Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

କାରଗିଲ ବିଜୟ ଦିବସ : ପାକିସ୍ତାନକୁ ଏମିତି ଭାଷାରେ ଚେତାବନୀ ଶୁଣାଇଲେ ଭରତୀୟ ସେନାମୁଖ୍ୟ ବିପିନ ରାୱତ

26/07/2019 at 8:28 PM

ନୂଆଦିଲ୍ଲୀ୨୬|୭: ଆଜି କାରଗିଲ ବିଜୟ ଦିବସ । ବାହାଦୂର ଯବାନଙ୍କ ପରାକ୍ରମକୁ ଆଜି ସାରା ଦେଶ ମନେ ପକାଉଛି । ମନେ ପକାଉଛି ସେହି ବୀର ପୁତ୍ରଙ୍କୁ ଯାହାଙ୍କ ପାଇଁ ଆଜି ଆମେ ଶାନ୍ତିରେ ନିଶ୍ବାସ ମାରୁଛେ । କାରଗିଲରେ ସହିଦ ସେହି ବୀର ଯବାନଙ୍କୁ ସାରା ଦେଶରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।…

କାରଗିଲ ବିଜୟ ଦିବସ । କାରଗିଲ ଯୁଦ୍ଧରେ ସହିଦ ବୀର ଯବାନଙ୍କୁ ଦିଆଯାଇଛି ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳି । ସେପଟେ ସେନାମୁଖ୍ୟ ପାକିସ୍ତାନକୁ ଦେଇଛନ୍ତି କଡା ଚେତାବନୀ ।୧୯୯୯ରେ କାର୍ଗିଲ ସେକ୍ଟରରେ ଅଦମ୍ୟ ସାହସ ଏବଂ ବୀରତ୍ବ ଦେଖାଇଥିଲା ଭାରତୀୟ ସେନା । ପାକିସ୍ତାନର ଧୋଖାବାଜିକୁ ପଣ୍ଡ କରିଦେଇଥିଲେ ଭାରତୀୟ ବୀର ଯବାନ । ଏହାର ୨୦ବର୍ଷ ପୂର୍ତ୍ତି ଅବସରରେ ସେନା ମୁଖ୍ୟ ବିପିନ ରାୱତ କଡା ଭାଷାରେ କହିଛନ୍ତି, ପାକିସ୍ତାନ ଯଦି କେବେ ପୁଣି ଏମିତି ଦୁଃସାହସ କରେ ତାହାଲେ ଚରମ ପରିଣାମ ଭୋଗିବ । ସେନା ଉପରେ ବାଜପାୟୀଙ୍କ ଅଟଳ ବିଶ୍ବାସ ଯୋଗୁ କାରଗିଲରେ ବିଜୟ ମିଳିଥିବା କହିଥିଲେ ସେନାମୁଖ୍ୟ ।

କାଶ୍ମୀରର ଦ୍ରାସ ସେକ୍ଟରର କାରଗିଲ ୱାର ମେମୋରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସେନାମୁଖ୍ୟ । ଦିଲ୍ଲୀ ଇଣ୍ଡିଆ ଗେଟ୍ ରେ ଥିବା ଅମର ଯବାନ ଜ୍ୟୋତିଠାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀନଗରର ବାଦାମୀ ବାଗ କାଣ୍ଟନମେଣ୍ଟରେ କାରଗିଲ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ରାଷ୍ଟ୍ରପତି ଟୁଇଟ କରିଛନ୍ତି, ଆଜି ଆମ ସଶସ୍ତ୍ର ସେନାର ବୀରତ୍ବକୁ ସ୍ମରଣ କରିବାର ଦିନ। ଭାରତର ସୁରକ୍ଷା କରୁଥିବା ଯୋଦ୍ଧାଙ୍କ ଧୈର୍ଯ୍ୟ ଏବଂ ସୌର୍ଯ୍ୟକୁ ମୁଁ ନମନ ଜଣାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି କାରଗିଲ ବିଜୟର ଯୋଦ୍ଧାଙ୍କ ପରାକ୍ରମକୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ କାରଗିଲ ସୈନିକଙ୍କୁ ଭେଟିଥିବାବେଳର କିଛି ଫଟୋ ମଧ୍ୟ ଟୁଇଟ୍ କରିଛନ୍ତି । ସଂସଦର ଉଭୟ ଗୃହରେ ବି କାରଗିଲ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

ଭୁବନେଶ୍ବରର ୧୨୦ ବଟାଲିଅନ୍‌ରେ ମଧ୍ୟ କାରଗିଲ ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଅମର ଯବାନ ଜ୍ୟୋତିରେ ପୁଷ୍ପମାଲ୍ୟ ଆର୍ପଣ କରାଯିବା ସହ ୩ ଜଣ ସହିଦଙ୍କ ପତ୍ନୀଙ୍କୁ ସମ୍ନାନିତ କରାଯାଇଥିଲା । ଏଥିସହ କାରଗିଲ ଯୁଦ୍ଧରେ ସାମିଲ ହୋଇଥିବା ଯବାନମାନେ ଯୁଦ୍ଧ ସମୟର ଅନୁଭୁତି ବଖାଣିଥିଲେ ।

କାରଗିଲ ପାହାଡ ଉପରେ ଉଡୁଥିବା ତ୍ରିରଙ୍ଗା, ଶହୀଦ ଯବାନଙ୍କ ପରାକ୍ରମର ଗାଥା ବଖାଣୁଛି । କାରଗିଲ ଯୁଦ୍ଧରେ ଭାରତ ବିଜୟୀ ହୋଇଥିଲେ ବି ୫୨୭  ଜବାନ ସହିଦ ହୋଇଥିଲେ । ୨୦ବର୍ଷ ତଳର ସେ ବଳିଦାନ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କ ଚେହେରାରେ ଚମକ ଭରୁଛି।

   Related Posts