କର୍ଣ୍ଣେଲଙ୍କ ଫୋନରେ ଆତଙ୍କବାଦୀ କାହାକୁ କେତେବେଳେ କହିଲେ 'ଅସଲାମ୍ ଓ୍ୱାଲିକୁମ୍' ? ଏବେ କ'ଣ କରିବ ସେନା..

Published By : Prameya-News7 Bureau | May 03, 2020 IST

ଶ୍ରୀନଗର, ୦୩|୦୫:  ଉତ୍ତର କାଶ୍ମୀରର ହନ୍ଦଓ୍ୱାଡାରେ ଆତଙ୍କବାଦୀଙ୍କ  ସହ ହୋଇଥିବା  ଏନକାଉଣ୍ଟରରେ କର୍ଣ୍ଣେଲ ଆଶୁତୋଷ ଶର୍ମା ସହିଦ ହୋଇଛନ୍ତି । ଏହାସହ ଆହୁରି ୪ଜଣ ଯବାନ ମଧ୍ୟ ଦେଶ ପାଇଁ ବଳୀଦାନ ଦେଇଛନ୍ତି । ଚାଞ୍ଜୀମୋହଲ୍ଲା ଅଞ୍ଚଳରେ ହୋଇଥିବା ଏହି ଏନକାଉଣ୍ଟରରେ ୨ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି । ଏହି ଅଞ୍ଚଳ କୁପଓ୍ୱାଡା ଜିଲ୍ଲାରେ ଅବସ୍ଥିତ । ଏହି ଏନକାଉଣ୍ଟରରେ ୨୧ ଆରଆର, ସିଆରପିଏଫ ଓ ଏସଓଜି ଯବାନ ସାମିଲ ହୋଇଥିଲେ ।

{"id":264175,"width":684,"height":461,"sizeSlug":"large"}

ସୂଚନାନୁସାରେ, ଯବାନମାନେ ଆତଙ୍କବାଦୀଙ୍କ  ବାବଦରେ ସୂଚନା ପାଇବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ଗୋଟିଏ ଘରେ ଥିବା କିଛି ସାଧାରଣ ନାଗରିକଙ୍କୁ ବନ୍ଧକ କରି ରଖିଥିଲେ । ଶନିବାର ଅପରାହ୍ନ ସାଢେ ଟା ସମୟରେ କର୍ଣ୍ଣେଲ ଶର୍ମାଙ୍କ ନେତୃତ୍ୱରେ ଏକ ଟିମ୍ ଘରେ ପସି ବନ୍ଧକ ଥିବା ଲୋକଙ୍କୁ ଉଦ୍ଧାର କରିଥିଲା । ଏହି ସମୟରେ ଆତଙ୍କବାଦୀମାନେ ଲଗାତାର ଗୁଳିମାଡ କରିଥିଲେ ।

ସୂତ୍ରାନୁସାରେ, ଯବାନମାନେ ସେହି ଘରୁ ବାହାରିବା ବେଳେ ଆତଙ୍କବାଦୀମାନେ ସେମାନଙ୍କୁ ଟାର୍ଗେଟ୍ କରିଥିଲେ । ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ହଠାତ କର୍ଣ୍ଣଲ ଶର୍ମା ଓ ତାଙ୍କ ଟିମ୍ ସହ ଯୋଗଯୋଗ ବିଭିନ୍ନ ହୋଇଯାଇଥିଲା । ଅନେକ ଚେଷ୍ଟା ସତ୍ତ୍ୱେ କୌଣସି ସମ୍ପର୍କ ସେମାନଙ୍କ ସହ ସ୍ଥାପନ ହୋଇପାରି ନଥିଲା । ତେବେ କର୍ଣ୍ଣଲଙ୍କ ଫୋନକୁ କଲ୍ କରାଯାଇଥିଲା । ଏହାକୁ ଏକ ଆତଙ୍କବାଦୀ ରିସିଭ୍ କରି ଆସଲାମ୍ ଓ୍ୱାଲିକୁମ୍ କହିଥିଲା । ଏହାପରେ ସ୍ୱତନ୍ତ୍ର ଯବାନଙ୍କୁ ଅପରେସନରେ ସାମିଲ କରାଯାଇଥିଲା । କାରଣ କର୍ଣ୍ଣଲଙ୍କ ନେତୃତ୍ୱରେ ଥିବା ଟିମ୍ ଘର ମଧ୍ୟରେ ହିଁ ରହିଯାଇଥିଲା । ତେଣୁ ଯବାନମାନେ ଅତ୍ୟନ୍ତ ସତର୍କତାର ସହ ଅପରେସନ କରୁଥିଲେ । ପରେ ବର୍ଷା ଓ ଅନ୍ଧାର ହେବାରୁ କିଛି ସମୟ ପାଇଁ ଅପରେସନକୁ ବନ୍ଦ କରି ଦିଆଯାଇଥିଲା । ଏହି ସମୟରେ ଖସିବାକୁ ଉଦ୍ୟମ କରୁଥିବା ୨ ଆତଙ୍କବାଦୀଙ୍କୁ ଯବାନମାନେ ମାରି ଦେଇଥିଲେ ।

ଏହି ଅପରେସନରେ ସିଓ୨୧ ଆରଆର କର୍ଣ୍ଣେଲ ଆଶୁତୋଷ ଶର୍ମା, ମେଜର ଅନୁଜ ସୁଦ, ପୋଲିସ ସବ ଇନ୍ସପେକ୍ଟର ଶକିଲ କାଜୀ, ଜଣେ ଲାନ୍ସ ନାୟକ ଓ ଜଣେ ରାଇଫଲ ମ୍ୟାନ୍ ସହିଦ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.