ହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଆର୍ମି ନର୍ଦ୍ଦନ କମାଣ୍ଡ ମୁଖ୍ୟ ରଣବୀର ସିଂହ

Published By : Prameya-News7 Bureau | October 24, 2019 IST

ପୁଞ୍ଛ: ଆର୍ମି ନର୍ଦ୍ଦନ କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ରନବୀର ସିଂହଙ୍କୁ ନେଇ ଯାଉଥିବା ସେନାର ଆଡଭାନ୍ସ ଲାଇଟ୍ ହେଲିକପ୍ଟର (ଏଏଲଏଚ୍)ଧ୍ରୁବ ଗୁରୁବାର ଜମ୍ମୁ-କାଶ୍ମୀର ପୁଞ୍ଛର ବେଦାରରେ କ୍ରାସ୍ ଲ୍ୟାଣ୍ଡିଂ କରିଛି। ଫଳରେ ହେଲିକପ୍ଟରଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ ରନବୀର ସିଂହଙ୍କ ସମେତ ୨ ପାଇଲଟ ଓ ଅନ୍ୟ ୪ ଜଣ ଯାତ୍ରୀ ସୁରକ୍ଷିତ ବର୍ତ୍ତି ଯାଇଛନ୍ତି।

{"id":174377,"width":581,"height":359}

ଦୁର୍ଘଟଣା ବେଳେ ହେଲିକପ୍ଟରରେ ୨ ପାଇଲଟଙ୍କ ସମେତ ମୋଟ ୭ ଜଣ ଯାତ୍ରୀ ଥିଲେ। ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଉଦ୍ଦାମପୁର ମିଲେଟ୍ରି ହସ୍ପିଟାଲ ନିଆଯାଇଥିଲା। ସେଠାରେ ସମସ୍ତେ ସୁସ୍ଥ ଥିବା ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି। ହେଲିକପ୍ଟରଟି  ପୁ଼୍ଞ୍ଛ ଜିଲ୍ଲାର ବେଦାର ଆକାଶରେ ଉଡୁଥିବା ବେଳେ ପାଇଲଟ ବେଷୟିକ ତ୍ରୁଟି ଜାଣିପାରିଥିଲେ। ଏଣୁ ଜରୁରି ଅବତରଣ କରାଇବାକୁ ଉଦ୍ୟମ କରିଥିଲେ । ତେବେ ହେଲିକପ୍ଟରଟି ସୁରକ୍ଷିତ ଅବତରଣ କରିବା ସତ୍ତ୍ୱେ ତଳେ ପିଟି ହୋଇ ଖଣ୍ଡଖଣ୍ଡ ହୋଇଯାଇଥିଲା।  

{"id":174378,"width":571,"height":594}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.