Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କରୋନା ସ୍ଥିତିର ମୁକାବିଲା ପାଇଁ ନିଆଯିବ ସେନାର ସହାୟତା, ସାଧାରଣ ଲୋକଙ୍କ ପାଇଁ ଖୋଲିବ ସେନା ହସ୍ପିଟାଲ : ସ୍ଥଳ ସେନାଧ୍ୟକ୍ଷଙ୍କ ସହ ଆଲୋଚନା କଲେ ପ୍ରତିରକ୍ଷା ମନ୍ତ୍ରୀ

20/04/2021 at 12:55 PM

ନୂଆଦିଲ୍ଲୀ,୨୦/୦୪:   କରୋନା ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ଏବେ ଭାରତୀୟ ସେନାର ସାହାଯ୍ୟ ନିଆଯିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନାକୁ ସାଧାରଣ ଜନତାଙ୍କ ପାଇଁ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ କହିଛନ୍ତି । ଏହାସହ ବିଭିନ୍ନ ରାଜ୍ୟରେ ଅବସ୍ଥାପିତ ସେନାର ବରିଷ୍ଠ ଅଧିକାରୀମାନେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗାଯୋଗ କରି ସହାୟତା ଯୋଗାଇ ଦେବାକୁ ରାଜନାଥ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ରାଜନାଥ ସିଂ ସେନାଧ୍ୟକ୍ଷ ଏମଏମ  ନରଓ୍ୱଣେଙ୍କ ସହ କଥା ହୋଇଛନ୍ତି । ସେ ରାଜ୍ୟରେ ଥିବା ସେନାର ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ସୂତ୍ରାନୁସାରେ, ପ୍ରତିରକ୍ଷା ସଚିବ ଅଜୟ କୁମାର ମଧ୍ୟ ରାଜନାଥ ସିଂ ଓ ଏମଏମ ନରଓ୍ୱଣେଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବେଳେ ଉପସ୍ଥିତ ଥିଲେ । 

କେନ୍ଦ୍ରମନ୍ତ୍ରୀ ଦେଶର କଣ୍ଟେମେଣ୍ଟ ଜୋନରେ ଥିବା ସେନା ହସ୍ପିଟାଲରେ ସାଧାରଣ ଜନତାଙ୍କ ଚିକିତ୍ସା ହେବା ନେଇ କହିଛନ୍ତି । ଏହାସହ ସେନା କଣ୍ଟେନମେଣ୍ଟ ଜୋନ୍ ବାହାରେ ମଧ୍ୟ ଜନତାଙ୍କୁ ଚିକିତ୍ସା ସେବା ଯୋଗାଇବ । ଡିଆରଡିଓ ପୂର୍ବରୁ ଦିଲ୍ଲୀରେ ୨୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଆରମ୍ଭ କରିଛି । ଯାହାକୁ ୫୦୦ ଶଯ୍ୟା ଯାଏଁ ବୃଦ୍ଧି କରାଯାଇ ପାରିବ ।

ଡିଆରଡିଓ ଲକ୍ଷ୍ନୌରେ ଦୁଇଟି କୋଭିଡ୍ ହସ୍ପିଟାଲ ମଧ୍ୟ ପ୍ରତିଷ୍ଠା କରିବାକୁ ଯାଉଛି । କିଛି ଦିନ ପୂର୍ବରୁ ଡିଆରଡିଓ କହିଥିଲା ଯେ, ହସ୍ପିଟାଲ ପର୍ଯ୍ୟାପ୍ତ ପରିମାଣରେ ନାହିଁ । ଏହାକୁ ନଜରରେ ରଖି ସୈନ୍ୟ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି । ସୈନ୍ୟ ହସ୍ପିଟାଲରେ କେବଳ ଯବାନ ଓ ସେମାନଙ୍କ ପରିବାର ଲୋକେ ଚିକିତ୍ସିତ ହେଉଥିଲେ । କିନ୍ତୁ ଏପରି ସଙ୍କଟ ସମୟରେ ଏହାକୁ ସାଧାରଣ ଜନତାଙ୍କ ପାଇଁ ଖୋଲି ଦିଆଯାଇଛି ।

   Related Posts