ସେନା-ଆତଙ୍କବାଦୀ ମୁହାଁମୁହିଁ, ଟଳିଲେ ୨ ଆତଙ୍କୀ

Published By : Prameya-News7 Bureau | July 23, 2021 IST

ଶ୍ରୀନଗର, ୨୩|୦୭: ଉତ୍ତର କାଶ୍ମୀରର ସୋପୋର ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏହି ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ଜଣାପଡିଛି । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନାନୁସାରେ, ସେନାକୁ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିଥିଲା । ଲଶ୍କର-ଏ ତୋଏବାର ଜଣେ କମାଣ୍ଡର ସମେତ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିଲେ । ଏହାପରେ ଏସଓଜି, ସେନା, ସ୍ଥାନୀୟ ପୋଲିସ, ୨୨ ରାଷ୍ଟ୍ରୀୟ ରାଇଫଲ୍ସ ଓ ସିଆରପିଏଫର ଯବାନ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ନିଜକୁ ବିପଦରେ ଦେଖି ଆତଙ୍କବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ । ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ ।

ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବନ୍ଧୁକ ଜବତ କରାଯାଇଛି । ଏବେ ବି ଆଉ ଜଣେ ଟପ୍ କମାଣ୍ଡର ଲୁଚି ରହିଛି । ତାକୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.