Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଣ୍ଡିଖୋଲ : ଅଜଣା ଗାଡି ଧକ୍କାରେ ହୋମ୍‌ଗାର୍ଡଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ଏକତରଫା ପ୍ରେମରୁ ଗଲା ଜୀବନ, ଯୁବତୀଙ୍କ ଗଳା କାଟିଦେଲା ପ୍ରେମିକ, ଆକ୍ରମଣରେ ଯୁବତୀଙ୍କ ମା’ ମୃତ
  • ||
  • ଢେଙ୍କାନାଳ : ୩ଦିନ ହେଲା ଜଳୁଛି ଜଙ୍ଗଲ, ଲକ୍ଷ ଲକ୍ଷ ଗଛ ପୋଡି ପାଉଁଶ, ଭୟରେ ଜଙ୍ଗଲ ଛାଡି ପଳାଉଛନ୍ତି ବନ୍ୟଜନ୍ତୁ
  • ||
  • ଢେଙ୍କାନାଳ : କପିଳାଶ, ସପ୍ତଶଯ୍ୟା ଓ ମହିମା ଗାଦି ସମେତ ୬ଟି ପର୍ଯ୍ୟଟନସ୍ଥଳୀର ହେବ ସଂଯୋଗୀକରଣ
  • ||
  • ସ୍ୱିଜରଲାଣ୍ଡରେ ସର୍ବସାଧାରଣ ସ୍ଥାନରେ ବୁର୍ଖା ପିନ୍ଧିବା ମନା ! ମତଦାନ ଦ୍ୱାରା ନିଆଗଲା ନିଷ୍ପତ୍ତି
  • ||
  • ରାଫେଲ୍ ତିଆରି କରିଥିବା କମ୍ପାନୀର ମାଲିକ ମୃତ, ହେଲିକପ୍ଟର ଦୁର୍ଘଟଣାରେ ହାରିଲେ ଜୀବନ
  • ||
  • ଆଜିଠୁ ବଢିବ ତାତି, ଆଭ୍ୟନ୍ତରୀଣ ଓଡିଶାରେ ଅନୁଭୂତ ହେବ ଅସହ୍ୟ ଗରମ
  • ||
  • ଟିକା ନେବା ପରେ କୋଭିଡ୍ ପଜିଟିଭ୍ ହେଲେ ଭିଜିଲାନ୍ସ ଏସପି
  • ||

ସିଆଚିନ୍‌ରେ ସେନା ପ୍ରମୁଖ ଜେନେରାଲ ମୁକୁନ୍ଦ ନରବଣେ

9/01/2020 at 2:29 PM

ସିଆଚେନ୍ ୦୯।୦୧: ଭାରତୀୟ ସେନା ପ୍ରମୁଖ ଜେନେରାଲ ମନୋଜ ମୁକୁନ୍ଦ ନରବଣେ ଗୁରୁବାର ଦିନ ବିଶ୍ବର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚିନ୍‌ ଗସ୍ତ କରିଛନ୍ତି । ସେନା ପ୍ରମୁଖ ଭାବେ ଦାୟିତ୍ବ ଗ୍ରହଣ ପରେ ଏହା ତାଙ୍କର ପ୍ରଥମ ଗସ୍ତ । ନରବଣେ ଗସ୍ତ ଅବସରରେ ସୋ ବାହିନୀର ଯବାନମାନଙ୍କ ସହ ଭୋଜନ କରିଛନ୍ତି । ସିଆଚିନ୍‌ରେ ଥିବା ଯୁଦ୍ଧ ସ୍ମାରକକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେନା ପ୍ରମୁଖଙ୍କ ସହ ଉତ୍ତର ସେନା କମାଣ୍ଡର ଲେଫଟାଣ୍ଟ ଜେନାରାଲ ରଣବୀର ସିଂହ ମଧ୍ୟ ଉପସ୍ଥିତ ଥିଲେ । ସିଆଚିନ୍‌ ଗସ୍ତ ପରେ ସେନା ପ୍ରମୁଖ କହିଛନ୍ତି ଯେ, ଆମେ ଜାଣିଛୁ ଏଠାରେ ମୁତୟନ ଥିବା ସମସ୍ତ ଯବାନଙ୍କୁ କଠିନ ପରିସ୍ଥିତିର ସାମ୍ନା କରି ନିଜର କାର୍ଯ୍ୟ ସମ୍ପାଦନ କରୁଛନ୍ତି  । ତେବେ ଏଭଳି ପରିସ୍ଥିତିରେ ଯବାନମାନଙ୍କର  ଯାହା ବି ଦରକାର ସୈନ୍ୟ ଉପକରଣ ବା ସାମଗ୍ରୀ ଦରକାର ହୋଇଥାଏ, ସେସବୁ କୁ ଯୋଗାଇବାକୁ ଆମେ ପୁରା ଦମ୍‌ରେ ଚେଷ୍ଟା ଜାରି ରଖିଛୁ ।  ଯବାନମାନଙ୍କ ଭଳ କପଡା ଓ ରାସନ ସାମଗ୍ରୀ ମଧ୍ୟ ଦିଆଯାଉଛି ।

ସୂଚନାଯୋଗ୍ୟ ଯେ, ପୂର୍ବତନ ସେନା ପ୍ରମୁଖ ବିପିନ ରାଓ୍ବତ ୩୧ଡିସେମ୍ବରେ ଅବସର ନେଇଥିଲେ । ତାଙ୍କ ସ୍ଥାନରେ ନରବଣେ ୨୮ତମ ସେନା ପ୍ରମୁଖ ଭାବେ ପଦଭାର ସମ୍ଭାଳିଛନ୍ତି । ବିପିନ ରାଓ୍ବତ ଦେଶର ପ୍ରଥମ ଚିଫ୍ ଡିଫେନ୍ସ ଷ୍ଟାପ ଭାବେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର ।

   Related Posts