ପାକିସ୍ତାନକୁ ଚରମବାଣୀ ଶୁଣାଇଲେ ଜେନେରାଲ ବିପିନ ରାୱତ : କହିଲେ, ଯଦି ନିୟନ୍ତ୍ରଣ ରେଖା ଅତିକ୍ରମ କରିବାକୁ ପଡେ, ତାହେଲେ ଆମେ କରିବୁ
30/09/2019 at 10:43 AM

ନୂଆଦିଲ୍ଲୀ ୩୦/୯: ଯଦି ନିୟନ୍ତ୍ରଣ ରେଖା ଅତିକ୍ରମ କରିବାକୁ ପଡେ, ତାହେଲେ ଆମେ କରିବୁ । ଏଥିପାଇଁ ସେନା ପ୍ରସ୍ତୁତ ରହିଛି । ପାକିସ୍ତାନକୁ ଏମିତି ଚରମବାଣୀ ଶୁଣାଇଛନ୍ତି ଭାରତୀୟ ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ । ବାଲାକୋଟରେ ଆତଙ୍କୀ କ୍ୟାମ୍ପକୁ ପାକିସ୍ତାନ ସେନା ପୁଣି ସକ୍ରିୟା କରିବା ସଂପର୍କରେ ପ୍ରତିକ୍ରିୟା ଦେଇ ସେନା ମୁଖ୍ୟ ଜେନରାଲ ବିପିନ ରାଓ୍ବତ କହିଛନ୍ତି ଯେ ସୀମାରେ ଲୁଚକାଳି ଖେଳ ଆଉ ବେଶୀ ଦିନ ଚଳିବନି ।
ଜମ୍ମୁ-କଶ୍ମୀରରେ ପରିସ୍ଥିତିକୁ ଖରାପ କରିବାର ସୁଯୋଗ ପାକିସ୍ତାନକୁ ଦିଆଯିବନି । ବାଲାକୋଟ ଷ୍ଟ୍ରାଇକ ଏବଂ ସର୍ଜିକାଲ ଷ୍ଟ୍ରାଇକ ଆମକୁ ଏହି ବାର୍ତ୍ତା ଦେଇଛି ଯେ, ଯିଏ ଆମର ଶନ୍ତି ବିଗାଡବାକୁ ଚେଷ୍ଟା କରିବ ଆମେ ତାହାର ଜବାବ ଦେବୁ । ଅଗଷ୍ଟ ୫ ପରେ ସୀମାରେ ଅନୁପ୍ରବେଶ ଉଦ୍ୟମ ବଢ଼ିଛି । ଘାଟୀରେ ଆତଙ୍କବାଦୀ ସଂଗଠନଗୁଡ଼ିକ ପୁଣି ସକ୍ରିୟ ହେଉଛନ୍ତି ।
ପାକିସ୍ତାନ ପୁଣି ଥରେ ହିଂସା ସୃଷ୍ଟି ଦିଗରେ ଉଦ୍ୟମ କରିବା ସହ ଏଥିପାଇଁ ଆତଙ୍କୀଙ୍କ ସାହାରା ନେଉଛି । ଏଭଳି କ୍ଷେତ୍ରରେ ଯଦି ଆତଙ୍କୀଙ୍କୁ ସଫା କରିବାକୁ ଆମକୁ ସୀମା ଅତିକ୍ରମ କରିବାକୁ ପଡେ, ତା’ ହେଲେ ଆମେ କରିବୁ ବୋଲି ସେନା ମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି ।