ସୈନିକଙ୍କ ଝିଅ ୨୨ବର୍ଷ ବୟସରେ ହେଲେ ଆଇଏଏସ୍ , ଜାଣନ୍ତୁ ତାଙ୍କ କାମ କରିବାର ନିଆରା ଶୈଳୀ

Published By : Prameya-News7 Bureau | January 10, 2019 IST

ଆଜିକାଲି ସୋଶିଆଲ ମିଡିଆରେ ଜଣେ ମହିଳାଙ୍କ ଫଟୋ ଖୁବ୍ ହଇଚଇ ସୃଷ୍ଟି କରିଛି। ଏହି ମହିଳାଙ୍କ ବିଷୟରେ ଜାଣିବାକୁ ଲୋକମାନେ ଉତ୍ସୁକ ହୋଇଛନ୍ତି। ଏହି ମହିଳା ଜଣକ କୈାଣସି ସାଧାରଣ ମହିଳା ନୁହଁନ୍ତି ବରଂ ଦେଶର ଜଣେ ଯୁବ ଆଇଏଏସ୍ ଅଧିକାରୀ। ୨୨ବର୍ଷ ବୟସରେ ସେ ଆଇଏଏସ୍ ଅଧିକାରୀ ହୋଇଥିଲେ। ସ୍ମିତା ସଭରଓ୍ବାଲ ନାମ୍ନୀ ଏହି ମହିଳା ଦେଶର ସବୁଠୁ କମ୍ ବୟସର ମହିଳା ଆଇଏଏସ୍ ଅଧିକାରୀଙ୍କ ମଧ୍ୟରୁ ଜଣେ।

wp:gallery {"ids":[72383]} /wp:gallery

ସ୍ମିତା ସଭରଓ୍ବାଲଙ୍କ ନିଯୁକ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହୋଇଛି। ତାଙ୍କୁ ଜନତାଙ୍କ ଅଧିକାରୀ ନାମରେ ନାମିତ କରାଯାଇଛି। ସ୍ମିତାଙ୍କ ଘର ଦାର୍ଜିଲିଂରେ। ସ୍ମିତାଙ୍କ ପିତା ଜଣେ ଆର୍ମି ଅଫିସର ଥିଲେ। ସ୍ମିତାଙ୍କ ପିତା ଦେଶର ବିଭିନ୍ନ ସ୍ଥାନରେ କାମ କରିଛନ୍ତି।

wp:gallery {"ids":[72384]} /wp:gallery

ଏହି କାରଣରୁ ସ୍ମିତାଙ୍କ ପାଠପଢ଼ା ବିଭିନ୍ନ ସ୍ଥାନରେ ହୋଇଛି। ସ୍ମିତାଙ୍କ ବାପା-ମାଆ ଝିଅ ଆାଇସିଏସଇ ଷ୍ଟାଣ୍ଡାର୍ଡ଼ରେ ଟପ୍ କରିବା ପରେ ତାଙ୍କୁ ସିଭିଲ୍ ସର୍ଭିସରେ ଯିବା ପାଇଁ ପ୍ରୋତ୍ସାହିତ କରିଥିଲେ। ଏହା ପରେ ସ୍ମିତାଙ୍କ କଠିନ ପରିଶ୍ରମ ତାଙ୍କୁ ସଫଳ କରିଥିଲା ଏବଂ ସେ ତାଙ୍କ କଠିନ ପରିଶ୍ରମ ବଳରେ ଚତୁର୍ଥ ସ୍ଥାନ ହାସିଲ କରିଥିଲେ । ସେହି ସମୟରେ ତାଙ୍କୁ ମାତ୍ର ୨୨ବର୍ଷ ବୟସ ହୋଇଥିଲା।

wp:gallery {"ids":[72385]} /wp:gallery

ସବୁଠୁ କମ୍ ବୟସର ସ୍ମିତା ୟୁପିଏସସି କ୍ଲିଅର କରିବା ପରେ ତେଲେଙ୍ଗାନା କ୍ୟାଡରର ଆଇଏଏସର ଟ୍ରେନିଙ୍ଗ୍ ନେଇଥିଲେ ଏବଂ ନିଯୁକ୍ତି ପରେ ସେ ଚିତୁରରେ ସବ୍- କଲେକ୍ଟର ,କଡପ୍ପା ରୁରାଲ ଡେଭଲପମେଣ୍ଟ ଏଜେନ୍ସିର ପ୍ରୋଜେକ୍ଟ ଡାଇରେକ୍ଟର,ୱାରଙ୍ଗଲ ମହାନଗର ନିଗମ କମିଶନର ଏବଂ କୁରନୁଲର ଅତିରିକ୍ତ ଜିଲ୍ଲାପାଳ ଥିଲେ।

wp:gallery {"ids":[72386]} /wp:gallery

ସ୍ମିତା ନିଜ କାର୍ଯ୍ୟକାଳ ମଧ୍ୟରେ ଅନେକ ବଡ଼ ବଡ଼ କାର୍ଯ୍ୟଭାର ସମ୍ଭାଳିଛନ୍ତି ଯେଉଁଥିପାଇଁ ଲୋକମାନେ ତାଙ୍କୁ ଖୁବ୍ ପସନ୍ଦ କରିଛନ୍ତି। ସ୍ମିତା ତେଲେଙ୍ଗାନା ରାଜ୍ୟ ପାଇଁ ଅନେକ ଜନହିତକର କାର୍ଯ୍ୟ କରିଛନ୍ତି।

wp:gallery {"ids":[72387]} /wp:gallery

ସେ ତେଲେଙ୍ଗାନାର ଲୋକଙ୍କୁ ମଧ୍ୟ ସାହାଯ୍ୟ କରିଛନ୍ତି। ସେ ବହୁ ଜନକଲ୍ୟାଣ ଯୋଜନାର ସଫଳ ରୂପାୟନ କରିଛନ୍ତି।

wp:gallery {"ids":[72388]} /wp:gallery

          

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.