Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ସାବଧାନା ! ଲାଇସେନ୍ସ ନଥାଇ ବନ୍ଧୁକ ରଖିବା ହୋଇପାରେ ବିପଦଜନକ, ସାରାଜୀବନ ରହିବାକୁ ପଡିପାରେ ଜେଲରେ

10/12/2019 at 6:46 PM

ନୂଆଦିଲ୍ଲୀ ୧୦।୧୨:  ଲୋକସଭାରେ ମଙ୍ଗଳବାର ଅସ୍ତ୍ରଶସ୍ତ୍ର ସଂଶୋଧନ ବିଧେୟକ ୨୦୧୯ ଗୃହୀତ ହୋଇଛି। ଲାଇସେନ୍ସ ଅସ୍ତ୍ରଶସ୍ତ୍ର ସଂଖ୍ୟା ହ୍ରାସ ଓ ଅବୈଧ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଓ ବିସ୍ଫୋରକ ନିୟନ୍ତ୍ରଣ ଲାଗି ବିଧେୟକରେ ସଂଶୋଧନ ହୋଇଥିବା ବେଳେ ଏଭଳି ସାମଗ୍ରୀ ପ୍ରସ୍ତୁତ କରିବା, ରଖିବା ଓ ବିକ୍ରି କରିବା ଏବେ ଲୋକଙ୍କ ଲାଗି ଆଜୀବନ କାରାଦଣ୍ଡ ହୋଇପାରେ।

ବିଧେୟକ ନେଇ ସଂସଦରେ ପ୍ରାୟ ୩ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଏଥିରେ ସାଂସଦମାନଙ୍କ ମତାମତ ନେଇ କେନ୍ଦ୍ର ଗୃହମନ୍ତ୍ରୀ ବିଧେୟକରେ କୌଣସି ବ୍ୟକ୍ତିଙ୍କୁ ସର୍ବାଧିକ୨ଟି ଅସ୍ତ୍ର ରଖିବା ଲାଗି ଲାଇସେନ୍ସ ପ୍ରଦାନ କରାଯିବ। ସେହିପରି ବିନା ଲାଇସେନ୍ସରେ ଏଭଳି ଅସ୍ତ୍ରଶସ୍ତ୍ର ରଖିବା, ତିଆରି କରିବା ଅଥବା ବିକିବା ମାମଲାରେ ସର୍ବନିମ୍ନ ଦଣ୍ଡ ୧୪ବର୍ଷ କରାଯାଇଥିବା ବେଳେ ସର୍ବାଧିକ ଆଜୀବନ କାରାଦଣ୍ଡ ବ୍ୟବସ୍ଥା ହୋଇଛି।

ଏପର୍ଯ୍ୟନ୍ତ ବେଆଇନ ଅସ୍ତ୍ରଶସ୍ତ୍ର ମାମଲାରେ ସର୍ବାଧିକ ଦଣ୍ଡ ୧୪ ବର୍ଷ ଥିଲା। ଏହା ଛଡା ପୋଲିସ ଅଥବା ସେନା ଜବାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଛଡାଇଲେ ନୂଆ ଆଇନରେ ଆଜୀବନ କାରଦଣ୍ଡର ପ୍ରାବଧାନ ବି ରହିଛି। ସେହିପରି ହର୍ଷ ଫାୟରିଂ ଲାଗି ମଧ୍ୟ ଆଇନରେ ପ୍ରଥମ ଥର କଟକଣା ଲାଗୁ କରାଯାଇଛି। ଅସାବଧନତାରେ ଏଭଳି ଫାୟରିଂ ବେଳେ ଯଦି କେହି ହତାହତ ହୁଅନ୍ତି ତେବେ ୨ ବର୍ଷ ଜେଲ ଓ ୧ଲକ୍ଷ ଟଙ୍କା ଜରିମାନା କରାଯାଇଛି। ତେବେ ସଂଶୋଧନ ପ୍ରକାରେ ଏବେ ଆଉ ଲାଇସେନ୍ସଧାରୀଙ୍କୁ ପ୍ରତି ୩ ବର୍ଷରେ ନୁହେଁ ୫ ବର୍ଷରେ ସେମାନଙ୍କ ଲାଇସେନ୍ସ ନବିକରଣ କରିବାକୁ ପଡିବ। ତେବେ ଅନେକ ବିଚାରବିମର୍ଶ ପରେ ଏହି ସଂଶୋଧିତ ଚିଠାପ୍ରସ୍ତାବ ପ୍ରସ୍ତୁତ କରାଯାଇଥିବା ଗୃହମନ୍ତ୍ରୀ ଶାହ ଗୃହକୁ କହିଛନ୍ତି।    

   Related Posts