Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ: ୪୧ ବର୍ଷ ପରେ କ୍ଵାର୍ଟର ଫାଇନାଲ୍‌ରେ ଭାରତୀୟ ମହିଳା ହକି ଦଳ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୯୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ଡିସଚାର୍ଜ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ
  • ||
  • ଭୁବନେଶ୍ବରରୁ ଦିନକରେ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୯ ସୁସ୍ଥ
  • ||
  • ଭାରତ-ଚୀନ ମଧ୍ୟରେ ଥମିବ କି ବିବାଦ ! ୯ ଘଣ୍ଟା ଧରି ଚାଲିଲା ୧୨ତମ ବୈଠକ, ଗୋଗରା-ହଟ୍ ସ୍ପ୍ରିଙ୍ଗରୁ ସୈନ୍ୟ ପ୍ରତ୍ୟାହାର ଉପରେ ଜୋର
  • ||
  • ଜେଲ୍‌ ଗଲେ କୋଟିପତି ପିଏସ୍‌ ବିରଞ୍ଚି ସାହୁ
  • ||
  • ସେମି ଫାଇନାଲରେ ହାରିଲେ ସିନ୍ଧୁ, ଧୂଳିସାତ ହେଲା ସ୍ଵର୍ଣ୍ଣ ପଦକ ଆଶା, ଏବେ କାଂସ୍ୟ ଉପରେ ନଜର
  • ||
  • ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ
  • ||
  • ମୀନା ବଜାର ଖୋଲାଯାଇପାରିବ
  • ||
  • ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ
  • ||
  • ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି
  • ||

ଚୀନ ସହ ବିବାଦ ,ଉତ୍ତେଜନା ବେଳେ ପୂର୍ବ କମାଣ୍ଡ ଗସ୍ତରେ ସେନା ମୁଖ୍ୟ : ଅରୁଣାଚଳ ପ୍ରଦେଶ ସୀମାନ୍ତ ଏଲଏସିରେ ମୁତୟନ ହେବେ ସେନା,ପଠାଯିବ ଭାରି ଯୁଦ୍ଧାସ୍ତ୍ର

7/08/2020 at 1:46 PM

ନୂଆଦିଲ୍ଲୀ ୭/୮: ସେନା ମୁଖ୍ୟ ଜେନେରାଲ୍ ମନୋଜ ମୁକୁନ୍ଦ ନରବଣେ ଗୁରୁବାର ଆସାମର ତେଜପୁର ସ୍ଥିତ ଚତୁର୍ଥ କୋର ମୁଖ୍ୟ ଅଫିସ୍ ଗସ୍ତ କରିଥିଲେ। ଅଧିକାରୀମାନେ କହିଥିଲେ ଯେ ଏହି ସମୟରେ ସେ ଅରୁଣାଚଳ ପ୍ରଦେଶରେ ଏଲଏସିରେ ଭାରତର ସୈନ୍ୟ ପ୍ରସ୍ତୁତିର ବ୍ୟାପକ ସ୍ତରରେ ସମୀକ୍ଷା କରିଥିଲେ। ସେ କହିଥିଲେ ଯେ ସେନାର ପୂର୍ବତନ କମାଣ୍ଡର ପ୍ରମୁଖ ଲେଫ୍ଟନାଣ୍ଟ ଜେନେରାଲ୍ ଅନିଲ ଚୌହାନ ସେନା ପ୍ରମୁଖଙ୍କୁ ପୂର୍ବ ସେକ୍ଟରରେ ଚୀନ ସହ ଲାଗିଥିବା ସୀମାରେ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ବିଷୟରେ ସୂଚନା ଦେଇଥିଲେ।

ସେନାଙ୍କ ତରଫରୁ ଜାରି ହୋଇଥିବା ଏକ ବକ୍ତବ୍ୟରେ କୁହାଯାଇଛି,‘ସେନା ପ୍ରମୁଖ ପୂର୍ବତନ କମାଣ୍ଡର ସମସ୍ତ କୋର କମାଣ୍ଡରଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ବର୍ତ୍ତମାନ ସୁରକ୍ଷା ସ୍ଥିତି ତଥା ସୈନ୍ୟ ଅଭିଯାନର ପ୍ରସ୍ତୁତିର ସମୀକ୍ଷା କରିଥିଲେ।

 ବୟାନରେ କୁହାଯାଇଛି ଯେ ଜେନେରାଲ୍ ନରବଣେ ଦେଶର ସୀମାର ସୁରକ୍ଷା ଏବଂ ଅଖଣ୍ଡତାର ରକ୍ଷା କରୁଥିବା ସୈନିକଙ୍କ ଉତ୍ସାହ ବଢ଼ାଇଥିଲେ ଏବଂ ତାଙ୍କୁ ସର୍ବଦା ସଜାଗ ରହିବାକୁ ପ୍ରୋତ୍ସାହିତ କରିଥିଲେ।

ପୂର୍ବ ଲଦାଖରେ ସୀମାରେ ଚୀନ ସହ ​‌ହୋଇଥିବା ବିବାଦକୁ ଦୃଷ୍ଟି​‌ରେ ରଖି ଭାରତୀୟ ସେନା ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମରେ ପାଖାପାଖି ୩,୫୦୦କିଲୋମିଟର ଲମ୍ବା ଏଲଏସିରେ ଥିବା ସମସ୍ତ ​‌ଅଞ୍ଚଳରେ ସୈନିକଙ୍କ ମୁତୟନ ବଢ଼ାଇ ଦେଇଛନ୍ତି।

   Related Posts