ସେନା ମୁଖ୍ୟ ବିପିନ୍ ରାଓ୍ବାତ ହୋଇପାରନ୍ତି ଦେଶର ପ୍ରଥମ ଚିଫ୍ ଡିଫେନ୍ସ ଷ୍ଟାଫ୍

Published By : Prameya-News7 Bureau | August 16, 2019 IST

ନୂଆଦିଲ୍ଲୀ୧୬|୮: ୭୩ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ଯେ, ତିନି ଭାରତୀୟ ସେନାର ପ୍ରମୁଖ ଉପରେ ଜଣେ ଚିଫ୍‌ ଆଫ୍ ଡିଫେନ୍ସ ଷ୍ଟାଫ୍‌ର ପଦ ସୃଷ୍ଟି କରାଯିବ। ଚିଫ୍‌ ଆଫ୍‌ ଡିଫେନ୍ସ  (ସିଡିଏସ) ପାଇଁ ଦୀର୍ଘଦିନରୁ ଆଲୋଚନା ହେଉଥିଲା। ହେଲେ ଏହା କାର୍ଯ୍ୟକାରୀ ହୋଇପାରୁ ନଥିଲା।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ଫଳରେ ଏହା ବାସ୍ତବରେ ପରିଣତ ହେବାକୁ ଯାଉଛି। ଏହି ପଦ ପାଇଁ ଆର୍ମି ମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ବାତଙ୍କ ନାଁ ଆଗରେ ରହିଛି। ବିପିନ ରାଓ୍ବାତଙ୍କ ଦକ୍ଷତା ଓ ଅଭିଜ୍ଞତାକୁ ନେଇ ତାଙ୍କ ନାଁ ଆଗରେ ରହିଛି। ୨୦୧୯ ମସିହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବିପିନ ରାଓ୍ବାତଙ୍କ କାର୍ଯ୍ୟକାଳ  ରହିଛି। ଏହାପରେ ସେ ଏହି ବିଭାଗର ଦାୟିତ୍ବ ନେଇପାରନ୍ତି ବୋଲି ଆଲୋଚନା ହେଉଛି।

ସିଡିଏସ ପାଇଁ ସୈନ୍ୟସେବାର ଅଭିଜ୍ଞତା ଥିବା ଆବଶ୍ୟକ। ତିନିସେନାର ମୁଖ୍ୟଭାବେ ସିଡିଏସ କାର୍ଯ୍ୟ କରିବେ। ବର୍ତ୍ତମାନ ପରିସ୍ଥିତିରେ ସେନାବାହିନୀଙ୍କୁ ମଜବୁତ କରିବା ଓ ଆଗାମୀ ଦିନରେ ଶତ୍ରୁମାନଙ୍କୁ କିପରି ସାମ୍ନା କରାଯିବ ତିନି ସେନାବାହିନୀ ମଧ୍ୟରେ ସମନ୍ବୟ ରକ୍ଷା କରିବା ସହ ତାର ନକ୍ସା ପ୍ରସ୍ତୁତ କରିବା ସିଡିଏସଙ୍କ କାମ ରହିବ। ସ୍ଥଳ ବାହିନୀ, ଜଳ ବାହିନୀ ଓ ବାୟୁସେନାର ଦାୟିତ୍ବ ସିଡିଏସ ନିର୍ବାହ କରିବେ। ଏଥିପାଇଁ ଶୀର୍ଷ ସ୍ତରରେ ଏକ କମିଟି ଗଠନ କରାଯିବ ଓ ଚଳିତ ବର୍ଷଠାରୁ ତାହା କାର୍ଯ୍ୟକାରୀ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୩ତମ ସ୍ବାଧୀନତା ଦିବସ ଅବସରରେ ଘୋଷଣା କରିଥିଲେ।

୧୯୯୯ ମସିହାରେ କାରଗିଲ ଯୁଦ୍ଧକୁ ନେଇ ଉଚ୍ଚସ୍ତରୀୟ କମିଟି ଦ୍ବାରା ଦେଶର ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରାଯାଇଛି। ଏହି କମିଟି ବହୁ ବିଚାର ବିମର୍ଶ କରିବା ପରେ ଚିଫ୍‌ ଆଫ୍‌ ଡିଫେନ୍ସ ଷ୍ଟାଫ ପାଇଁ ପରାମର୍ଶ ଦେଇଥିଲେ। ତିନିସେନା ମଧ୍ୟ​ରେ ସମନ୍ବୟ ରକ୍ଷା କରିବା ସହ ସେନାର ବିଭିନ୍ନ ସମସ୍ୟାକୁ ସରକାର ପାଖରେ ଉପସ୍ଥାପନା କରିବା ସିଡିଏ ଷ୍ଟାଫ୍‌ଙ୍କ କାର୍ଯ୍ୟ। କିନ୍ତୁ ରାଜନୈତିକ କାରଣରୁ ଏହି କାର୍ଯ୍ୟ ଅଧାରେ ଅଟକି ରହିଥିଲା ।

୨୦୧୨ ମସିହାରେ ଟାକ୍ସ ଫୋର୍ସର ନରେଶ ଚନ୍ଦ୍ର ଦୁଇ ସିଡିଏସଙ୍କ ଦୁଇ ବର୍ଷିଆ କାର୍ଯ୍ୟକାଳ ପାଇଁ ପ୍ରସ୍ତାବ ଦେଇଥିଲେ। ଉଲ୍ଲେଖନୀୟ ଯେ, ସ୍ବାଧୀନତା ପରେ ଆର୍ମି, ନେଭି,ଓ ଏୟାରଫୋର୍ସର ପରିଚାଳନା ପାଇଁ ଏକ କମାଣ୍ଡର ଆବଶ୍ୟକତା ପଡ଼ିଥିଲା। ସେହିଭଳି ଏହି ତିନିସେନାର ପ୍ରମୁଖ ଭାବେ ସିଡିଏସ ଷ୍ଟାଫ କାର୍ଯ୍ୟ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.