Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଶ୍ରୀନଗରରେ ଯବାନଙ୍କୁ ବଡ ସଫଳତା : ଏନକାଉଣ୍ଟରରେ ଟଳିଲା ଲସ୍କର କମାଣ୍ଡର ତଥା ପାକିସ୍ତାନୀ ଆତଙ୍କବାଦୀ ଅବରାର

29/06/2021 at 7:31 AM

ଶ୍ରୀନଗର ୨୯/୬ : ଜାମ୍ମୁ କାଶ୍ମୀରରେ ଭାରତୀୟ ସୁରକ୍ଷା ବାହିନୀ ବଡ଼ ସଫଳତା । ଶ୍ରୀନଗରର ପାରିମୁରା ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଚାଲିଥିବା ଏନକାଉଣ୍ଟରରେ ଟଳିଛି ଲସ୍କର କମାଣ୍ଡର ତଥା ପାକିସ୍ତାନ ଆତଙ୍କବାଦୀ ଅବରାର । ଏହାସହ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ହତ୍ୟା କରିଛନ୍ତି ଯବାନ । ତେବେ ଏହି ଏନକାଉଣ୍ଟରରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ର ଜଣେ ଅଧିକାରୀଙ୍କ ସମେତ ଦୁଇଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି ।

କାଶ୍ମୀର ଆଇଜି ବିଜୟ କୁମାର କହିଛନ୍ତି ଯେ ଶ୍ରୀନଗର ପାରିପୁରା ଅଞ୍ଚଳର ମାଲହୁରାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହାକୁ ଲଶ୍କର-ଏ-ତୋଇବା କମାଣ୍ଡର ତଥା ପାକିସ୍ତାନୀ ଆତଙ୍କବାଦୀ ଅବରାର ବୋଲି ଚିହ୍ନଟ କରାଯାଇଛି । ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

ଲସ୍କରୀ କମାଣ୍ଡର ଅବରାରକୁ ଗତକାଲି ଗିରଫ କରାଯାଇଥିଲା । ପଚରାଉଚରା ବେଳେ ତା ନିକଟରୁ ଗୋଟିଏ AK-47 ଥିବା ସେ ସ୍ପଷ୍ଟ କରିଥିଲା । ଯେତେବେଳେ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିବା ପାଇଁ ସେନା ବାହିନୀ ତାର ଘରେ ପ୍ରବେଶ କରୁଥିଲା, ଅବରାରର ଜଣେ ଆତଙ୍କବାଦୀ ସହଯୋଗୀ ଗୁଳି ଚଳାଇବା ଆରମ୍ଭ କରିଥିଲେ । ପ୍ରତିଶୋଧ ପରାୟଣ ଅବସ୍ଥାରେ ଭିତରେ ଥିବା ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା । ଏହି ସମୟରେ ଅବରାରଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ଘଟଣାସ୍ଥଳରୁ ଦୁଇଟି AK-47 ଉଦ୍ଧାର କରାଯାଇଛି । ଆତଙ୍କବାଦୀ ଅବରାର ଅନେକ ସୈନିକ ଏବଂ ସାଧାରଣ ନାଗରିକଙ୍କ ହତ୍ୟାରେ ସମ୍ପୃକ୍ତ ଥିଲା ।

   Related Posts