Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ବାତିଲ ହେଲା ଚଳିତବର୍ଷ ମାଟ୍ରିକ ପରୀକ୍ଷା, ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ
  • ||
  • ଆଜିଠାରୁ ୫ ଦିନ ବନ୍ଦ ରହିବ ସମ୍ବଲପୁର ବିଶ୍ବବିଦ୍ୟାଳୟ, କରୋନା ସଂକ୍ରମଣ ଦୃଷ୍ଟିରୁ ପଦକ୍ଷେପ
  • ||
  • ରାଜ୍ୟରେ କରୋନା ନେଲା ଆଉ ୫ ଜଣଙ୍କ ଜୀବନ, ୧୯୫୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ପବିତ୍ର ଶ୍ରୀରାମ ନବମୀ : କୋଭିଡ୍ କଟକଣାରେ ପାଳନ ହେବ ଉତ୍ସବ, ଆଜିଠୁ ଟ୍ବିନସିଟିର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ
  • ||
  • ଯାଜପୁର : ବରଗଛରୁ ମିଳିଲା ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ପଦ୍ମପୁରରେ ମାତିଲା ଦନ୍ତା, ଶୌଚ ପାଇଁ ଯାଇଥିବାବେଳେ ୩ ଜଣଙ୍କୁ ଦଳିଦେଲା
  • ||

ସେନା ମୁଖ୍ୟ ଜେନେରାଲ୍ ବିପିନ ରାଓ୍ବତଙ୍କ ବଡ ବୟାନ : POK ପାକ୍ ନିୟନ୍ତ୍ରଣରେ ନାହିଁ, ଆତଙ୍କୀଙ୍କ କବ୍‌ଜାରେ ଅଛି

26/10/2019 at 11:10 AM

ନୂଆଦିଲ୍ଲୀ ୨୬।୧୦:  ସେନାମୁଖ୍ୟ ଜେନେରାଲ ବିପିନ୍ ରାୱତଙ୍କ ବଡ ବୟାନ । ପିଓକେ ଓ ଗିଲଗିଟ୍ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ଭାରତର, ଯାହାକୁ ପାକିସ୍ତାନ ଅବୈଧ ଭାବେ କବଜା କରି ରଖିଛନ୍ତି । ଯେତେବେଳେ ଆମେ ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ଭାବେ କହୁଛୁ ସେତେବେଳେ ଏଥିରେ ପିଓକେ ଓ ଗିଲଗିଟ୍ ବେଲୁଚିସ୍ତାନ ମଧ୍ୟ ସାମିଲ ରହିବା କଥା । କିନ୍ତୁ ଭାରତର ଏହି କ୍ଷେତ୍ରକୁ ପାକିସ୍ତାନ ଅବୈଧ ଭାବେ କବଜା କରି ରଖିଥିବା ବେଳେ ଏହି ଅଞ୍ଚଳକୁ ଏବେ ଆତଙ୍କବାଦୀ ମାନେ ନିୟନ୍ତ୍ରଣ କରୁଛନ୍ତି । ପିଓକେ ବାସ୍ତବରେ ଏବେ ପାକିସ୍ତାନ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।

ସେନାମୁଖ୍ୟ କହିଛନ୍ତି, ପୂରା ଜମ୍ମୁ-କାଶ୍ମୀର ଭାରତର ଏକ ଅଭିନ୍ନ ଅଙ୍ଗ । ଏବେ ସେନା ପ୍ରତି ପରିସ୍ଥିତିକୁ ସାମ୍ନାକୁ କରିବାକୁ ସକ୍ଷମ । ଏପରିକି ଏବେ ସେନା ପକ୍ଷରୁ ସ୍ପେଶାଲ ଅଫିସରଙ୍କୁ ଟ୍ରେନିଂ ଦିଆଯାଉଛି । ଏପରିକି ସେନାକୁ ବିଶ୍ୱର ସବୁଠୁ ଅତ୍ୟାଧୁନିକ ସ୍ନାଇପର ରାଇଫଲ, ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବର୍ଷ ଶେଷ ସୁଦ୍ଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ରାୱତ ।

ସେହିଭଳି ଧାରା ୩୭୦ ଉଚ୍ଛେଦକୁ ନେଇ ବିପିନ୍ ରାୱତ କହିଛନ୍ତି, ଜମ୍ମୁ-କାଶ୍ମୀରର ବିକାଶ ପାଇଁ ଧାରା ୩୭୦ ଉଚ୍ଛେଦ କରିବା ଆବଶ୍ୟକ ଥିଲା । ଉପଯୁକ୍ତ ସମୟ ମିଳିବା ମାତ୍ରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇଛି । ତେବେ ଜମ୍ମୁ-କାଶ୍ମୀରରେ ମାହୋଲ ଖରାପ କରିବାକୁ ବାରମ୍ବାର ପ୍ରୟାସ କରାଯାଉଛି । ଯେଉଁଥିପାଇଁ ବାରମ୍ବାର ସାଧାରଣ ଲୋକ, ଗାଡି ଚାଳକଙ୍କ ଉପରେ ଆକ୍ରମଣ କରାଯାଉଛି । କିନ୍ତୁ ସ୍ଥିତିରେ ଖୁବଶୀଘ୍ର ସୁଧାର ଆସିବ ବୋଲି କହିଛନ୍ତି ଜେନେରାଲ ବିପିନ୍ ରାୱତ ।

   Related Posts