ଆତଙ୍କୀ ରାସ୍ତାରେ ଯିବେନି କାଶ୍ମୀର ଯୁବ ପିଢି ! ସେନା ଆପଣାଇଲେ ନୂତନ ରଣନୀତି, କରୁଛନ୍ତି ଏମିତି କାମ

Published By : Prameya-News7 Bureau | September 13, 2020 IST

ନୂଆଦିଲ୍ଲୀ ୧୩।୦୯: ଆଉ ଆତଙ୍କୀ ରାସ୍ତାରେ ଯିବେନି କାଶ୍ମୀର ଯୁବ ପିଢି। ସେମାନଙ୍କୁ ଉଚିତ୍ ମାର୍ଗଦର୍ଶନ ଦେଇ କେମିତି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ ତାକୁ ନେଇ ଭାରତୀୟ ସେନା ନୂତନ ରଣନୀତି ଆପଣେଇଛନ୍ତି। ସେନା ଆତଙ୍କବାଦରେ ପ୍ରଭାବିତ କାଶ୍ମୀରରେ ଆତଙ୍କବାଦୀଙ୍କ ସଂପର୍କୀୟଙ୍କ ବିଷୟରେ ଜାଣିବା ଏବଂ ସେମାନଙ୍କର ସନ୍ଧାନ ପାଇଁ ନୂତନ ଯୋଜାନ ପ୍ରସ୍ତୁତ କରିଛନ୍ତି। ଏହାରି ଆଧାରରେ ସ୍ଥାନୀୟ ଆତଙ୍କବାଦୀ କିମ୍ବା ସଂପର୍କୀୟଙ୍କ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରି ସେମାନଙ୍କୁ ଭୁଲ ରାସ୍ତାରେ ଯିବାକୁ ରୋକାଯାଇ ପାରିବ।  ସେମାନଙ୍କୁ ବନ୍ଧୁକ ନଉଠାଇବା ପାଇଁ ବୁଝାଯାଇ ପାରିବ। ଜଣେ ବରିଷ୍ଠ ଅଧିକାରୀ ଏହି ବିଷୟରେ ସୂଚନା ଦେଇଛନ୍ତି।

ଏହ ବ୍ୟତୀତ ଯେଉଁ ଯୁବକଙ୍କଠାରେ କଠୋରପନ୍ଥୀ ରାସ୍ତାରେ ଯିବାର ଆଶଙ୍କା ରହିଛି ସେମାନଙ୍କ ପରିବାର ସହ ଯୋଗାଯୋଗ କରିବାକୁ ଉଦ୍ୟମ କରାଯିବ। ସେମାନଙ୍କ ପରିବାର ଲୋକଙ୍କୁ ବୁଝାଯିବାକୁ କୁହାଯିବ। କାଶ୍ମୀରରେ ରଣନୈତିକ ୧୫ତମ କୋରର ନେତୃତ୍ଵ ନେଉଥିବା ଲେଫ୍ଟନାଣ୍ଟ ଜେନେରାଲ ବି ଏସ ରାଜୁଙ୍କ କହିବା କଥା ସଠିକ୍ ସମୟରେ ସଠିକ୍ ମାର୍ଗଦର୍ଶନରେ ଭ୍ରମିତ ଯୁବକଙ୍କୁ ଭୁଲ୍ ରାସ୍ତାରେ ନଯିବାକୁ ସାହାଯ୍ୟ କରାଯିବ। ଓ୍ଵିକ୍ଟର ଫୋର୍ସର ପ୍ରମୁଖ ଭାବେ ତାଙ୍କ କାର୍ଯ୍ୟକାଳରେ କରାଯାଇଥିବା ପ୍ରୟାସରେ ସଫଳତା ମିଳିଛି। ଏହି ଫୋର୍ସରେ ସେନାର ଅନେକ ସଂଗଠନ ସାମିଲ । ଏହା ଦକ୍ଷିଣ କାଶ୍ମୀରର ଚାରି ଜିଲ୍ଲାରେ ଖାସ୍ ନଜର ରଖାଯାଉଥିଲା। ଏଥିରେ ପୁଲଓ୍ଵାମା, ଅନନ୍ତନାଗ, ସୋପିଆନ ଓ କୁଲଗାମ ଜିଲ୍ଲା ସାମିଲ।

ଲେଫ୍ଟନାଣ୍ଟ ଜେନେରାଲ ରାଜୁ କହିଛନ୍ତି ପରିମାଣ ଉତ୍ସାହଜନକ ରହିଛି ଏବଂ ଅନେକ ଏମିତି ଯୁବକଙ୍କୁ ପଥଭ୍ରଷ୍ଟ ହେବା ପୂର୍ବରୁ ସଠିକ୍ ମାର୍ଗକୁ ଅଣାଯାଇଛି। ଏହି ସବୁ ଯୁବକ ଆତଙ୍କ ରାସ୍ତାରେ ଯିବାକୁ ଚାହୁଁଥିଲେ। ପୋଲିସ ଉପ ନୀରିକ୍ଷକ ଅତୁଲ ଗୋୟଲ କହିଛନ୍ତି ଚଳିତ ବର୍ଷ ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀରେ ପ୍ରାୟ ୮୦ ଯୁବ ବର୍ଗ ସାମିଲ। ଲେଫ୍ଟନାଣ୍ଟ ଜେନେରାଲ ରାଜୁ କହିଛନ୍ତି ଅନେକ ମାମଲାରେ ବାପା ଓ ମା ଏବଂ ପରିବାରର ଅନ୍ୟ ସଦସ୍ୟ ସାମାଜିକ ଗଣମାଧ୍ୟମରେ ସନ୍ଦେଶ  ବାର୍ତ୍ତା ଦେଇ ନିଜର ପିଲାମାନଙ୍କୁ ଆତଙ୍କୀ ରାସ୍ତା ପରିହାର କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ପ୍ରୟାସରତ। ଭ୍ରମିତ ଯୁବକଙ୍କୁ ସଠିକ ମାର୍ଗଦର୍ଶନ କରାଇବାରେ ପରିବାର ଓ ସମାଜର ବଡ ଭୂମିକା ରହିଛି ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.