Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଏଲଓସିରେ ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲଂଘନ, ଭାରତୀୟ ଜେସିଓ ଶହୀଦ

2/09/2020 at 12:55 PM

ଜମ୍ମୁ ୨।୯: ସୀମା ଆରପଟୁ ଶତ୍ରୁମାନଙ୍କ ଆକ୍ରମଣ ବଢିବାରେ ଲାଗିଛି । ଗୋଟିଏ ପଟେ ତଦାଖରେ ଚୀନ୍ ସହ ଉତ୍ତେଜନାମୂଳକ ପରିସ୍ଥିତି ଲାଗିରହିଥିବା ବେଳେ ଅନ୍ୟପଟେ ପାକିସ୍ତାନ ପକ୍ଷରୁ ବାରମ୍ବାର ଆକ୍ରମଣ ଘଟଣା ବଢୁଛି । ଜମ୍ମୁ-କାଶ୍ମୀର ରାଜୌରୀ ଜିଲ୍ଲାରେ ଏଲଓସି ନିକଟରେ ପାକିସ୍ତାନ ପକ୍ଷରୁ ହୋଇଥିବା ଗୁଳିବିନିମୟରେ ସେନାର ଜଣେ ଅଧିକାରୀ ଶହୀଦ ହୋଇଛନ୍ତି । ବୁଧବାର ସକାଳେ ହୋଇଥିବା ଏହି ଗୁଳିବିନିମୟରେ ଜୁନିୟର କମିଶନଡ ଅଫିସର (ଜେସିଓ) ଶହୀଦ ହୋଇଛନ୍ତି ।

ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ଯେ, ପାକିସ୍ତାନୀ ସୈନିକ ବୁଧବାର ଅସ୍ତ୍ରବିରତି ଉଲଂଘନ କରିଥିଲେ । ସୀମା ଆରପଟୁ କୈରୀ ସେକ୍ଟରରେ ଗୁଳିମାଡ କରିଥିଲେ । ଏହି ଗୁଳିବିନିମୟ ବେଳେ ଜେସିଓ ଗୁରୁତର ହୋଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିଲା । ୪ ଦିନ ମଧ୍ୟରେ ଏହା ଦ୍ବିତୀୟ ଥର ହୋଇଛି ।

ଭାରତୀୟ ସେନାର ଜବାବରେ ପାକିସ୍ତାନୀ ସୈନିକ ମଧ୍ୟ ମୃତାହତ ହୋଇଛନ୍ତି । ତେବେ ତାହାର କିଛି ସଠିକ୍ ସୂଚନା ମିଳିନାହିଁ । ଗତ ୪ ଦିନ ଭିତରେ ପାକିସ୍ତାନ ଏଭଳି ଦୁଇ ଥର ଗୁଳିମାଡ କରିସାରିଲାଣି । ରାଜୌରୀ ଜିଲ୍ଲାର ନୈସେରା ସେକ୍ଟରରେ ୩୦ ଅଗଷ୍ଟରେ ମଧ୍ୟ ଅନ୍ୟ ଜଣେ ଜେଓସି ଶହୀଦ ହୋଇଥିଲେ ।

   Related Posts