ପାକିସ୍ତାନୀ ମହିଳାଙ୍କୁ ଗୁପ୍ତ ତଥ୍ୟ ଦେଇ ଯବାନ ଗିରଫ, ଦୁଇ ଦିନ ପିଛା କରିବା ପରେ ବାନ୍ଧିଲା ଏଟିଏସ୍‌

Published By : Prameya-News7 Bureau | November 14, 2021 IST

ପାଟନା ୧୪/୧୧: ଆଇବି ସୂଚନା ଆଧାରରେ ବିହାର ଏଟିଏସ୍‌ ରବିବାର ବଡ଼ ସଫଳତା ହାସଲ କରିଛି। ନେଭି ମେଡିକାଲ୍‌ ଟିମର ସଦସ୍ୟ କହୁଥିବା ପାକିସ୍ତାନୀ ମହିଳାଙ୍କୁ ଗୁପ୍ତ ସୂଚନା ଦେବା ଅଭିଯୋଗରେ ପାଟନାର ଦାନାପୁରା ଅଞ୍ଚଳର ଜଣେ ଯବାନଙ୍କୁ ଗିରଫ କରାଯାଇଛି । ଯବାନ ଜଣଙ୍କ ପାକିସ୍ତାନୀ ମହିଳାଙ୍କୁ ସେନାର ଗୋପନୀୟ ତଥ୍ୟ ଦେଉଥିଲେ । ଏନେଇ ଅଭିଯୁକ୍ତ ନିଜ ଦୋଷ ମଧ୍ୟ ସ୍ବୀକାର କରିଛନ୍ତି ।

ଅଭିଯୁକ୍ତ ବିହାରର ନାଳନ୍ଦା ବାସିନ୍ଦା ଗଶେଶ କୁମାର । ସେ ଏବେ ପୁଣେରେ ଚାକିରି କରିଥିଲେ। ଗୁଣେଶ କୁମାର ମୁକେଶ ସେନାର ମେଡିକାଲ କୋରର ଯବାନ । ପାକିସ୍ତାନୀ ମହିଳାଙ୍କ ସହ ତାଙ୍କର ଫୋନ୍‌ରେ କଥା ହେଉଥିଲା। ଆଇବି ପାଖରୁ ସୂଚନା ମିଳିବା ପରେ ଦୁଇ ଦିନ ହେଲା ଯବାନଙ୍କ ପିଛା କରୁଥିଲା ଏଟିଏସ୍‌ ଟିମ୍‌। ଏବେ ଯାବନଙ୍କୁ ଖଗୌଲ ଥାନାରେ ପଚରା ଉଚରା କରାଯାଉଛି।

ପାକିସ୍ତାନୀ ମହିଳାଙ୍କୁ ସେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଥିବା ମଧ୍ୟ ସ୍ବୀକାର କରିଛନ୍ତି। ମହିଳାଙ୍କ ସହ ତାଙ୍କର ଦୁଇ ବର୍ଷ ପୂର୍ବରୁ ପରିଚୟ ହୋଇଥିଲା। ସେତେବେ​‌ଳେ ସେ ରାଜସ୍ଥାନର ଯୋଧପୁରରେ ଥିଲେ। ପାକିସ୍ତାନୀ ମହିଳା ଜଣଙ୍କ ନିଜକୁ ନୌସେନା ମେଡିକାଲ୍‌ ଟିମ୍‌ର ଷ୍ଟାଫ ବୋଲି କହିଥିଲେ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.