Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମଥର ପାଇଁ ଶ୍ରୀନଗର ଗସ୍ତରେ ଗଲେ ଭାରତୀୟ ସେନାମୁଖ୍ୟ, ଜାଣନ୍ତୁ କାରଣ

30/08/2019 at 1:43 PM

ଶ୍ରୀନଗର୨୯|୮: ଜମ୍ମୁ-କାଶ୍ମରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମଥର ପାଇଁ ସେନା ମୁଖ୍ୟ ବିପିନ ରାଓ୍ବାତ ଶ୍ରୀନଗରରେ ପହଞ୍ଚିଛନ୍ତି। କାଶ୍ମୀର ଘାଟିର ସୁରକ୍ଷା ବ୍ୟବସ୍ଥାକୁ ସେନା ମୁଖ୍ୟ ଯାଞ୍ଚ କରିବେ ।କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବୃଦ୍ଧି କରିବାର ଆବଶ୍ୟକତା ଅଛି କି ନାହିଁ ତା’ ଉପରେ ମଧ୍ୟ ସେ ସମୀକ୍ଷା କରିବେ।

ନିକଟରେ ଜମ୍ମୁ-କାଶ୍ମରର ରାଜ୍ୟପାଳ ସତ୍ୟପାଲ ମଲିକ ଓ କେନ୍ଦ୍ର ସରକାର କହିଛନ୍ତି ଯେ, ଜମ୍ମୁ-କାଶ୍ମୀରରେ ପରିସ୍ଥିତି ସ୍ବଭାବିକ ରହିଛି। ଧନଜୀବନ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବା ସହ ଶାନ୍ତି ଧୀରେ ଧୀରେ ଫେରିବାକୁ ଲାଗିଛି।ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତ ଯେ, ଧାରା ୩୭୦ ଉଚ୍ଛେଦ ପରେ କୌଣସି ଜୀବନ ହାନି ଘଟି ନାହିଁ ​।ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ତାଙ୍କ ପାଇଁ ଗୁରୁତ୍ବର୍ଣ୍ଣ ଏବଂ ଏଠାରେ ସବୁ ଲୋକ ଶାନ୍ତିରେ ରୁହନ୍ତୁ ବୋଲି ରାଜପାଳ ସତ୍ୟପାଲ କହିଥିଲେ।

ଜମ୍ମୁ-କାଶ୍ମୀରର ପୋଲିସ ମହାନିର୍ଦେଶକ (ଡିଜିପି) ଦିଲବଗ ସିଂହ ବାନ୍ଦିପୋରା ଓ ଗାନ୍ଦାରବଲ ଅଞ୍ଚଳ ପରିଦର୍ଶନ କରିଛନ୍ତି।ସେଠାରେ ସ୍ଥାନୀୟ ପୋଲିସ ସହ ସୁରକ୍ଷା ସଂପର୍କରେ ଆଲୋଚନ କରିଛନ୍ତି।ପୋଲିସଙ୍କ ତାଙ୍କର ଦାୟିତ୍ବ ଠି୍କ୍‌ ଭାବରେ ନିର୍ବାହ କରିବା ପାଇଁ ଡିଜିପି ଦାଗି୍ଦ କରିଛନ୍ତି।

   Related Posts