ଥିକ ଭାବେ ସ୍ୱଚ୍ଛଳ ହେବେ ଓ ସେନାର ଅଂଶ ହୋଇ ପାରିବେ ବୋଲି କହିଛନ୍ତି ।
କୁଲୁଗ୍ରାମରୁ ଆସିଥିବା ଅଖତର ନୁର୍‌ ସେ ଅଣ୍ଡର ଗ୍ରାଜୁଏଟ୍‌ ବା ସ୍ନାତକରେ ହୋଇ ନଥିବା ସତ୍ତ୍ୱେ ଭାରତୀୟ ସେନାରେ ଯୋଗ ଦେବାପାଇଁ ଇଚ୍ଛୁକ ବୋଲି କହିଛନ୍ତି । ସେ ସମସ୍ତ କାଶ୍ମୀର ଯୁବକଙ୍କୁ ସେନାରେ ଯୋଗ ଦେବା ପାଇଁ କହିଛନ୍ତି ।

ଏଠାକୁ ଆସିଥିବା ଅନେକ ଯୁବକ ଏହା ତାଙ୍କୁ ଭାରତୀୟ ସେନାରେ ଯୋଗ ଦେଇ ଆର୍ଥିକ ଭାବେ ସ୍ୱଚ୍ଛଳ ହୋଇ ପାରିବେ ବୋଲି ସୂଚନା ଦେଇଛନ୍ତି । ୪ ଦିନ ପାଇଁ ଏହି ରିକ୍ୟୁଟିମେଣ୍ଟ ରାଲିର ଆୟୋଜନ କରାଯିବ ।

   Related Posts