Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ସେନା କର୍ମଚାରୀଙ୍କ ବିରୋଧରେ ଚଳନ୍ତା କାରରୁ ଗର୍ଭବତୀ ସ୍ତ୍ରୀକୁ ଧକ୍କା ଦେବା ଅଭିଯୋଗ, ମାମଲା ରୁଜ୍ଜୁ

1/03/2021 at 12:47 PM

ଲକ୍ଷ୍ନୌ ୦୧/୦୩ : ଉତ୍ତର ପ୍ରଦେଶ ମେରଠରୁ ଏକ ହୃଦୟବିଦାରକ ମାମଲା ସାମ୍ନାକୁ ଆସିଛି। ଜଣେ ସେନା କର୍ମଚାରୀ ନିଜ ଗର୍ଭବତୀ ସ୍ତ୍ରୀଙ୍କୁ ଚଳନ୍ତା କାରରୁ ଫୋପାଡ଼ି ଦେଇଛନ୍ତି। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସ୍ୱାମୀ ରାଗିଯାଇ ସ୍ତ୍ରୀକୁ ଚଳନ୍ତା କାରରୁ ଫୋପାଡ଼ି ଦେଲେ। ମାମଲା ଥାନା ଯାଏଁ ପହଞ୍ଚିବା ପରେ ଯାଞ୍ଚ ଚାଲିଛି।

ମହିଳାଙ୍କ ଘର ରାଜସ୍ଥାନରେ। ଦୁଇ ବର୍ଷ ପୂର୍ବରୁ ତାଙ୍କର ବାହାଘର ହୋଇଥିଲା। ତାଙ୍କ ସ୍ୱାମୀ ମେରଠରେ ନିୟୋଜିତ ଥିଲେ କିନ୍ତୁ ତାଙ୍କର ଅରୁଣାଚଳକୁ ଟ୍ରାନ୍ସଫର ହୋଇଗଲା। ସେଥିପାଇଁ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଦେଖା କରିବାକୁ ଗାଜିଆବାଦ ଯାଇଥିଲେ। ସେଠାରେ ତାଙ୍କ ସ୍ୱାମୀଙ୍କ ଭାଇ ଓ ଭିଣୋଇ ଆଗରୁ ଥିଲେ। ସେମାନେ କିଛି ଜିନିଷ କିଣିବାକୁ କାରରେ କ୍ୟାଣ୍ଟିନ ଯାଉଥିଲେ।

ଗଲାବେଳେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ କୌଣସି ଏକ କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ଧୀରେ ଧୀରେ ଝଗଡାର ରୂପ ନେଇଥିଲା। ଦୁହେଁ ଏତେ ରାଗି ଯାଇଥିଲେ ଯେ ଦୁହେଁ ପରସ୍ପରକୁ ଧକ୍କା ବି ମାରିଥିଲେ। ମହିଳା ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ଚଳନ୍ତା କାରରୁ ବାହାରକୁ ଧକ୍କା ଦେଇଥିଲେ। ମହିଳା ଏନେଇ ସଦର ବଜାର ଥାନାରେ ଅଭିଯୋଗ କରିଛନ୍ତି।

ମହିଳା କହିଛନ୍ତି ଯେ ସେ ୩ ମାସର ଗର୍ଭବତୀ ଅଛନ୍ତି। ଆଗରୁ ବି ତାଙ୍କ ସ୍ୱାମୀ ତାଙ୍କୁ ମାରପିଟ କରନ୍ତି ଯେଉଁଥିପାଇଁ ଗର୍ଭପାତ ହୋଇଯାଇଥିଲା। ମହିଳାଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ସେ ସେନାରେ ବି ଅଭିଯୋଗ କରିବେ ବୋଲି କହିଛନ୍ତି। ଘଟଣା ବେଳେ ସେଠାରେ ଯେଉଁମାନେ ଉପସ୍ଥିତ ଥିଲେ ପୋଲିସ ତାଙ୍କୁ ପଚରାଉଚୁରା କରିବ ବୋଲି କହିଛି।

   Related Posts