Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବତନ ବିଧାୟକ ଅରୁଣ ଦେ’ ଙ୍କ ପରଲୋକ, କରୋନାରେ ଆକ୍ରାନ୍ତ ପରେ ଚାଲିଥିଲା ଚିକିତ୍ସା
  • ||
  • ସାଗର ହତ୍ୟାକାଣ୍ଡରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ସୁଶୀଲ କୁମାର ମୁଖ୍ୟ ଅଭିଯୁକ୍ତ
  • ||
  • ଅନୁଗୋଳ : କାଲି ଜଣଙ୍କର, ଆଜି ଆଉ ଜଣଙ୍କର ମିଳିଲା ମୃତଦେହ : ଏବେବି ଜଣେ ନିଖୋଜ
  • ||
  • ଭୁବନେଶ୍ବର : ଓଡିଶାରେ କମ୍ ରହିଛି ଆର୍ ଭାଲ୍ୟୁ, ୧ ଉପରେ ରହିଲେ ବଢିବ ସଂକ୍ରମଣ : ଡିଏମଇଟି
  • ||
  • ସୋର : ଭୋଜି କରିବାକୁ ଯାଇ ଫେରିଲେନି ଯୁବକ, ମେଡିକାଲରେ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଯାଜପୁର : ଆସନ୍ତା ୪ରୁ ଖୋଲିବ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର, ଅନୁମତି ଦେଲେ ଜିଲ୍ଲାପାଳ
  • ||
  • ଖଲ୍ଲିକୋଟ : ଖୋଲିଲା ତମ୍ପରା ହ୍ରଦ, ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ଚାନ୍ଦବାଲି : ବିଦ୍ୟାଳୟ ବରଣ୍ଡାରେ ପଡିଛି ଅଚିହ୍ନା ବୃଦ୍ଧଙ୍କ ମୃତଦେହ, ତଦନ୍ତ ଆରମ୍ଭ କଲା ପୋଲିସ
  • ||
  • ରାଉରକେଲା : ଆସନ୍ତା ୭ରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା
  • ||
  • ଚାନ୍ଦବାଲି : ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି କଟକଣା ଜାରି, ଭକ୍ତଶୂନ୍ୟ ମନ୍ଦିର ପରିସର
  • ||

ଲଦାଖ ଗସ୍ତରେ ସେନା ମୁଖ୍ୟ ମୁକୁନ୍ଦ ନରୱଣେ କହିଲେ, ‘LAC ରେ ସ୍ଥିତି ଗମ୍ଭୀର’

4/09/2020 at 12:05 PM

ନୂଆଦିଲ୍ଲୀ ୦୪/୦୯ : ଭାରତ ଚୀନ ମଧ୍ୟରେ ଜାରି ଥିବା ଗତିବିଧି ସମୟରେ ଦୁଇ ଦିନିଆ ଲଦାଖ ଗସ୍ତରେ ଯାଇଛନ୍ତି ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱଣେ | ସେ କହିଛନ୍ତି, ବାସ୍ତବିକ ନିୟନ୍ତ୍ରଣ ରେଖା LAC ରେ ସ୍ଥିତି ଗମ୍ଭୀର ଓ ଉତ୍ତେଜନାପୂର୍ଣ୍ଣ ରହିଛି | ସ୍ଥିତିକୁ ଦୃଷ୍ଟିରେ ରଖି, ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି ଯେପରିକି ସୁରକ୍ଷା ଓ ଅଖଣ୍ଡତା ସୁରକ୍ଷିତ ରହିବ |

ସେ କହିଛନ୍ତି ଯେ ଗତ ୨-୩ ମାସରୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି କିନ୍ତୁ ଚୀନ ସହ ଉଭୟ ସୈନ୍ୟ ଓ ରାଜନୈତିକ ସ୍ଥରରେ କଥାବାର୍ତ୍ତା କରୁଛନ୍ତି ଏବଂ ସମାଧାନ ନ ହେବା ଯାଏଁ କଥାବାର୍ତ୍ତା ଜାରି ରହିବ | ଯାହାବି ମତଭେଦ ରହିଛି ତାହା ବାର୍ତ୍ତା ମାଧ୍ୟମରେ ସମାଧାନ କରିବେ ବୋଲି ସେ କହିଛନ୍ତି |

ସେନା ମୁଖ୍ୟ ନରୱଣେ କହିଛନ୍ତି, ଯବାନଙ୍କ ମନୋବଳ ବହୁତ ଦୃଢ ଏବଂ ସେମାନେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି | ଭାରତର ଯବାନ ଓ ଅଧିକାରୀ ଦୁନିଆର ସବୁଠାରୁ ଦକ୍ଷ ଏବଂ ଦେଶକୁ ଗୌରବାନ୍ୱିତ କରିବେ ବୋଲି ସେ କହିଛନ୍ତି | ଲେହରେ ପହଞ୍ଚିବା ପରେ ସେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ | ସେ ଅଧିକାରୀ ଓ ଜେସିଓଙ୍କ ସହ କଥାବାର୍ତ୍ତା କରି ପ୍ରସ୍ତୁତି ତଦାରଖ କରିଥିଲେ | ଯବାନଙ୍କ ମନୋବଳ ଦୃଢ ଅଛି ଏବଂ ସବୁ ପ୍ରକାର ଚ୍ୟାଲେଞ୍ଜର ମୁକାବିଲା ପାଇଁ ସେମାନେ ପ୍ରସ୍ତୁତ ଅଛନ୍ତି | 

ଏହା ପୂର୍ବରୁ ପ୍ରମୁଖ ରକ୍ଷା ଅଧ୍ୟକ୍ଷ ସିଡିଏମ ଜେନେରାଲ ବିପିନ ରାୱତ କହିଥିଲେ ଯେ ଭାରତର ସୈନ୍ୟବଳ ଚୀନର ଆକ୍ରମକ ଗତିବିଧି ସହ ଉଚିତ ତରିକାରେ ମୁକାବିଲା ପାଇଁ ସକ୍ଷମ |

   Related Posts