Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଜମ୍ମୁ-କାଶ୍ମୀରରେ ଭାଙ୍ଗୁଛି ଆତଙ୍କବାଦୀଙ୍କ ଆଣ୍ଟ, ଅସ୍ତ୍ରାଭାବ ଯୋଗୁ କରିପାରୁନାହାନ୍ତି all out ଅପରେସନର ମୁକାବିଲା

10/06/2020 at 6:48 PM

ଜମ୍ମୁ ୧୦।୬:  ଦୀର୍ଘ ବର୍ଷରୁ ଜମ୍ମୁ-କାଶ୍ମୀରରେ ଚାଲିଥିବା ପାକ୍ ସମର୍ଥିତ ଉଗ୍ରବାଦ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଗୋଟିଏ ପଟେ ଭାରତୀୟ ସେନା କାଶ୍ମୀରକୁ ଆତଙ୍କବାଦ ମୁକ୍ତ କରିବା ଲାଗି ଅଲ-ଆଉଟ୍ ଅପରେସନ ହାତକୁ ନେଇଥିବା ବେଳେ ଅନ୍ୟପଟେ ଏବେ ପାକିସ୍ତାନରୁ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଣ ହ୍ରାସ ହୋଇଛି। ଏଥିରେ ଗୁରୁତର ଅସ୍ତ୍ରଶସ୍ତ୍ର ସଂକଟ ଉପୁଜିଥିବା ବେଳେ ସେନାର ମୁକାବିଲା କରି ଆତଙ୍କବାଦୀ ପ୍ରାଣ ହରାଉଥିବା ଜଣାପଡିଛି।

କାଶ୍ମୀରରେ ଅସ୍ଥିରତା ଲାଗି ପାକିସ୍ତାନର ଉଦ୍ୟମ ଅବ୍ୟହତ ରହିଛି। ସୀମାରେ କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇ ଦେଉଛି ପାକ୍ ସେନା। ହେଲେ ଆତଙ୍କବାଦୀ ସାଙ୍ଗରେ ଯେତିକି ଅସ୍ତ୍ରଶସ୍ତ୍ର ନେଇ ଆସୁଛନ୍ତି ତାହା ସେମାନଙ୍କ ସୁରକ୍ଷା ଲାଗି ମଧ୍ୟ ପର୍ଯ୍ୟାପ୍ତ ନୁହେଁ ବୋଲି ଜନୈକ ସୁରକ୍ଷାବଳ ଅଧିକାରୀ କହିଛନ୍ତି। ଏଥିରେ ସେନା ସହ ମୁକାବିଲା କରି ସେମାନେ ପ୍ରାଣ ହରାଉଥିଲେ ହେଁ ନୀତି ପରିବର୍ତ୍ତନ କରୁ ନାହାନ୍ତି ବୋଲି ଅଧିକାରୀ ଜଣକ କହିଛନ୍ତି।

ଗତ ୨ ଦିନ ହେଲା ଜମ୍ମୁ-କାଶ୍ମୀର ସୋପିଆନରେ ସୁରକ୍ଷା ବଳଙ୍କ ତଲାସୀ ଅଭିଯାନ କାଳରେ ମୁକାବିଲା କରି ୯ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ତେବେ ସେମାନଙ୍କ ନିପାତ ପରେ ମିଳିଥିବା ଅସ୍ତ୍ରଶସ୍ତ୍ରରୁ ହୁଏତ ସେମାନେ ଅସ୍ତ୍ରାଭାବର ସମ୍ମୁଖୀନ ହୋଇଛନ୍ତି ବୋଲି ଆଶଙ୍କା କରାଯାଉଛି।  ଏଥିରେ ସେନା ସହ ପ୍ରତି ଥର ମୁକାବିଲାରେ ସେମାନେ ବିପୁଳ ଅସ୍ତ୍ରଶସ୍ତ୍ର ହରାଉଛନ୍ତି। ଆତଙ୍କବାଦୀଙ୍କ ମୃତ୍ୟୁ ପରେ ସେନା ସେମାନଙ୍କ ସମସ୍ତ  ଗୁଳିଗୋଳା ଜବତ କରି ନେଉଛି। ଏଥିରେ ସେମାନେ ରାଜ୍ୟରେ ରଖିଥିବା  ଗୁପ୍ତ ଅସ୍ତ୍ର ଭଣ୍ଡାର ମଧ୍ୟ ସରି ଆସିଥିବାର ଏବେ ଆକଳନ କରୁଛନ୍ତି ଅଧିକାରୀ।

କାଶ୍ମୀରର କେରେନ ସେକ୍ଟରରେ ସୁରକ୍ଷା ବଳଙ୍କ ତଲାସୀ ଅଭିଯାନ ବେଳେ ଗୋଟିଏ ଆତଙ୍କବାଦୀ ଠିକଣା ଧ୍ୱଂସ୍ତ ହୋଇଥିଲା। ସେଠାରୁ ୫ଟି ଏକେ-୪୭ ରାଇଫଲ, ୧୫ଟି ଏକେ ମ୍ୟାଗଜିନ୍, ୪୪୩ ଏକେ ରାଉଣ୍ଡସ୍, ୨ଟି ୟୁବିଜିଏଲ, ୫୭ଟି ୟୁବିଜିଏଲ ଗ୍ରେନେଡ୍, ୬ଟି ୯ଏମଏମ୍ ପିସ୍ତଲ, ୧୨ଟି ୯ ଏମଏମ୍ ମ୍ୟାଗଜିନ, ୭୭ଟି ୯ ଏମଏମ୍ ରାଉଣ୍ଡସ୍ ଓ ୧୫ଟି ହ୍ୟାଣ୍ଡ ଗ୍ରେନେଡ ସମେତ ବିପୁଳ ପରିମାଣରେ ଗୋଳାବାରୁଦ ଜବତ ହୋଇଥିବାର ସେନା ଅଧିକାରୀ କହିଛନ୍ତି।

   Related Posts