Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଭାଇରାଲ ଭିଡିଓ: ଯବାନଙ୍କ ପତ୍ନୀଙ୍କୁ ଘରକୁ ଡାକି ସେନା ଅଧିକାରୀ କରାନ୍ତି ଏହି କାମ…

23/07/2019 at 3:16 PM

ନୂଆଦିଲ୍ଲୀ୨୩|୭: ଏବେ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଯବାନଙ୍କ ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତି ସେନାବାହିନୀର ଅଧିକାରୀଙ୍କ ବିରୋଧରେ ଅତ୍ୟନ୍ତ ଗୁରୁତର ଅଭିଯୋଗ କରୁଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି ଯେ, ସେନାବାହିନୀର ଅଫିସରମାନେ ସେମାନଙ୍କ ପତ୍ନୀଙ୍କ ନିର୍ଦ୍ଦେଶରେ ପରିଚାଳିତ । ପତ୍ନୀମାନଙ୍କ କଥାରେ ସେମାନେ ଉଠବସ ହୁଅନ୍ତି ।

ପତ୍ନୀମାନଙ୍କ ନିର୍ଦ୍ଦେଶ ଅନୁସାରେ ସେନା ଅଧିକାରୀମାନେ ଯବାନଙ୍କ ପତ୍ନୀଙ୍କୁ ଘରକୁ ଡକାଇ ବହୁ ବ୍ୟକ୍ତିଗତ କାମରେ ଲଗାନ୍ତି । ଭିଡିଓରେ ନିଜକୁ ଯବାନ ବୋଲି ଦାବୀ କରୁଥିବା ଏହି ବ୍ୟକ୍ତି ତାଙ୍କ ଅଫିସରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଅଫିସରମାନେ ଜବାନଙ୍କ ପତ୍ନୀଙ୍କ ଶୋଷଣ କରୁଛନ୍ତି। ଯବାନଙ୍କ ପତ୍ନୀଙ୍କୁ ଘରକୁ ଡାକି ଘରକାମରେ ନିୟୋଜିତ କରାଯାଉଛି ।

ସେନା ଅଫିସରମାନେ ମିଳିମିଶି ଯବାନଙ୍କ ପତ୍ନୀଙ୍କୁ ହଇରାଣ କରନ୍ତି। ଏହାସହ ସେ ଅଭିଯୋଗ କରିଛନ୍ତି ଯେ, ପ୍ରତି ଯବାନଙ୍କୁ ଅଧିକାରୀଙ୍କ ପତ୍ନୀଙ୍କୁ ସେଲ୍ୟୁଟ୍‌ ମାରିବାକୁ ବାଧ୍ୟ କରାଯାଇଥାଏ। ଏହା ନକଲେ ଅଧିକାରୀମାନେ ଜବାନଙ୍କୁ ଟ୍ରାନ୍ସଫର କରିବା ଧମକ ଦିଅନ୍ତି। ଫ୍ୟାମିଲି ୱେଲଫେଆର ନାଁରେ ଅଧିକ ଶୋଷଣ କରନ୍ତି ଅଦିକାରୀମାନେ।, ଫ୍ୟାମିଲି ୱେଲଫେଆରରେ ଅଧିକାରୀମାନଙ୍କ ପତ୍ନୀମାନେ କମାଣ୍ଡ କରିଥାନ୍ତି । ଯବାନଙ୍କ ସ୍ତ୍ରୀମାନେ ସେମାନଙ୍କ କଥା ନଶୁଣିଲେ ନା ନା ଧମକ ଚମକ ଦିଆଯାଇଥାଏ ।  

ବଡ ଅଧିକାରୀଙ୍କ ପତ୍ନୀମାନେ ଯଜବାନଙ୍କ ସ୍ତ୍ରୀଙ୍କୁ ଡାନ୍ସ କରିବାକୁ ନିର୍ଦ୍ଦେଶ ଦେଇଥାନ୍ତି। ସେମାନେ ଡାନ୍ସ କରିଲେ ଅଧିକାରୀଙ୍କ ପତ୍ନୀମାନେ ଏହାର ଭରପୁର ମଜା ଉଠାନ୍ତି। କେବଳ ସେତିକି ନୁହେଁ ଖାଇବା , ପିନ୍ଧିବା, ପୋଷାକରେ ବହୁ ଦୁର୍ନିତୀ ହେଉଥିବା ଯବାନ ପୋଷାକ ପିନ୍ଧିଥିବା ବ୍ୟକ୍ତି ପ୍ରକାଶ କରିଛନ୍ତି । ଜବାନଙ୍କୁ ସବୁ ପୋଷାକ କିଣି ପିନ୍ଧିବାକୁ ହୁଏ । ଜବାନଙ୍କ ପାଇଁ ଯେଉଁ ଡ୍ରେସ ବା କପଡା ଆସିଥାଏ ତାହା ପିନ୍ଧିବାଯୋଗ୍ୟ ହୋଇନଥାଏ। ଖାଇବା ସାମଗ୍ରି ପାଇଁ ମିଳୁଥିବା ଟଙ୍କାରେ ମଧ୍ୟ ଅଧିକାରୀମାନେ ହେରଫେର୍‌ କରନ୍ତି ବୋଲି ଅଭିଯୋଗ କରିଛନ୍ତି ଏହି ଯବାନ।  

   Related Posts