'ଭାରତ ସୀମା ଛୁଇଁବା ପୂର୍ବରୁ ଆତଙ୍କବାଦୀଙ୍କୁ ଲଞ୍ଚପ୍ୟାଡ୍ ସହ ନିଶେଷ କରୁଛି ସେନା'

Published By : Prameya-News7 Bureau | April 19, 2020 IST

ନୂଆଦିଲ୍ଲୀ ୧୯।୪: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାତ ସିଂହ କରୋନା ବେଳେ ବି ପାକିସ୍ତାନ ଆତଙ୍କବାଦ କାର୍ଯ୍ୟକଳାପ ବନ୍ଦ କରିନଥିବା ସୂଚନା ଦେଇଛନ୍ତି। ଏଣୁ ବିଭିନ୍ନ ଲଞ୍ଚ ପ୍ୟାଡରୁ ଆତଙ୍କବାଦୀଙ୍କୁ ଭାରତ ସୀମାରେ ଅନୁପ୍ରବେଶ କରାଇବାକୁ କଭର ଫାଇରିଂ କରୁଥିବା ବେଳେ ଭାରତୀୟ ସେନା ଲଞ୍ଚପ୍ୟାଡ ସମେତ ଆତଙ୍କବାଦୀଙ୍କୁ ବି ନିପାତ କରୁଥିବା ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।

ଏହିକ୍ରମରେ ପିଓକେରେ ଭାରତୀୟ ସେନା ପାକିସ୍ତାନର ଅନେକ ଲଞ୍ଚପ୍ୟାଡ ନଷ୍ଟ କରିଥିବା ବେଳେ ଅନେକ ଆତଙ୍କବାଦୀ ଓ ସୈନିକଙ୍କ ମୃତ୍ୟୁ ହୋଇଥିବା ରାଜନାଧ କହିଛନ୍ତି। ସେହିପରି ଭାରତ ଏବେ କରୋନା ଯୁଦ୍ଧରେ ଅଦୃଶ୍ୟ ଲଢାଇ କରୁଥିବା ରାଜନାଥ କହିଥିବା ବେଳେ ଏଥିରେ ସରକାରଙ୍କ ସମସ୍ତ ଏଜେନ୍ସୀ ଜଡିତ ହୋଇଥିବା ସୂଚନା ଦେଇଛନ୍ତି। ଏଣୁ କରୋନା ଜନିତ ପରିସ୍ଥିତିରେ ସେନାର ସୁରକ୍ଷା ପ୍ରତି ସରକାର ସମ୍ପୂର୍ଣ୍ଣ ଯତ୍ନବାନ ଥିବା ରାଜନାତ ସୂଚିତ କରିଛନ୍ତି।

କରୋନା ଲାଗି ସେନାରେ ଏବେ ସାମୂହିକ ପ୍ରଶିକ୍ଷଣ ବନ୍ଦ ରଖାଯାଇଥିବା ବେଳେ ଗୋଟିଏ ଷ୍ଟେସନରୁ ଆଉ ଗୋଟିଏ ଷ୍ଟେସନକୁ ଯାଉଥିବା ସେନା କର୍ମଚାରୀଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନ କରାଯାଉଥିବା କହିଛନ୍ତି। ସେହିପରି ସୀମାରେ କେବଳ ସେହି ସୈନିକଙ୍କୁ ମୁତୟନ କରାଯାଇଛି । ଯେଉଁମାନେ କରୋନା ମୁକ୍ତ ବୋଲି କହିଛନ୍ତି ରାଜନାଥ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.