Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ସୀମାରେ ଯବାନମାନେ ପାଳିଲେ ଦୀପାବଳି

27/10/2019 at 1:42 PM

ନୂଆଦିଲ୍ଲୀ ୨୭।୧୦: ସାରାଦେଶରେ ଆଲୋକର ପର୍ବ ଦୀପାବଳି ଧୁମଧାମରେ ପାଳନ କରାଯାଉଥିବା ବେଳେ ସୀମାରେ ଅହରହ ଦେଶକୁ ସୁରକ୍ଷା ଦେଇଆସୁଥିବା ସେନାର ଯବାନମାନେ ମଧ୍ୟ ଦୀପାବଳି ପାଳନ କରିଛନ୍ତି । ଇଣ୍ଟରନ୍ୟାସନାଲ୍ ବର୍ଡର ଏବଂ ଏଲଓସି, ଚାରିଆଡେ ମହମବତୀ ଜଳାଇଛନ୍ତି ଯବାନମାନେ । ଦୀପ ଜଳାଇ, ବାଣ ଫୁଟାଇ, ନାଚି ଗାଇ ସେନା ଯବାନମାନେ ଦୀପାବଳି ପାଳନ କରିଛନ୍ତି ।

ଆଜି ଦୀପାବଳି ପର୍ବ ଥିବା ବେଳେ କାଲି ରାତିଠାରୁ ହିଁ ଉତ୍ସବ ଆରମ୍ଭ ହୋଇଯାଇଥିଲା । ଶ୍ରୀନଗରରେ ମଧ୍ୟ ସେନାର ଯବାନମାନେ ବାଣ ଫୁଟାଇ ନାଚି,ଗାଇ ଉତ୍ସବ ପାଳନ କରିଛନ୍ତି । ସାମ୍ବାରେ ସନ୍ଧ୍ୟା ସମୟରୁ ହିଁ ସୀମାରେ ଦୀପ ଜାଳି ଭକ୍ତିମୟ ଗୀତରେ ଖୁବ୍ ଝୁମିଛନ୍ତି ଯବାନ । ପୁଞ୍ଝରେ ମଧ୍ୟ ବିଏସଏଫ୍ ଯବାନ ଦୀପାବଳି ପାଳନ କରିଛନ୍ତି । ବାଣ ଫୁଟାଇ, ନାଚଗୀତ  କରିଛନ୍ତି । ଦୀପାବଳିର ପବିତ୍ର ଅବସରରେ ପରସ୍ପରକୁ ମିଠା ଖୁଆଇଥିଲେ ଯବାନମାନେ ।

   Related Posts