Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ରାଜୌରୀ ବିସ୍ଫୋରଣ : ସହିଦ ମେଜର ଚିତ୍ରେଶ ସିଂହ ବିଷ୍ଟଙ୍କର ମାର୍ଚ୍ଚ ୭ତାରିଖରେ ହୋଇଥାନ୍ତା ବିବାହ

18/02/2019 at 4:47 PM

ନୂଆଦିଲ୍ଲୀ ୧୮|୨:  ଜମ୍ମୁକାଶ୍ମୀର ରାଜୌରୀ ଜିଲ୍ଲା ସୀମାରେ ଗତ ୧୬ତାରିଖରେ ଆଇଡି ବିସ୍ଫୋରଣରେ ମେଜର ଚିତ୍ରେଶ ସିଂହ ବିଷ୍ଟ ସହିଦ ହୋଇଛନ୍ତି । ସୂଚନା ଅନୁସାରେ ମେଜର ଚିତ୍ରେଶ ସିଂହ ବିଷ୍ଟ ଆତଙ୍କବାଦୀମାନେ ଖଞ୍ଜିଥିବା ଏକ ଆଇଇଡିକୁ ନିଷ୍କ୍ରିୟ କରିବା କାର୍ଯ୍ୟର ତଦାରଖ କରୁଥିଲେ । ନିଷ୍କ୍ରିୟ କରିବା ପାଇଁ ଚେଷ୍ଟା କରୁଥିବା ସମୟରେ ତାହା ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଫଳରେ ସେ ସହିଦ ହୋଇଥିଲେ ।

ମେଜର ଚିତ୍ରେଶ ସିଂହ ବିଷ୍ଟଙ୍କ ଘର ଉତ୍ତରାଖଣ୍ଡ ଡେହରାଡୁନରେ । ମାର୍ଚ୍ଚ ୭ତାରିଖରେ ତାଙ୍କର ବିବାହ ହୋଇଥାନ୍ତା । ଚିତ୍ରେଶଙ୍କ ବିବାହ ନିମନ୍ତ୍ରଣ ପତ୍ର ମଧ୍ୟ ଛପା ସରିଥିଲା । ଯାହା ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଚିତ୍ରେଶଙ୍କ ବାପା ତାଙ୍କୁ ଛୁଟି ନେଇ ଆସିବା ପାଇଁ ବାରମ୍ବାର କହୁଥିଲେ । ମାତ୍ର ସେ ତାଙ୍କ କର୍ତ୍ତବ୍ୟରେ ଅବହେଳା ନକରି ଆସିନଥିଲେ ।

ଚିତ୍ରେଶଙ୍କ ସହିଦ ହେବା ଖବର ଶୁଣିବା ପରେ ସାରା ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । ପରିବାରଲୋକଙ୍କ କହିବା ଅନୁସାରେ ଚିତ୍ରେଶ ବର୍ତ୍ତମାନ ପର୍ଯ୍ୟନ୍ତ ୨୫ ବମ୍ ନିଷ୍କ୍ରିୟ କରିସାରିଥିଲେ । ସେ ଜଣେ ମେଧାବୀ ଛାତ୍ର ଥିଲେ । ମେଜର ର୍ୟାଙ୍କ୍ ପାଇଁ ହୋଇଥିବା ପରୀକ୍ଷାରେ ସେ ୯ମ ସ୍ଥାନ ହାସଲ କରିଥିଲେ ।

ସୂଚନା ଅନୁସାରେ ପ୍ରାୟ ଦିନ ୩ଟା ସମୟରେ ନୌସେରା ସେକ୍ଟରରେ ଆଇଇଡି ଥିବା ଜଣାପଡିଥିଲା । ଆତଙ୍କବାଦୀମାନେ ଆଇଇଡି ବିସ୍ଫୋରକ ଖଞ୍ଜିଥିଲେ । ଚିତ୍ରେଶ ତାକୁ ନିଷ୍କ୍ରିୟ କରିବା ପାଇଁ ଚେଷ୍ଟା କରୁଥିଲେ । ସେହି ସମୟରେ ଆଇଇଡି ବିସ୍ଫୋରଣ ହୋଇଯାଇଥିଲା । ସୀମାର ୧.୫ କିଲୋମିଟର ମଧ୍ୟରେ ଆଇଇଡି ଖଞ୍ଜା ଯାଇଥିଲା । ଆଇଇଡି ବିସ୍ଫୋରଣ ଫଳରେ ଚିତ୍ରେଶ ସହିଦ ହୋଇଯାଇଥିଲେ । ଅନ୍ୟ ଦୁଇ ଜଣ ଯବାନ ଆହତ ହୋଇଥିଲେ ।

ଗତ ୧୪ତାରିଖରେ ଜମ୍ମୁକାଶ୍ମୀର ପୁଲଓ୍ବାମାରେ ସିଆରପିଏଫ୍ ଯବାନ ଫୌଜ ଉପରେ ଆତଙ୍କୀ ହମଲା ହୋଇଥିଲା । ଯାହା ଫଳରେ ୪୦ ଯବାନ ସହିଦ ହୋଇଥିଲେ । ଯେତେବେଳେ ସିଆରପିଏଫ୍ ର ୨୦ଶହ ଯବାନ ଫୌଜ ଜମ୍ମୁରୁ ଶ୍ରୀନଗ ଯାଉଥିଲା ସେହି ସମୟରେ ଏହି ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ପାଇଁ ଜୈସ୍-ଏ-ମହମ୍ମଦ ନିଜକୁ ଦାୟୀ କରିଥିଲା । ଜୈସ୍-ଏ-ମହମ୍ମଦର ଆତଙ୍କବାଦୀ ଆଦିଲ ଅହମ୍ମଦ ଡାର୍ ବିସ୍ଫୋରକ ଭର୍ତ୍ତି ଗାଡି ନେଇ ଯବାନଙ୍କ ଗାଡିକୁ ଧକ୍କା ଦେଇଥିଲା । ଯାହା ଫଳରେ ଭୟଙ୍କର ବିସ୍ଫୋରଣ ହୋଇଥିଲା ।

   Related Posts