କଙ୍ଗ୍ରା୨୮|୧୦: ମାସେ ତଳର ବହୁ ଚର୍ଚ୍ଚିତ ଟ୍ୟାକ୍ସି ଡ୍ରାଇଭରଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଏହି ହତ୍ୟାକାଣ୍ଡରେ ଅଲହିଲାଲ ସେନା କ୍ୟାମ୍ପର ଜଣେ କାର୍ଯ୍ୟରତ ଯବାନ ଟ୍ୟାକ୍ସି ଡ୍ରାଇଭରଙ୍କୁ ହତ୍ୟା କରିଥିବା ପୁଲିସ ସୂଚନା ଦେଇଛି । ପୋଲିସ ଘଟଣାର ପର୍ଦ୍ଦାଫାଶ କରି ଅଭିଯୁକ୍ତକୁ ଗିରଫ କରିଛି। ଅଦାଲତ ଅଭିଯୁକ୍ତକୁ ଚାରିଦିନ ପାଇଁ ରିମାଣ୍ଡରେ ନେବା ପାଇଁ ପୁଲିସକୁ ଅନୁମତି ଦେଇଛନ୍ତି। ହିମାଚଳ ପ୍ରଦେଶର କଙ୍ଗ୍ରା ଜିଲ୍ଲାର ବୈଜ୍ନାଥ ଅଞ୍ଚଳରେ ଏଭଳି ଘଟଣା ଘଟିଛି।
ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ଇଲୋକ୍ଟ୍ରୋନିକ, ରୁଟ୍ ମ୍ୟାପିଂ ଓ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଦେଖିବା ପରେ ପ୍ରକୃତ ଅଭିଯୁକ୍ତ ବିଷୟରେ ତଥ୍ୟ ସାମ୍ନାକୁ ଆସିଥିଲା। ଗତ ତିନିଦିନ ତଳେ ଆର୍ମି ଅଞ୍ଚଳରେ ଟ୍ୟାକ୍ସି ଡ୍ରାଇଭରଙ୍କ ଗାଡ଼ି ପୋଲିସକୁ ମିଳିଥିଲା। ବହୁ ପଚରାଉଚାର ପରେ ସେନାରେ କାର୍ଯ୍ୟରତ ଯବାନ ହନୁମାନ ସିଂହର ନାଁ ସାମ୍ନାକୁ ଆସିଥିଲା। ପରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି।
ଏସପିଙ୍କ କହିବା ଅନୁସାରେ ହନୁମାନଙ୍କ ସିଂହଙ୍କ ପତ୍ନୀ କାହା ସହିତ ଅବୈଧ ସଂପର୍କ ରଖୁଥିବା ନେଇ ତାଙ୍କର ସନ୍ଦେହ ହୋଇଥିଲା। ହନୁମାନ ସିଂହ ତାଙ୍କ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଛାନଭିନ୍ ଆରମ୍ଭ କରିଥିଲେ। ଶେଷରେ ତାଙ୍କ ପତ୍ନୀ ଜଣେ ଟ୍ୟାକ୍ସି ଡ୍ରାଇଭର ଅଶ୍ବିନୀ କୁମାରଙ୍କ ସହ ଅବୈଧ ସଂପର୍କ ଥିବା କଥା ହନୁମାନ ସିଂହ ଜାଣି ପାରିଥିଲେ। ରାଗରେ ହନୁମାନ ସିଂହ ଟ୍ୟାକ୍ସି ଡ୍ରାଇଭର ଅଶ୍ବିନୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ। ପୂର୍ବ ଯୋଜନା ଅନୁସାରେ ହନୁମାନ ସିଂହ ଅନ୍ୟ ଜଣଙ୍କ ମୋବାଇଲ ନମ୍ବର ମାଧ୍ୟମରେ ଅଶ୍ବିନୀଙ୍କ ଟ୍ୟାକ୍ସି ବୁକ୍ କରିଥିଲେ। ରାସ୍ତାରେ ଯିବା ସମୟରେ ଟ୍ୟାକ୍ସି ଅଟକାଇ ଫଟୋ ଉଠାଇବା ଲାଗି ହନୁମାନ ତାଙ୍କୁ କହିଥିଲା। ରାନୀତାଲ ନିକଟରେ ଫଟୋ ଉଠାଇବା ସମୟରେ ହନୁମାନ ସିଂହ ନିଜର ଲାଇସେନ୍ସ ରିଭଲଭୋର ବାହାର କରି ଟ୍ୟାକ୍ସି ଡ୍ରାଇଭର ଅଶ୍ବିନୀଙ୍କୁ ହତ୍ୟା କରିଥିଲେ