ପାକ୍‌ର ଆଉ ଏକ ଷଡଯନ୍ତ୍ରର ପର୍ଦ୍ଦାଫାଶ, ରାମପୁର ସେକ୍ଟରରୁ ଜବତ ହେଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର

Published By : Prameya-News7 Bureau | September 01, 2020 IST

ଶ୍ରୀନଗର ୦୧।୦୯: ଜାମ୍ମୁ-କାଶ୍ମୀର ପୋଲିସ ଓ ସେନା ବାହିନୀକୁ ବଡଧରଣର ସଫଳତା ମିଳିଛି । ଆତଙ୍କୀ ଗତିବିଧି ଉପରେ ନଜର ରଖୁଥିବା ବେଳେ ସେନାବାହିନୀକୁ ସଫଳତା ମିଳିଛି । ବାରାମୁଲା ଜିଲ୍ଲାର ରାମପୁର ସେକ୍ଟରରେ ରବିବାର ଦିନ ସନ୍ଦିଗ୍ଧ ଗତିବିଧି ଦେଖାଯାଇଥିଲା । ଯାହା ପରେ ଆକ୍ସନରେ ଆସିଥିଲେ ସେନାବାହିନୀ । ପୁରା ଅଞ୍ଚଳରେ ସେନାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ସାତଘଣ୍ଟା ଧରି ଚାଲିଥିବା ସର୍ଚ୍ଚ ଅପରେସନ ପରେ ରାମପୁର ସେକ୍ଟରର ଦୁଇଟି ସ୍ଥାନରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବନ୍ଧୁକ , ଗୁଳିଗୋଳା ସହିତ ବଡ଼ ଧରଣର ତୋପ ଜବତ ହୋଇଛି ।  

{"id":323403,"sizeSlug":"large"}

ସୋମବାର ଦିନ ବିଳମ୍ବିତ ରାତିରେ ପୁରା ଅଞ୍ଚଳରେ ସନ୍ଦିଗ୍ଧ ଗତିବିଧି ନଜର ଆସିଥିଲା । ଯାହାର ଖବର ସେନାବାହିନୀକୁ ମିଳିବା ପରେ ସାତ ଘଣ୍ଟା ଧରି ଚାଲିଥିବା ସର୍ଚ୍ଚ ଅପରେସନାରେ ସେନାକୁ ବଡ଼ ଧରଣର ସଫଳତା ମିଳିଛି । ତେବେ ସେନାବାହିନୀ ଜବତ କରିଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ପାଞ୍ଚୋଟି ଏକେ-୪୭, ୬ଟି ପିସ୍ତଲ, ୨ଟି ଗ୍ରେନେଡ୍‌, ୨୧ଟି ହ୍ୟାଣ୍ଡ ଗ୍ରେନେଡ୍‌, ପିସ୍ତଲ ସହ ୬ଟି କାର୍‌ତୁସ, ଏକ-୪୭ର ୧୨୫୪ଟି କାର୍‌ତୁସ ଓ ଗୋଟିଏ ରେଡିଓ ସେଟ୍‌ ଜବତ ହୋଇଛି । ତେବେ ଏତେପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିବା କୌଣସି ବଡଧରଣର ଅଘଟଣରୁ ବର୍ତ୍ତିବା । ଏହାପୂର୍ବରୁ ସୋମବାର ଦିନ ସୀମାନ୍ତ ଜିଲ୍ଲାରୁ ଜଣେ ଆତଙ୍କବାଦୀକୁ ଗିରଫ କରିବା ସେନା ସଫଳ ହୋଇଛି ।

{"id":323405,"sizeSlug":"large"}

ସେହିପରି ପୋଲିସର ସର୍ଚ୍ଚ ଅପରେସନରେ କେବଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଏତେ ପରିମାଣର ଅସ୍ତ୍ରଶସ୍ତ୍ର ଆସିଲା କେମିତି, ଏବଂ ସୀମା ଭିତରକୁ ଏତେ ପରିମାଣର ବନ୍ଧୁକ ଓ ଗୁଳି ଗୋଳା ଆସିଲା । ସେସବୁରୁ ପରଦା ହଟାଇବା ସେନା ପାଇଁ ଏବେ ପ୍ରାଥମିକତା ରହିଛି ।

{"id":323407,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.