ପୁରୀ ଗସ୍ତରେ ସ୍ଥଳ ସେନାର ଲେଫ୍ଟନାଣ୍ଟ ଜେନେରାଲ

Published By : Prameya-News7 Bureau | December 25, 2020 IST

ପୁରୀ ୨୫।୧୨: ପୁରୀ ଗସ୍ତରେ ସ୍ଥଳ ସେନା ବିଭାଗର ଲେଫ୍ଟନାଣ୍ଟ ଜେନେରାଲ । ଭାରତୀୟ ସ୍ଥଳସେନାର ଲେଫ୍ଟନାଣ୍ଟ ଜେନେରାଲ ସତିନ୍ଦର କୁମାର ସଇନି ପୁରୀ ଗସ୍ତରେ ଆସିଛନ୍ତି ।

ପୁରୀରେ ଭାରତୀୟ ସ୍ଥଳ ସେନା ବିଭାଗର ଲେଫ୍ଟନାଣ୍ଟ ଜେନେରାଲ ସତିନ୍ଦର କୁମାର ସଇନି। ପରିବାର ସହ ସେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରୁ ପତିତପାବନଙ୍କ  ଦର୍ଶନ କରିଛନ୍ତି।ଲେଫ୍ଟନାଣ୍ଟ ଜେନେରାଲ ସତିନ୍ଦର କୁମାର ସଇନି ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଭଵତାରଣ ସାହୁ ତାଙ୍କୁ ସ୍ବାଗତ କରିଥିଲେ। ଅରୁଣସ୍ତମ୍ଭ ନିକଟରୁ ସେ ପତିତପାବନଙ୍କୁ ଦର୍ଶନ କରିଥିଲେ। ନୂଆଦିଲ୍ଲୀର ଆର୍ମି ହେଡକ୍ୱାର୍ଟରରେ ସେ ପ୍ରିନ୍ସପାଲ ଷ୍ଟାଫ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.