ପାକିସ୍ତାନରେ ସୈନ୍ୟ ବିଦ୍ରୋହର ପ୍ରାକ ସୂଚନା- ପ୍ରଧାନମନ୍ତ୍ରୀଙ୍କ ବିନା ଉଦ୍ୟୋଗପତିଙ୍କ ସହ ବୈଠକ କଲେ ପାକ୍‌ ସେନା ମୁଖ୍ୟ

Published By : Prameya-News7 Bureau | October 03, 2019 IST

ଇସଲାମାବାଦ - ପାକିସ୍ତାନରେ ସୈନ୍ୟ ବିଦ୍ରୋହର ପ୍ରାକ ସୂଚନାର ମିଳିଲାଣି । ଇମରାନ୍‌ଙ୍କୁ ଗାଦିଚ୍ୟୁତ କରିବା ପାଇଁ ପାକିସ୍ତାନ ସେନା ବାହିନୀ ଯୋଜନା କରୁଥିବାର ଆଭାସ ମିଳୁଛି । ସେନା ବାହିନୀର ସହାୟତାରେ ଇମରାନ୍‌ ଖାନ୍‌ ଶାସନକୁ ଆସିଥିଲେ । ଏବେ ସେନା ତାଙ୍କୁ ବିତାଡିତ କରିବା ପାଇଁ ଯୋଜନା କରୁଛି । ପାକିସ୍ତାନ ପ୍ରଧନମନ୍ତ୍ରୀ ଯେଉଁ ବୈଠକ କରିବା କଥା ଏବେ ସେନା ମୁଖ୍ୟ କ୍ୱାମର ଜାଭେଦ୍‌ ବାଜଓ୍ୱାଙ୍କ ନେତୃତ୍ୱରେ ସେହି ବୈଠକ ହେଉଛି । ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ଙ୍କ ଦେଖା ମଳୁନାହିଁ ।
ପାକିସ୍ତାନ ସେନା ମୁଖ୍ୟ ଜେନେରାଲ୍ ବାଜଓ୍ୱା ପାକିସ୍ତାନର ଉଦ୍ୟୋଗପତିଙ୍କ ସହ ବୈଠକ କରିଛନ୍ତି । ଏବେ ପାକିସ୍ତାନରେ ହିଂସା କମିଥିବାରୁ ବ୍ୟବସାୟ ବୃଦ୍ଧି କରିବାର ପ୍ରକୃଷ୍ଟ ସମୟ ଆସିଛି ବୋଲି ପାକ ସେନାର ଲୋକ ସମ୍ପର୍କ ବିଭାର ଆଏସ୍‌ପିଆର୍‌ ପକ୍ଷରୁ ସୂଚନା ଦିଆଯାଇଛି ।

ପାକିସ୍ତାନରେ ଆଉ ଏକ ସୈନ୍ୟ ବିଦ୍ରୋହର ଏହା ପ୍ରାକ ସୂଚନା ବୋଲି ଅନେକ ମତ ଦେଇଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍ ଯେଉଁ ବୈଠକ କରିବା କଥା ସେହି ବୈଠକ ପାକିସ୍ତାନ ସେନା ମୁଖ୍ୟ କରୁଛନ୍ତି । ବୁଧବାରରେ ପାକିସ୍ତାନ ସେନାର ୧୧୧ ପଦାତିକ ବାହିନୀର ସମସ୍ତ ଜବାନ୍‌ ଓ ଅଧିକାରୀଙ୍କର ଛୁଟି ବାତିଲ୍‌ କରାଯାଇଛି। ଏହି ପଦାତିକ ବାହିନୀ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଙ୍କର ସୁରକ୍ଷା କରିଥାଆନ୍ତି ।

କେବଳ ସେତିକି ନୁହେଁ ପାକିସ୍ତାନରେ ଯେତେଥର ସୈନ୍ୟ ବିଦ୍ରୋହ ହୋଇ ସେନା ଶାସନ ଗାଦି ଦଖଲ କରିଛି ୧୧୧ ପଦାତିକ ବାହିନୀ ମୁଖ୍ୟ ଭୂମିକା ଗ୍ରହଣ କରିଛି . ୧୯୫୮, ୧୯୬୯, ୧୯୭୭ ଓ ୧୯୯୯ରେ ପାକିସ୍ତାନରେ ସୈନ୍ୟ ବିଦ୍ରୋହ ହୋଇଥିଲା । ପାକିସ୍ତାନର ଜେନେରାଲ୍‌ ଆୟୁବ ଖାନ, ଜେନେରାଲ୍‌ ଇସକନନ୍ଦେର ମିର୍ଜା. ସେନାରାଲ୍‌ ଜିଆ ଉଲ୍‌ ହକ୍‌ ସୈନ୍ୟ ବିଦ୍ରୋହ ସହାୟତାରେ ପାକିସ୍ତାନର ଶାସନ ଗାଦୀ ଦଖଲ କରିଥିଲେ ।

ରାଓ୍ୱଲପିଣ୍ଡିରେ ଥିବା ସେନା ପ୍ରକ୍ଷାଳୟରେ ବାଜଓ୍ୱା ପାକିସ୍ତାନ ଉଦ୍ୟୋଗପତିମାନଙ୍କୁ ଭେଟିଛନ୍ତି । ଏଥିରେ ପାକ୍‌ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ ଉପସ୍ଥିତ ନ ଥିବାରୁ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।
ଏବେ ପାକିସ୍ତାନର ଅର୍ଥନୀତି ଭୁଶୁଡି ପଡିଛି । ପାକିସ୍ତାନ ସରକାର ବିଭିନ୍ନ ଅନ୍ତର୍ଜାତୀୟ ଫୋରମ୍‌ରେ ଫେଲ୍‌ ମାରିଛନ୍ତି । ସାଉଦି ଆରବ୍‌ ଓ ଚୀନ୍‌ଠାରୁ ଋଣ କରି ବୁଡିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.