Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଭାରତୀୟ ସେନାମୁଖ୍ୟଙ୍କ ବଡ ବୟାନ – ହିଂସାକୁ ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତି ପ୍ରକୃତ ନେତା ନୁହନ୍ତି

26/12/2019 at 4:19 PM

ନୂଆଦିଲ୍ଲୀ ୨୬।୧୨ – ଭାରତୀୟ ସେନା ମୁଖ୍ୟ ବିପନ ରାଓ୍ୱତ ନାଗରିକ ସଂଶୋଧନ ଆଇନର ବିରୋଧକୁ ନଇ ଏକ ବଡ ବୟାନ ଦେଇଛନ୍ତି । ହିଂସାକୁ ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତିମାନେ ନେତା ପ୍ରକୃତ ନେତା ନୁହନ୍ତି ବୋଲି ସେ କହିଛନ୍ତି । ଏକ କାର୍ଯ୍ୟକ୍ରମରେ ଲୋକମାନଙ୍କୁ ଯେଉଁମାନେ ଭୁଲ୍‌ ତଥ୍ୟ ଦେଉଛନ୍ତି ଭୁଲ୍‌ ରାସ୍ତାରେ ପରିଚାଳିତ କରୁଛନ୍ତି ସେମାନେ ନେତା ନୁହନ୍ତି । ସିଏଏ ବିରୋଧରେ ବିଭିନ୍ନ ବିଶ୍ୱ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନମାନଙ୍କରେ ବିରୋଧ ପ୍ରଦର୍ଶନ କରାଯାଉଛି । କିଛି ଛାତ୍ର ମଧ୍ୟ ଅନେକ ଅଞ୍ଚଳରେ ଭିଡରେ ଛିଡା ହୋଇ ହିଂସା କରିବା ପାଇଁ ଉସୁକାଉଛନ୍ତି ।

ଏବେ ଦିଲ୍ଲୀ ପରି ସହରରେ ସୀତରୁ ବର୍ତ୍ତିବା ପାଇଁ ଗରମ ପୋଷାକ ପିନ୍ଧୁଥିବା ବେଳେ ଜବାନ୍‌ମାନେ ବରଫ ଭିତରେ ଦେଶର ସୁରକ୍ଷା କରୁଛନ୍ତି , ସେମାନଙ୍କୁ ସ୍ୟାଲୁଟ୍ ବୋଲି ବିପନ୍‌ ରାୋ୍ୱତ କହିଛନ୍ତି । -୧୦ ଓରୁ -୪୫ ଡିଗ୍ରୀ ମଧ୍ୟରେ ସେନାର ଜବାନ୍‌ମାନେ ଦେଶର ସୁରକ୍ଷା ପାଇଁ ପ୍ରତିବଦ୍ଧ ହୋଇ ଦୃଢ ଭାବରେ ଛିଡା ହୋଇଛନ୍ତି ।

ସୂଚନାଯୋଗ୍ୟ ସିଏଏକୁ ନେଇ ସାରାଦେଶରେ ହିଂସ୍ର ପ୍ରଦର୍ଶନ କରାଯାଇଥିଲା । ଅନେକସ୍ଥାନରେ ପୁଲିସ ଓ ସାଧାରଣ ଜନତା ମୁହାଁମୁହିଁ ହୋଇଥିଲେ ।

ହିଂସ୍ର ପ୍ରଦର୍ଶନ ପରେ ଦେଶର ଅନେକ ଅଂଶରେ ୧୪୪ ଧାରା ଲାଗୁ କରାଯାଇଥିଲା । ଏହି ଆଇନକୁ ଲାଗୁ କରାଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହା ସୂଚନା ଦେଇଥିଲେ । ବିଭିନ୍ନ ରାଜନୈତିକ ଦଳ ବି ଏହାର ବିରୋଧ କରିଥିଲେ ।

   Related Posts