କ୍ଷେତରେ ଖସି ପଡିଲା ବିମାନ, ତାପରେ ହେଲା ଏମିତି କିଛି...

Published By : Prameya-News7 Bureau | January 28, 2022 IST

ବିହାର ୨୮/୦୧ : ଯାନ୍ତ୍ରୀକ ତ୍ରୁଟି ଯୋଗୁ ଭାରତୀୟ ସେନାର ଲାଇଟ୍‌ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ଥ। ନିୟନ୍ତ୍ରଣ ହରାଇ ପଡିଗଲା ଚାଷ ଜମିରେ  । ବିହାରର ବୋଦଗୟାରେ ଶୁକ୍ରବାର ଦିନ ଘଟିଛି ଏ ଅଘଟଣ। ଲାଇଟ୍‌ ଏୟାରକ୍ରାଫ୍ଟ ଏଏଡବ୍ଲୁ -୧୦୨ରେ ପ୍ରଶିକ୍ଷଣ ପାଇଁ ଯାଉଥିଲେ ୨ ପାଇଲଟ୍‌। ହେଲେ ସେମାନେ ଦୁର୍ଘଟଣା ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଚାଷ ଜମିରେ ବିମାନ ଖସିବାର ଘଟଣା ଶୁଣି ଗ୍ରାମବାସୀମାନେ ଏକଜୁଟ୍‌ ହୋଇଯାଇଥିଲେ। ଦୁଇ ଜଣ ପାଇଲଟ୍‌ ଏ କଥାକୁ ନେଇ ଖୁବ୍‌ ଚିନ୍ତିତ ଥିଲେ ଯେ, କ୍ଷେତରେ ପଡିଥିବା ବିମାନକୁ କେମିତି ନିଆଯିବ।  ଏହା ଭିତରେ ସେଠାରେ ଉପସ୍ଥିତ ଲୋକମାନେ ନିଜ କାନ୍ଧରେ ବିମାନକୁ ଉଠାଇ ରାସ୍ତାରେ ନେଇ ରଖି ଦେଇଥିଲେ।

wp:html /wp:html

 ସୂଚନା ଅନୁସାରେ,  ଆର୍ମୀ କେଣ୍ଟ୍‌ ଏୟାରପୋର୍ଟ ପାଖରେ ପ୍ରତିଦିନ ଟ୍ରେନିଂ ପାଇଁ ଯାଉଥିବା ବିମାନ ଦେଖିବାକୁ ମିଳେ। ଶୁକ୍ରବାର ସକାଳେ ବି ଟ୍ରେନିଂ ପାଇଁ ପାଇଲଟ୍‌ ଉଡାଣ ଭରିଥିଲେ। କିନ୍ତୁ କିଛି ସମୟ ପରେ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖାଯାଇଥିଲା। ଆଉ ନିୟନ୍ତ୍ରମ ହରାଇ ଚାଷ ଜମିରେ ପଡିଯାଇଥିଲା। ବିମାନ ଖସିବା ଦେଖି ଆଖପାଖ ଲୋକେ କ୍ଷେତରେ ପହଞ୍ଚି ଯାଇଥିଲେ। ପରେ ୨ ପାଇଲଟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ବିମାନକୁ ନେଇ ରାସ୍ତାରେ ରଖିଦେଇଥିଲେ। ଘଟଣାର କିଛି ସମୟ ପରେ ସେନାର ୫ ଯବାନ ଘଟଣା ସ୍ଥଳରେ ପହଞ୍ଚି ୨ ଯବାନଙ୍କୁ ନିଜ ସ୍ଥାନରୁ ନେଇ ଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.