ନଗରୋଟା ଅପରେସନ୍‌ ପରେ ସେନା ମୁଖ୍ୟଙ୍କ ବୟାନ, କହିଲେ- ‘ଏଲ୍‌ଓସି ପାର କରିବାକୁ ଚେଷ୍ଟା କରୁଥିବା ଆତଙ୍କବାଦୀ ମରିବେ’

Published By : Prameya-News7 Bureau | November 19, 2020 IST

ନୂଆଦିଲ୍ଲୀ ୧୯/୧୧: ଜାମ୍ମୁ କାଶ୍ମୀରର ନାଗରୋଟାରେ ଗୁରୁବାର ସକାଳେ ଭାରତୀୟ ସେନା ଜୈଶ ଏ ମହମ୍ମଦର ୪ ଆତଙ୍କବାଦୀଙ୍କୁ ସଫା କରିଛନ୍ତି। ତେବେ ନାଗରୋଟା ଅପରେସନ୍‌ ପରେ ସେନା ମୁଖ୍ୟ ଏମଏମ ନରଓ୍ବୋଣେ ବଡ଼ ବୟାନ ଦେଇଛନ୍ତି। ନିୟନ୍ତ୍ରଣ ରେଖା (ଏଲ୍‌ଓସି) ପାର କରିବାକୁ ଚେଷ୍ଟା କରୁଥିବା ଆତଙ୍କବାଦୀ ଜୀବନ ନେଇ ଯାଇପାରିବେ ନାହିଁ ବୋଲି ଜେନେରାଲ ନରଓ୍ବାଣେ କହିଛନ୍ତି।

ଏହା ପାକିସ୍ତାନ ଓ ଆତଙ୍କବାଦୀଙ୍କୁ ସ୍ପଷ୍ଟ ସନ୍ଦେଶ ଯେ, ଯିଏ ବି ନିୟନ୍ତ୍ରଣ ରେଖାରେ ଭାରତ ଅନୁପ୍ରବେଶ କରିବାକୁ ଚେଷ୍ଟା କରିବା ଏଭଳି ପଦକ୍ଷେପ ନିଆଯିବ ଯାହାଦ୍ବାରା ସେମାନେ ବଞ୍ଚି ପାରିବେ ନାହିଁ ବୋଲି ସେନା ମୁଖ୍ୟ କହିଛନ୍ତି। ଚାଉଳ ବସ୍ତା ଭର୍ତ୍ତି ଟ୍ରକ୍‌ରେ ଲୁଚି ଯାଉଥିବା ଆତଙ୍କବାଦୀଙ୍କୁ ଖତମ କରିବା ପାଇଁ ସୁରକ୍ଷା ବଳଙ୍କୁ ଖୁବ ପ୍ରଶଂସା କରିବା ସହ ଜାମ୍ମୁ କାଶ୍ମୀର ପୋଲିସ ତଥା ଅର୍ଦ୍ଧସୈନିକ ବଳଙ୍କ ସହ ଭଲ ତାଳମେଳ ଥିଲା ବୋଲି ନରଓ୍ବାଣେ କହିଛନ୍ତି ।

ସୁରକ୍ଷା ବଳଙ୍କ ପକ୍ଷରୁ ନଗରୋଟା ଅପରେସନ୍‌ ଫଳପ୍ରଦ ଥିଲା। ଯାହାକି ସୁରକ୍ଷା ବଳଙ୍କ ମଧ୍ୟରେ ଥିବା ଉଚ୍ଚ ତାଳମେଳକୁ ଦର୍ଶାଉଛି। ଏହା ଶତ୍ରୁ ଓ ଆତଙ୍କବାଦୀଙ୍କ ପାଇଁ କଡ଼ା ସନ୍ଦେଶ ଥିଲା ବୋଲି ନରଓ୍ବାଣେ ‘ଆଜତକ୍‌’କୁ କହିଛନ୍ତି। ତେବେ ନଗରୋଟାରେ ସୁରକ୍ଷା ବଳଙ୍କ ଗୁଳିରେ ନିହତ ହୋଇଥିବା ୪ ଆତଙ୍କବାଦୀଙ୍କ ସମ୍ବନ୍ଧ ଆତଙ୍କୀ ସଂଗଠନ ଜୈଶ ଏ ମହମ୍ମଦ ସହ ରହିଛି ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.