Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଜାମ୍ମୁ କାଶ୍ମୀର ଉଧମପୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ଆହତ ଦୁଇ ପାଇଲଟଙ୍କ ମୃତ୍ୟୁ

21/09/2021 at 5:30 PM

ଉଧମପୁର ୨୧/୦୯ : ମଙ୍ଗଳବାର ଦିନ ଜାମ୍ମୁ କାଶ୍ମୀରର ଉଧମପୁର ଜିଲ୍ଲାର ଏକ ଘଞ୍ଚ ଜଙ୍ଗଲରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇ ପାଇଲଟ ଆହତ ହୋଇଥିଲେ। ପରେ ଉଭୟ ପାଇଲଟଙ୍କ ମୃତ୍ୟୁ ହୋଇଛି। ଆହତ ହେବା ପରେ ଉଭୟ ପାଇଲଟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। PRO ପ୍ରତିରକ୍ଷା ଜାମ୍ମୁ ଏହି ସୂଚନା ଦେଇଛନ୍ତି।

ଭାରତୀୟ ସେନା ଏକ ବୟାନ ଜାରି କରି କହିଛନ୍ତି, ଜିଓସି-ଇନ-ସି, ଉତ୍ତର କମାଣ୍ଡ, ଲେଫ୍ଟେନାଣ୍ଟ ଜେନେରାଲ ୱାଇକେ ଯୋଶୀ ଏବଂ ସବୁ ରେଙ୍କ ସାହସୀ ମେଜର ରୋହିତ କୁମାର ଏବଂ ମେଜର ଅନୁଜ ରାଜପୁତଙ୍କୁ ଅଭିବାଦନ ଜଣାଉଛି, ଯେଉଁମାନେ ସେପ୍ଟେମ୍ବର ୨୧ରେ ପତନିଟୋପରେ ଡ୍ୟୁଟିରେ ଥିବାବେଳେ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି ଏବଂ ସେମାନଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

ଏହା ପୂର୍ବରୁ ଜାମ୍ମୁର ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ ଆଜି ପତନିଟୋପ ଅଞ୍ଚଳରେ ଟ୍ରେନିଂ ଉଡ଼ାଣ ବେଳେ ଭାରତୀୟ ସେନାର ଚିତା ହେଲିକପ୍ଟର ଶିବଗଡ ଧର ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣା ସକାଳ ୧୦.୩୦ ରୁ ୧୦.୪୫ ମଧ୍ୟରେ ଘଟିଛି। ଏହି ହେଲିକପ୍ଟରଟି ସେନାର ଆଭିଏସନ କୋରର।

   Related Posts