Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ମଦ ପିଆଇ ବେହୋସ୍ ଅବସ୍ଥାରେ ମହିଳାଙ୍କୁ ଦୁଷ୍କର୍ମ, ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ : ଆର୍ମି କର୍ଣ୍ଣେଲ ବିରୋଧରେ ମାମଲା ରୁଜୁ

31/12/2019 at 7:34 AM

ଡେରାଡୁନ ୩୧।୧୨: କର୍ଣ୍ଣଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା । ଡେରାଡୁନର ରାଜପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ପୀଡିତା ମହିଳା ଜଣଙ୍କ ଦିଲ୍ଲୀର ସାଉଥ୍ ଏଭନ୍ୟୁ ଥାନାରେ ଜିରୋ ଏଫଆଇଆର ରୁଜୁ କରିଥିଲେ । ପରେ ଏହି ଅଭିଯୋଗ ରାଜପୁର ଥାନାକୁ ହସ୍ତାନ୍ତର କରାଯାଇଥିଲା । ରାଜପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ରାଜପୁର ପୋଲିସ ସୂଚନା ଅନୁସାରେ କର୍ଣ୍ଣଲ ଜଣଙ୍କ ପ୍ରଥମେ ମହିଳାଙ୍କ ସହ ବନ୍ଧୁତା କରିଥିଲେ । ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଲା । ଧିରେ ଧିରେ ବନ୍ଧୁତ୍ବ ଘନିଷ୍ଠ ହେବାରେ ଲାଗିଲା । ଦିନେ କର୍ଣ୍ଣଲ ସଂପୃକ୍ତ ମହିଳାଙ୍କୁ ଏକ ହୋଟେଲକୁ ନେଇ ଯାଇଥିଲେ । ସେଠାରେ ଉଭୟ ମିଶି ମଦ୍ୟପାନ କରିଥିଲେ । ମହିଳାଙ୍କୁ ଅତ୍ୟଧିକ ମଦ୍ୟପାନ କରାଇ କର୍ଣ୍ଣଲ ଜଣଙ୍କ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ମହିଳା ।

ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ପ୍ରଥମେ ବେହୋସ ଅବସ୍ଥାରେ କର୍ଣ୍ଣଲ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ପରେ ତାଙ୍କୁ  ଯେତେବେଳେ ହୋସ୍ ଆସିଥିଲା ସେତେବେଳେ କର୍ଣ୍ଣଲ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପୁଣି ଶାରିରୀକ ସଂପର୍କ ରଖିଥିଲେ ।

ଏହି ଘଟଣା ପରେ ମଧ୍ୟ କର୍ଣ୍ଣଲ ତାଙ୍କୁ ଅନ୍ୟ ହୋଟେଲଗୁଡିକୁ ନେଇ ଯାଉଥିଲା । ବିବାହର ପ୍ରତିଶ୍ରୁତି ଦେଇ ସେଠାରେ ଶାରିରୀକ ସଂପର୍କ ରଖୁଥିଲା । ମାତ୍ର ବିବାହ କଥା କହିବା ବେଳକୁ ଟାଳି ଦେଉଥିଲା । ଫଳରେ ବାଧ୍ୟ ହୋଇ ମହିଳା ଜଣଙ୍କ ଦିଲ୍ଲୀରେ ଜିରୋ ଏଫଆଇଆର ରୁଜୁ କରିଥିଲେ । ଯେଉଁ ଏଫଆଇଆର ଏବେ ରାଜପୁର ଥାନାକୁ ଟ୍ରାନ୍ସଫର ହୋଇଛି ବୋଲି ଏସପି ଶ୍ବେତା ଚୌବେ ସୂଚନା ଦେଇଛନ୍ତି ।

   Related Posts