Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ସନ୍ଧ୍ୟାରେ ଦିଲ୍ଲୀ ପହଞ୍ଚିବ ସିଡିଏସ୍ ବିପିନ ରାୱତଙ୍କ ମରଶରୀର, ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଦେବେ ଶ୍ରଦ୍ଧାଞ୍ଜଳୀ
  • ||
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||

ସେନା ପ୍ରସ୍ତାବକୁ ନେଇ ତୀବ୍ର ବିରୋଧ, ନୂଆ ଦକ୍ଷତା ସୃଷ୍ଟି ଯୁକ୍ତିରେ ସାମରିକ ଅଫିସରଙ୍କ ପତ୍ନୀଙ୍କୁ ଟ୍ରେନିଂ ଦେବାକୁ ଥିଲା ପ୍ରସ୍ତାବ

30/04/2020 at 10:12 PM

ନୂଆଦିଲ୍ଲୀ, ୩୦|୦୪:  ବଦଳୁଥିବା ସାମାଜିକ ବାତାବରଣର ମୁକାବିଲା ପାଇଁ  ସେନାଧିକାରୀଙ୍କ ପତ୍ନୀଙ୍କୁ ଦକ୍ଷତା ତାଲିମ ଦେବା ନେଇ ସେନାର ପ୍ରସ୍ତାବକୁ ତୀବ୍ର ବିରୋଧ କରାଯାଇଛି । ଅଧିକ ସଂଖ୍ୟାରେ ସେନାଧିକାରୀଙ୍କ ପତ୍ନୀ ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି । ପୂର୍ବରୁ ମଧ୍ୟ ଅନେକ ଚାପ ରହିଥିବା ବେଳେ ଏହି ପ୍ରସ୍ତାବ ଅଧିକ ଚାପ ସୃଷ୍ଟି କରିବ ବୋଲି ସେମାନେ କହିଛନ୍ତି ।

ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କ ପତ୍ନୀ କହିଛନ୍ତି ଯେ, ଏହା ଠିକ ନୁହେଁ । ପତ୍ନୀଙ୍କ ଦକ୍ଷତା ଦେଖି ସ୍ୱାମୀଙ୍କ ପଦୋନ୍ନତି ଅସମ୍ଭବ କଥା । କନିଷ୍ଠ ଅଧିକାରୀଙ୍କ ପତ୍ନୀଙ୍କୁ ତାଲିମ ଦେବା ପାଇଁ ସେପରି କିଛି ନୀତି ନିର୍ଧାରଣ କରିବା ଠିକ ନୁହେଁ ବୋଲି ସେ କହିଛନ୍ତି । ଆଉ ଜଣେ ମହିଳା କହିଛନ୍ତି ଯେ, କୌଣସି ଅଧିକାରୀଙ୍କ ପଦୋନ୍ନତି ତାଙ୍କ କାର୍ଯ୍ୟ ଉପରେ ନିର୍ଭର କରେ । ପତ୍ନୀଙ୍କ ଦକ୍ଷତାକୁ ମାନଦଣ୍ଡ କରିବା ଅନୁଚିତ । ଏହା ଯୋଗ୍ୟତାର ବଳୀଦାନ ଦେବା ସହ ଚାଟୁକାରିତା ବୃଦ୍ଧି କରିବ ବୋଲି ସେ କହିଛନ୍ତି ।

ସୁପ୍ରିମକୋର୍ଟ ଆଇନଜୀବୀ ମେଜର ଗୁନୀତ ଚୌଧରୀ ମଧ୍ୟ ଏହି ପ୍ରସ୍ତାବକୁ ହାସ୍ୟାସ୍ପଦ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଏବେ ଅଧିକାଂଶ ଯୁବ ଅଫିସରଙ୍କ ପତ୍ନୀଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ , ଗ୍ରାଜୁଏସନ, ମାଷ୍ଟର ରହିଛି । ସେମାନଙ୍କୁ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ନାହିଁ । ଏପରି କଲେ ବରିଷ୍ଠ ଅଧିକାରୀଙ୍କ ପତ୍ନୀଙ୍କ ସହ ସେମାନଙ୍କ ମତଭେଦ ହେବ । ଏପରି ହେଲେ ଯୁବ ଅଧିକାରୀମାନେ ପଦୋନ୍ନତି ପାଇପାରିବେ ନାହିଁ ।

କଣ ଥିଲା ପ୍ରସ୍ତାବ

ସେନା ଦ୍ୱାରା ପ୍ରସ୍ତୁତ କରାଯାଇଥିବା ପ୍ରସ୍ତାବରେ କୁହାଯାଇଥିଲା ଯେ, ସମାଜରେ ପତିପତ୍ନୀଙ୍କ ତିନୋଟି ପୀଢି ରହିଥାନ୍ତି । ସେମାନଙ୍କୁ ଏକ୍ସ ୧୯୬୦-୮୦, ଓ୍ୱାଇ ୧୯୮୧ରୁ ୧୯୯୬ ଓ ଜେଡ୍ ୧୯୯୭ରୁ ୨୦୧୨ ମଧ୍ୟରେ ବିଭକ୍ତ କରାଯିବା ଉଚିତ । ସେନାରେ ସାନିଲ ହେବା ପରେ ବ୍ରିଗେଡିୟର ଓ ଏହାଠୁ ଅଧିକ ରାଙ୍କର ପତିପତ୍ନୀଙ୍କୁ ଏକ୍ସ, ବାଟାଲିୟନ କମାଣ୍ଡରଙ୍କ ପତ୍ନୀଙ୍କୁ ଓ୍ୱାଇ ଓ ଜେନେରାଲଙ୍କ ପତ୍ନୀଙ୍କୁ ଜେଡ୍ ଶ୍ରେଣୀରେ ରଖାଯିବ । ଏହାସହ ପତ୍ନୀ ପତିଙ୍କ ରାଙ୍କର ହେଲେ ସେ କଳହ, ପରିବାର ମାମଲାର କାଇନସେଲିଂ ବ୍ୟତୀତ କୌଶଳ କେନ୍ଦ୍ର, ସ୍ୱାସ୍ଥ୍ୟ କେନ୍ଦ୍ର, ଛାତ୍ରାବାସ ସହ ଜଡିତ ସଂସ୍ଥାନର ଦାୟିତ୍ୱ ନେବା ପାଇଁ ବାଧ୍ୟ ବୋଲି ପ୍ରସ୍ତାବରେ କୁହାଯାଇଥିଲା ।

   Related Posts