Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଚୀନ୍ ସହ ସୀମାରେ ବଢିଲା ତିକ୍ତତା, ଲଦାଖ ପରିଦର୍ଶନ କଲେ ଆର୍ମି ମୁଖ୍ୟ ଜେନେରାଲ ଏମ୍ ଏମ୍ ନରଭଣେ

23/05/2020 at 11:12 AM

ନୂଆଦିଲ୍ଲୀ ୨୩।୫: ଗତ କିଛି ଦିନ ତଳେ ସିକ୍କିମ ନିକଟବର୍ତ୍ତୀ ସୀମାରେ ଭାରତ ଏବଂ ଚୀନ୍ ସେନାଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହାବ୍ୟତୀତ ପାଙ୍ଗୋଙ୍ଗ ସୋ ହ୍ରଦ ନିକଟରେ ତିକ୍ତତା ମଧ୍ୟ ବୃଦ୍ଧି ପାଇଛି । ଏଭଳି ପରିସ୍ଥିତିରେ ନିକଟ ଅତୀତରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଏହି ସମୟରେ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରଭଣେ ଶୁକ୍ରବାର ଦିନ ଲଦାଖ ଯାଇ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ନରଭଣେ ସେହି ବିବୃତ୍ତି ପରେ ସେଠାକୁ ଯାଇଥିଲେ ଯେତେବେଳେ ଭାରତ ତରଫରୁ କୁହାଯାଇଥିଲା ଯେ, ସେ ଦେଶର ସୁରକ୍ଷା ଏବଂ ସାର୍ବଭମତ୍ବ ନିଶ୍ଚିତ କରିବାକୁ ପ୍ରତିଶ୍ରୁତିବଦ୍ଧ।

ଜେନେରାଲ ମନୋଜ ମୁକୁନ୍ଦ ନରଭଣେଙ୍କ ସହ କମାଣ୍ଡର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଓ୍ବାଇ.କେ ଯୋଶୀ ମଧ୍ୟ ସୀମାରେ ଉପସ୍ଥିତ ଥିଲେ । ଏହା ବ୍ୟତୀତ ଏହି ଦୁଇ ଜଣଙ୍କ ସହ ୧୪ କର୍ପସ କମାଣ୍ଡର ଲେଫ୍ଟନାଣ୍ଟ ହରିନ୍ଦର ସିଂହ ମଧ୍ୟ ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ତେବେ ଏହି ଗସ୍ତ ବିଷୟରେ ସେନା ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। କିନ୍ତୁ କୁହାଯାଉଛି ଯେ, ଚୀନର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) କୁ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ଉପରେ ଜବାବ ଦେବାକୁ କୁହାଯାଇଛି ।

ସୂଚନାଯୋଗ୍ୟ ଯ, ପିଏଲଏ ଯେପରି ଭାରତୀୟ ସେନାକୁ ଉତ୍ତେଜିତ କରୁଛି, ଉତ୍ତର କମାଣ୍ଡଙ୍କୁ ହାଇ ଆଲର୍ଟ କରାଯାଇଛି । ତେବେ ଏହି ତିକ୍ତତାକୁ ହ୍ରାସ କରିବା ପାଇଁ ଦୁଇ ଦେଶର କୂଟନୈତିକ ସ୍ତରରେ ମଧ୍ୟ ଆଲୋଚନା ଚାଲିଛି । ଆଗାମୀ କିଛି ଦିନ ମଧ୍ୟରେ ଏହି ତିକ୍ତତା ଶେଷ ହୋଇପାରେ । ଏହି ସମୟରେ, ଉଭୟ ଭାରତ ଏବଂ ଚୀନ୍‌ର ଅତିରିକ୍ତ ସୈନ୍ୟ ଦଳ ଏଲଏସି ନିକଟ ପୂର୍ବ ଲଦାଖରେ ମୁତୟନ ହୋଇଛନ୍ତି ।

ଲଦାଖର ପାଙ୍ଗୋଙ୍ଗ ସୋ ହ୍ରଦ ଏବଂ ଗାଲଭାନ ଉପତ୍ୟକା ମଧ୍ୟରେ ଉତ୍ତେଜନା ହ୍ରାସ କରିବାକୁ ଏହି ସପ୍ତାହରେ ଭାରତ ଏବଂ ଚୀନ୍ ସୈନ୍ୟଙ୍କ ମଧ୍ୟରେ ଅତି କମରେ ୫ଥର ଆଲୋଚନା ବିଫଳ ହୋଇଛି । ବାସ୍ତବରେ ବିବାଦୀୟ ସୀମା ଅଞ୍ଚଳରେ ଉଭୟ ପକ୍ଷ ଆକ୍ରମଣାତ୍ମକ ଆକ୍ରମଣ ଜାରି ରଖିଛନ୍ତି। ସରକାରୀ ସୂତ୍ର ଶୁକ୍ରବାର ଦିନ ଏହି ସୂଚନା ଦେଇଛି । ସୂତ୍ରରୁ ପ୍ରକାଶ ଯେ ଭାରତୀୟ ସେନା ଉଭୟ ପାଙ୍ଗୋଙ୍ଗ ସୋ ହ୍ରଦ ଏବଂ ଗାଲଭାନ ଉପତ୍ୟକାରେ ଚୀନ୍ ସୈନ୍ୟଙ୍କ ସହ ସମାନ ସୈନ୍ୟ ମୁତୟନ କରିଛନ୍ତି । ଗତ ଦୁଇ ସପ୍ତାହ ମଧ୍ୟରେ ଉଭୟ ଅଞ୍ଚଳରେ ବହୁ ସଂଖ୍ୟକ ଅତିରିକ୍ତ ସୈନ୍ୟ ମୁତୟନ କରାଯାଇଛି।

   Related Posts