ଫାଶୀ ଲଗାଇ ଆର୍ମି କ୍ୟାପଟେନ୍ କଲେ ଆତ୍ମହତ୍ୟା

Published By : Prameya-News7 Bureau | February 24, 2019 IST

ନୂଆଦିଲ୍ଲୀ ୨୪|୨: ରାଜଧାନୀ ଦିଲ୍ଲୀ ବସନ୍ତ ବିହାର ଅଞ୍ଚଳରେ ୪୩ବର୍ଷୀୟ ଆର୍ମି କ୍ୟାପଟେନ୍ ଜୟନ୍ତ କୁମାର ଏମ୍ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ପୋଷ୍ଟମର୍ଟମ ପାଇ ନିକଟସ୍ଥ ମେଡିକାଲକୁ ପଠାଇଛି । ମୃତକଙ୍କ ନିକଟରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ପୋଲିସ ଜବତ କରିଛି । ସେହି ସୁଇସାଇଡ୍ ନୋଟ୍ କୁ ଆଧାର କରି ପୋଲିସ ତଦନ୍ତ ଚଳାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛି ତାହାର ଖୋଳତାଡ କରୁଛି ପୋଲିସ ।

ପୋଲିସ ସୂଚନା ଅନୁସାରେ ଦିଲ୍ଲୀ ବସନ୍ତ ବିହାର ସ୍ଥିତ ଆର୍ମି ୟୁନିଟରେ କ୍ୟାପଟେନ୍ ଜଣଙ୍କ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ରୁମ୍ ନଂ ୭୧/୪ ରେ କ୍ୟାପଟେନ୍ ଜଣକ ଝୁଲନ୍ତା ଅବସ୍ଥାରେ ରହିଥିଲେ । ପୋଲିସ ମୃତଦେହ ଜବକ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଥିଲା । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମୃତକ କୌଣସି କାରଣରୁ ଚିନ୍ତାଗ୍ରସ୍ତ ଥିଲେ । ତେଣୁ ସେ ସେହି କାରଣରୁ ହିଁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି । ମୃତ କ୍ୟାପଟେନ୍ଙ୍କ ପରିବାରଲୋକ ବେଙ୍ଗାଲୁରୁରେ ରୁହନ୍ତି । ପରିବାରଲୋକଙ୍କୁ ତାଙ୍କ ମୃତ୍ୟୁର ଖବର ଦେଇଦିଆଯାଇଛି । ତେବେ ପୋଲିସ ଏ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.