ଛୁଟି କଟାଇ ଘରକୁ ଫେରୁଥିବା ଯବାନଙ୍କ ବାଇକରେ ଲାଗିଲା ନିଆଁ : ୨ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | December 02, 2019 IST

ବଡୋଦରା ୨/୧୨: ବଡୋଦରା-ହାଲୋଲ ରୋଡରେ ହୋଇଥିବା ଦୁର୍ଘଟଣାରେ ଭାରତୀୟ ସେନାରେ କାଶ୍ମୀର ସୀମାରେ ମୁତୟନ ଯବାନଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ତାଙ୍କ ସହ ବାଇକ୍ ପଛପଟେ ବସିଥିବା ତାଙ୍କ ଭିଣୋଇଙ୍କ ମଧ୍ୟ ମୃତ୍ୟୁ ହୋଇଛି।

ପଞ୍ଚମହାଲରେ ରହୁଥିବା ରାମସିଂହ ନାୟକ( ୨୫) ଗତ ୫ବର୍ଷରୁ ଭାରତୀୟ ସେନାରେ ଥିଲେ। ତାଙ୍କ ନିଯୁକ୍ତି କାଶ୍ମୀର ସୀମାରେ ଥିଲା। ସେ ଦୀପାବଳି ଛୁଟି କାଟିବାକୁ ନିଜ ଗାଁକୁ ଆସିଥିଲେ। ଛୁଟି ଶେଷ ହେବା ପରେ ସେ ନିଜ ଭିଣୋଇ ପ୍ରମୋଦ ଭାଇ କଞ୍ଚନ ଭାଇ ନାୟକଙ୍କ ସହ ବାଇକରେ ବଡ଼ୋଦରା ବାହାରିଥିଲେ। ରାସ୍ତାରେ ହାଲୋଲ ରୋଡରେ ହୋଟେଲ୍ ସର୍ବୋତ୍ତମ ସାମନାରେ ବିଟ୍ଠଲପୁର ଗାଁ ନିକଟରେ ତାଙ୍କ ବାଇକରେ ହଠାତ୍ ନିଆଁ ଲାଗି ଯାଇଥିଲା। ଫଳରେ ଉଭୟଙ୍କର ଗୋଡ଼ ଜଳିଯାଇଥିଲା। ଏହାପରେ ଦୁହେଁ ବାଇକରୁ ତଳକୁ ପଡ଼ିଯାଇଥିଲେ। ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା,ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।

ପୋଲିସ୍ ହସ୍ପିଟାଲରେ ପହଞ୍ଚି ଶବକୁ ଜବତ କରିଥିଲେ। ଏହା ପରେ ଯବାନଙ୍କ ଶବକୁ ତାଙ୍କ ଗାଁକୁ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.