ସେନାମୁଖ୍ୟଙ୍କ ବଡ଼ ଘୋଷଣା : କହିଲେ, କରୋନା ଭାଇରସ୍ ସହ ଲଢ଼ିବାକୁ ଆମକୁ ୬ଘଣ୍ଟା ଦରକାର

Published By : Prameya-News7 Bureau | March 27, 2020 IST

ନୂଆଦିଲ୍ଲୀ ୨୭/୩: ଭାରତରେ କରୋନା ଭାଇରସରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଏପରି ସମୟରେ ଆର୍ମି ଚିଫ୍ ଜେନେରାଲ୍ ମନୋଜ ମୁକୁନ୍ଦ ନରବଣେ କହିଛନ୍ତି ଯେ ସେନାବାହିନୀ କରୋନା ଭାଇରସ୍ ସହ ଲଢ଼ିବା ପାଇଁ ପୂରାପୂରି ପ୍ରସ୍ତୁତ ଏବଂ ଯେକୌଣସି ପରିସ୍ଥିତି ସହ ସମ୍ମୁଖୀନ ହେବାକୁ ମଧ୍ୟ ନିଜର ପୂରା ଲଗାଇବ। ଏହା ସହିତ ସେ କହିଛନ୍ତି ଯେ ସେନାବାହିନୀ କେବଳ ୬ଘଣ୍ଟାର ନୋଟିସରେ ଆଇସୋଲେସନ ଓ୍ବାର୍ଡ଼ ଏବଂ ଆଇସିୟୁ ବ୍ୟବସ୍ଥା କରି ପାରିବେ। ନରବଣେଙ୍କ କହିବା ଅନୁସାରେ ସେନାଙ୍କୁ ଲୋକଙ୍କ ସାହାଯ୍ୟ ପାଇଁ ଡକାଗଲେ ସେମାନେ ତୁରନ୍ତ ଆସିବେ।

ନରବଣେ ନ୍ୟୁଜ୍ ଏଜେନ୍ସିକୁ ଦେଇଥିବା ସାକ୍ଷାତକାରରେ କହିଥିଲେ ଯେ କ୍ବିକ୍ ରିଆକ୍ସନ୍ ଟିମ୍ ଯେକୌଣସି ପରିସ୍ଥିତି ସହ ସମ୍ମୁଖୀନ ହେବାକୁ ପ୍ରସ୍ତୁତ। ସେ କହିଛନ୍ତି,‘ସେମାନେ କେବଳ ୬ଘଣ୍ଟାର ନୋଟିସରେ ୪୫ବେଡର ଏକ ଆଇସୋଲେସନ୍ ଓ୍ବାର୍ଡ଼ ବ୍ୟବସ୍ଥା କରି ପାରିବେ। ଏହା ସହିତ ୧୦ଟି ବେଡ ଥିବା ଆଇସିୟୁ ଓ୍ବାର୍ଡ଼ ମଧ୍ୟ ବ୍ୟବସ୍ଥା​‌ କରାଯାଇପାରିବ। ଏହା ବ୍ୟତୀତ ସର୍ଭିଲାନ୍ସ ଏବଂ ଆଇସୋଲେସନର ପ୍ରଡକ୍ଟିଭିଟିକୁ ମଧ୍ୟ ବଢ଼ାଇ ପାରିବା।

 ତାଙ୍କ କହିବା ଅନୁସାରେ ସେନା ପ୍ରତି ଦିନ ପରିସ୍ଥିତିର ସମୀକ୍ଷା କରୁଛନ୍ତି। ତାଙ୍କ ସମସ୍ତ ଆର୍ମି କମାଣ୍ଡର,ପ୍ରିନ୍ସିପାଲ୍ ଷ୍ଟାଫ ଅପିସର ଏବଂ ଆଡଭାଇଜର ବାରମ୍ବାର ବୈଠକ କରୁଛନ୍ତି ଏବଂ ଏହି ବିଷୟରେ ଚର୍ଚ୍ଚା କରାଯାଉଛି। ଗତ ୨-୩ମାସରୁ ସେନାରେ ଭିନ୍ନ ଭିନ୍ନ ସ୍ତରରେ ଟ୍ରେନିଂ ମଧ୍ୟ ଦିଆଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.