ହାଡଭଙ୍ଗା ଶୀତରେ ଚୀନର ମୁକାବିଲା ପାଇଁ ସେନା ପ୍ରସ୍ତୁତ, ୧୬ ହଜାର ଫୁଟ୍ ଉଚ୍ଚକୁ ପହଞ୍ଚାଯାଉଛି ଖାଦ୍ୟ ସାମଗ୍ରୀ ଓ ବିପୁଳ ପରିମାଣରେ ଯୁଦ୍ଧାସ୍ତ୍ର

Published By : Prameya-News7 Bureau | September 27, 2020 IST

ନୂଆଦିଲ୍ଲୀ ୨୭।୦୯: ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଉତ୍ତେଜନା ହ୍ରାସ କରିବା ନେଇ ଜାରି ଉଦ୍ୟମ ମଧ୍ୟରେ ଭାରତୀୟ ସେନା ଲଦାଖରେ ଭୀଷଣ ଥଣ୍ଡାରେ ମୁତୟନ ପାଇଁ ପ୍ରସ୍ତୁତି କରୁଛି। ଏଲଏସିରେ ଉତ୍ତେଜନା କମ ହେବ ବୋଲି ଆଶା କରାଯାଉଛି। ହେଲେ ସ୍ଵାଧୀନତା ପରେ ନିଜର ସବୁଠୁ ବଡ ସୈନ୍ୟ ଅପରେସନ ସହିତ ଭାରତୀୟ ସେନା ପୂର୍ବ ଲଦାଖରେ ଉଚ୍ଚ କ୍ଷେତ୍ରରେ ପ୍ରାୟ ଚାରି ମାସ ଭୟାବହ ଥଣ୍ଡାରେ ମୁକାବିଲା ପାଇଁ ଅଣ୍ଟା ଭିଡିଛି। ସେଥିପାଇଁ ସେନା ପାଖକୁ ଟ୍ୟାଙ୍କ, ବିପୁଳ ଅସ୍ତ୍ର ଶସ୍ତ୍ର, ଗୋଳା-ବାରୁଦ, ଇନ୍ଧନ, ଭୋଜନ ଓ ଆବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ପ୍ରସ୍ତୁତି କରୁଛି। ସେନାର ଜଣେ ଅଧିକାରୀ କହିଛନ୍ତି ଏ ପର୍ଯ୍ୟନ୍ତ ଏହା ସବୁଠୁ ବଡ ଲଜିଷ୍ଟିକ ଅପରେସନ, ଯାହାକୁ ସ୍ଵାଧୀନତା ପରେ ପ୍ରଥମ ଥର ଲଦାଖରେ ଲାଗୁ କରାଯାଇଛି।

ସେନାର ଉତ୍ତର କମାଣ୍ଡର ଅପ୍ସ-ଲଜିଷ୍ଟିକ ଓ୍ଵିଙ୍ଗ  ସ୍ଥିତି ଯାହା ବି ବିଷମ ହେଉ ନା କାହଁକି ଦୂର ଦୂରାନ୍ତ ଅଞ୍ଚଳରେ ମୁତୟନ ସୈନିକଙ୍କୁ ଖାଦ୍ୟ ପଦାର୍ଥ ଓ ରାସନ ପହଞ୍ଚାଇା ଆରମ୍ଭ କରି ଦେଇଛି। ଏଥିପାଇଁ ସେନାର ସର୍ଭିସ କୋରଠୁ ନେଇ ଆଭିଏସନ ଓ୍ଵିଙ୍ଗ ଓ ବାୟୁସେନାର ସହାୟତା ନିଆଯାଉଛି। ସ୍ଥଳ ସେନା ମୁଖ୍ୟ ଏମଏମ ନରଓ୍ଵାଣେ ଜୁଲାଇର ମଧ୍ୟ ଭାଗରୁ ଆରମ୍ଭ ସମରାଭ୍ୟାସର କାର୍ଯ୍ୟନ୍ଵୟନ କରିବା ଓ ଏହାର ନୀରିକ୍ଷଣ ପାଇଁ ବ୍ୟକ୍ତିଗତ ସାମିଲ ଥିଲେ।

{"id":335514,"sizeSlug":"large"}

ଲଜିଷ୍ଟିକ ଅପରେସନ ଆଧାରରେ ସେନାଙ୍କ ଲାଗି ବଡ ସଂଖ୍ୟାରେ ପୋଷାକ, ଟେଣ୍ଟ, ଖାଦ୍ୟ ସାମଗ୍ରୀ,  ଯୋଗାଯୋଗ ଉପକରଣ, ଇନ୍ଧନ, ହିଟର ଓ ଅନ୍ୟ ସାମାନକୁ ୧୬ ହଜାର ଫୁଟ୍ ଉଚ୍ଚ ସ୍ଥାନକୁ ପହଞ୍ଚା ଯାଇଛି। ଅନ୍ୟପଟେ କୌଣସି ପ୍ରକାର ଚୀନ ଦୁଃସାହାସର ମୁକାବିଲା ପାଇଁ ଭାରତ ପୂର୍ବ ଲଦାଖରେ ତିନି ଅତିରିକ୍ତ ସେନା ୟୁନିଟ୍‌କୁ ମୁତୟନ କରିଛି। ଉଲ୍ଲେଖନୀୟ ଅକ୍ଟୋବରରୁ ଜାନୁଆରୀ ପର୍ଯ୍ୟନ୍ତ ଏଠାରେ ତାପାମାତ୍ରା ୦ ରୁ ବିଯୁକ୍ତ ୨୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରହିଥାଏ।

ସୂତ୍ର ଅନୁଯାୟୀ ଭାରତ ୟୁରୋପର କିଛି ଦେଶରୁ ଥଣ୍ଡା ପୋଷାକ ଓ ଗିୟର ଆମଦାନୀ କରିଛି। ଏହି ସବୁ ସାମଗ୍ରୀ ପୂର୍ବ ଲଦାଖରେ ସୈନିକଙ୍କୁ ପ୍ରଥମରୁ ଯୋଗାଇ ଦିଆଯାଇଛି। ଅନ୍ୟପଟେ ହଜାର ହଜାର ଟନର ଭୋଜନ, ଇନ୍ଧନ ଓ ଅନ୍ୟ ଉପକରଣର ପରିବହନ ପାଇଁ ସି-୧୩୦ ଜେ ସୁପର ହରକ୍ୟୁଲସ ଓ ସି-୧୭ ଗ୍ଲୋବମାଷ୍ଟର ସହିତ ଭାରତୀୟ ବାୟୁସେନାର ପ୍ରାୟ ସମସ୍ତ ବିମାନ ଓ ହେଲିକପ୍ଟରକୁ ବ୍ୟବହାର କରାଯାଇଛି।

{"id":335515,"width":570,"height":380,"sizeSlug":"large"}

ଭାରତୀୟ ସେନା ଏଲଏସିରେ ଲଦାଖର ଚୁମର-ଡେମଚୋକ ଅଞ୍ଚଳରେ ଟ୍ୟାଙ୍କ ଓ ପଦାତିକ ଯାନ ନିୟୋଜିତ କରିଛି । ସେନା ବିଏମପି-୨ ପଦାତିକ ଯୁଦ୍ଧ ଯାନ ବା ଇନ୍ଫେଣ୍ଟ୍ରି କମ୍ବାଟ ହ୍ୱିକିଲ ସହ T-90 ଓ T-72 ଟ୍ୟାଙ୍କ ନିୟୋଜିତ କରିଛି । ଏହି ଟ୍ୟାଙ୍କର ବିଶେଷତ୍ୱ ହେଲା ଏହାକୁ ମାଇନସ ୪୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ମଧ୍ୟ ସଞ୍ଚାଳିତ କରାଯାଇପାରିବ । ଶୀତଦିନ ମଧ୍ୟରେ ସେନା ଦ୍ୱାରା ଅତ୍ୟନ୍ତ କୌଶଳପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.