Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||
  • ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ, ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ମୁମ୍ବାଇ ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ମଲ୍‌ରେ ଥିଲେ ପ୍ରାୟ ୩୦୦ ଲୋକ
  • ||

ଲଦାଖରେ ଗୋଟିଏ ପାଦ ଆଗରେ ଭାରତ, ଫିଙ୍ଗର-୪ରେ ଚୀନ ସୈନିକଙ୍କଠୁ ଆହୁରି ଉଚ୍ଚରେ ଯାଇ ଡେରା ପକାଇଲେ ଭାରତୀୟ ସୈନିକ

9/09/2020 at 9:47 PM

ନୂଆଦିଲ୍ଲୀ ୦୯।୦୯: ପୂର୍ବ ଲଦାଖରେ ପାଙ୍ଗଙ୍ଗ ହ୍ରଦର ଉତ୍ତର କୂଳ ଅର୍ଥାତ ପାଙ୍ଗଙ୍ଗ ଅଞ୍ଚଳରେ ଏବେ ଭାରତୀୟ ଯବାନଙ୍କୁ ମହତ୍ଵପୂର୍ଣ୍ଣ ଶିଖରରେ ମୁତୟନ କରାଯାଇଛି। ଚୀନ ସୈନିକ ଏଠାରେ ଫିଙ୍ଗର-୪ର ଶିଖର ଆଡ୍ଡା ଜମାଇଛି। ସୂତ୍ର ଅନୁଯାୟୀ ଭାରତୀୟ ସେନା ଏଠାରେ ଏମିତି ସ୍ଥାନକୁ କବ୍‌ଜାର କରିଛି ଯାହା ଫିଙ୍ଗର-୪ଠୁ ମଧ୍ୟ ଉଚ୍ଚରେ ରହିଛି। ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ ଏବେ ଆମେ ନିଜ ଅଞ୍ଚଳରେ ଏମିତି ଶିଖରରେ ସେନାକୁ ମୁତୟନ କରିବୁ ଯାହା ଫିଙ୍ଗର-୪ ଉପରେ ନଜର ରଖାଯାଇ ପାରିବ। ଚୀନର ପ୍ରତିଟି ଗତିବିଧି ପରେ ତୀକ୍ଷ୍ଣ ନଜର ରଖାଯାଇ ପାରିବ।

ସୂତ୍ର ଅନୁଯାୟୀ ସୋମବାର ଚୀନ ସେନା ଦକ୍ଷିଣୀ ପାଙ୍ଗଙ୍ଗର ଭାରତୀୟ ଆଗୁଆ ଶିବିର ଉପରେ କବ୍‌ଜା କରିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୋଲ ସ୍କ୍ଵାର୍ଡ ଓ ଅଟୋମେଟିକ ରାଇଫଲ ସହିତ ପହଞ୍ଚିଥିବା ଚୀନ ସୈନିକ ଭାରତୀୟ ତାରବନ୍ଦୀକୁ ମଧ୍ୟ କାଢିବାକୁ ଉଦ୍ୟମ କରିଥିଲେ। ପାଙ୍ଗଙ୍ଗ ହ୍ରଦର ଦକ୍ଷିଣ କୂଳରେ ଯେଉଁ ଯେଉଁ ଶିଖରରେ ଭାରତୀୟ ସେନା ମୁତୟନ ଅଛନ୍ତି ସେଠାରେ ନିଜ ଇଲାକାରେ ଭାରତୀୟ ଯବାନ ତାରବାଡ ଲଗାଇଛନ୍ତି। ଭାରତ ଚୀନ ସେନାକୁ କଡା ଚେତାବନୀ ଦେଇଛି ଯେ, ସେମାନେ ଏହି ତାରବନ୍ଦୀକୁ ଅତିକ୍ରମ କରିବାକୁ ଉଦ୍ୟମ ନକରନ୍ତୁ।

ସୋମବାର ସନ୍ଧ୍ୟାରେ ଚୀନ ସୈନିକ ପୂରା ନିକଟକୁ ଆସି ତାରବାଡ କାଢିବାକୁ ଉଦ୍ୟମ କରିଥିଲେ। ଭାରତୀୟ ସେନା କଡା ଚେତାବନୀ ପଛକୁ ନହଟିଲେ ଗମ୍ଭୀର ପରିଣାମ ଭୋଗିବ ବୋଲି କହିଥିଲେ। ଭାରତୀୟ ଯବାନ କହିଛନ୍ତି ପଛକୁ ନହଟିଲେ ଭାରତୀୟ ଯବାନ କିଛି ବି ପଦକ୍ଷେପ ଉଠାଇପାରେ। ଯାହା ପରେ ଚୀନ ସୈନିକ ଫାଙ୍କା ଗୁଳି ଚାଳନା କରି ଭାରତୀୟ ସୈନିକଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଭାରତୀୟ ସୈନିକଙ୍କ କଠୋର ଚେତାବନୀ ପରେ ଚୀନ ସୈନିକ ପଛକୁ ହଟିବାକୁ ବିବଶ ହୋଇଥିଲେ।

ଜଣେ ଅଧିକାରୀ କହିଛନ୍ତି ଚୁସୁଲ ସେକ୍ଟରର ବୀପରିତ ଚୀନ ନିଜ ଇଲାକାରେ ପ୍ରାୟ ୫ ରୁ ୭ ହଜାର ସୈନିକ ମୁତୟନ କରିଛି। ସେଠାରେ ଡ୍ରାଗନ ନିଜର ସ୍ଥିତି ଦୃଢ କରିବାରେ ଜୁଟିଛି। ସେ କହିଛନ୍ତି ଯେ, ଭାରତୀୟ ଯବାନଙ୍କ ପ୍ରସ୍ତୁତି ମଧ୍ୟ ଚୀନ ତୂଳନାରେ କିଛି କମ ନୁହେଁ। ଭାରତୀୟ ସେନା ଏଠାରେ ଯେଉଁ ଶିଖରରେ ମୁତୟନ ଅଛନ୍ତି ସେଠାରେ ଚୀନର ସମସ୍ତ କାର୍ଯ୍ୟକାଳପ ସ୍ପଷ୍ଟ ଦେଖାଯାଉଛି ଏବଂ ଚୀନର ହୀନ ପ୍ରୟାସ ଉପରେ ନଜର ରଖାଯାଇ ପାରୁଛି।

   Related Posts